ସୁକଲ୍ ଆତ୍ମାର୍ ଦାନ୍
୧ମର୍ ବାଇମନ୍, ତମେ ସୁକଲ୍ ଆତ୍ମା ଦେବା ଦାନ୍ ବିସଇର୍ ଜାଇଟା ଲେକିରଇଲାସ୍ ସେଟା ନିକସଙ୍ଗ୍ ବୁଜା ବଲି ମୁଇ କଲିନି । ୨ତମେ ଜିସୁକେ ବିସ୍ବାସ୍ କର୍ବା ଆଗ୍ତୁ ଜିବନ୍ ନ ରଇବା ପୁତ୍ଲାମନ୍କେ ପୁଜାକରି ବାଟ୍ ବାନା ଅଇଜାଇ ରଇଲାସ୍ । ୩ସେଟାର୍ପାଇ ମୁଇ ଏବେ ତମ୍କେ କଇଲିନି, ଜନ୍ ଲକ୍ ସୁକଲ୍ ଆତ୍ମାର୍ ଚାଲ୍ନା ପାଇଲାଆଚେ, ସେ ଜିସୁକେ ଅବିସାପ୍ ଦେଇ ନାପାରେ । ଆରି ଜନ୍ ଲକ୍ ତାର୍ ଆତ୍ମା ପାଏନାଇ, ସେ ଜିସୁ ପର୍ମେସର୍ ବଲି କଇନାପାରେ ।
୪ ସୁକଲ୍ ଆତ୍ମାର୍ ଦାନ୍ ବିନ୍ ବିନ୍ ରକାମ୍, ମାତର୍ ଜନ୍ ଆତ୍ମା ସେଟାମନ୍ ଦେଇସି ସେ ଗଟେକ୍ ସେ । ୫ସେବା ବିନ୍ ବିନ୍ ରକାମର୍, ମାତର୍ ଜନ୍ ମାପ୍ରୁ ସେବା ପାଇଲାନି, ସେ ଗଟେକ୍ ସେ । ୬କାମ୍ କର୍ବା ବପୁ ବିନ୍ ବିନ୍ ରକାମର୍, ମାତର୍ ପର୍ମେସର୍ ଗଟେକ୍ । ସେ ଆକା ସବୁକେ ବପୁ ଦେଲାନି । ୭ମାତର୍ ସବୁ ଲକର୍ ମଙ୍ଗଲ୍ ପୁରାପୁରୁନ୍ ଅଇବାକେ ବିନ୍ ବିନ୍ ଲକର୍ ବିତ୍ରେ ସୁକଲ୍ ଆତ୍ମାର୍ ବପୁ ବିନ୍ ବିନ୍ ଇସାବେ ଜାନାପଡ୍ସି । ୮ସୁକଲ୍ ଆତ୍ମା କାକେ କାକେ ବୁଦିର୍ ବାକିଅ କଇବାକେ ଦେଇସି, ଆରି କାକେ କାକେ ଗିଆନର୍ ବାକିଅ ଦେଇସି । ୯ସେ ଗଟେକ୍ ସୁକଲ୍ ଆତ୍ମାସେ କାକେ କାକେ ବିସ୍ବାସ୍ ଦେଇସି ଆରି କାକେ କାକେ ନିକ ଅଇବା ବପୁର୍ ଦାନ୍ ଦେଇସି । ୧୦କାକେ କାକେ କାବାଅଇଜିବା କାମ୍ କରିପାର୍ବା ବପୁ, କାକେ କାକେ ପର୍ମେସର୍ ଜାନାଇଲା କାତା କଇବା ବପୁ, କେତେ ଲକ୍କେ ଆତ୍ମା ଦେଇରଇବା ଦାନ୍ ଚିନ୍ବା ବପୁ, ଆରି କେତେକ୍ ଲକ୍କେ ସେ ନାଜାନି ରଇବା ବିନ୍ ବିନ୍ ବାସାଇ କାତା କଇବା ବପୁ, ଆରି କେତେକ୍ ଲକ୍କେ ସେ ବାସାର୍ ଅରତ୍ ବୁଜାଇବା ବପୁ ଦେଇରଇସି । ୧୧ମାତର୍ ଏ ସବୁଜାକ ବପୁ ଗଟେକ୍ ଆତ୍ମାସେ କରି ରଇସି । ସେ ନିଜର୍ ମନ୍ କଲା ଇସାବେ ବିନ୍ ବିନ୍ ଲକ୍ମନ୍କେ ବିନ୍ ବିନ୍ ବିସଇର୍ ଦାନ୍ ଦେଇରଇସି ।
ଗଟେକ୍ ଗାଗଡ୍ ମାତର୍ ବେସି ଆତ୍ଗଡ୍
୧୨ ଜେନ୍ତିକି ବିନ୍ ବିନ୍ ବାଗ୍ ମିସିକରି ରଇଲେ ମିସା ଗାଗଡ୍ ଗଟେକ୍ସେ, ସେନ୍ତାରିସେ କିରିସ୍ଟ ଗଟେକ୍ ଗାଗଡ୍ ପାରା । ଜନ୍ତେଇ କି ବିନ୍ ବାଗ୍ ମିସିଆଚତ୍ । ୧୩କାଇକେବଇଲେ ଆମେ ସବୁ ଜିଉଦି ଅଇଲେ କି ଜିଉଦି ନ ଅଇଲେ ମିସା, ଗତିଦାଙ୍ଗ୍ଡା ଅଇଲେ କି ନିଜର୍ ଇସାବେ ଚଲାଚଲ୍ତି କଲେ ମିସା ପର୍ମେସରର୍ ସେ ସମାନ୍ ଗଟେକ୍ ଆତ୍ମାର୍ ଲାଗି, ଗଟେକ୍ ଗାଗଡ୍ ଅଇବାକେ ଡୁବନ୍ ନେଇଆଚୁ । ଆରି ଏ ସମାନ୍ ସୁକଲ୍ ଆତ୍ମା ପାଇଆଚୁ ।
୧୪ଆମର୍ ଗାଗଡ୍ ବିସଇ ଆରି ଗଟେକ୍ତର୍ ଚିନ୍ତା କରିଦେକୁ । ସେଟାକେ ଗଟେକ୍ ବାଗ୍ ନାଇ ମାତର୍ ବେସି ବାଗ୍ ଆଚେ । ୧୫ଜଦି ପାଦ୍, “ମୁଇ ଆତ୍ ନଇ, ମୁଇ ଗାଗଡର୍ ନଇ ।” ବଲିକରି କଇଲେ ମିସା ପାଦ୍ ଗାଗ୍ଡର୍ ସେ । ୧୬ସେନ୍ତିସେ କାନ୍ ଜଦି, ମୁଇ ଆଁକି ନଇ, ମୁଇ ଗାଗଡେ ମିସ୍ବାଟା ନଇ ସେନ୍ତି କଇଲେ ମିସା ଆଁକି ଗାଗଡର୍ଟାସେ । ୧୭ସବୁ ଗାଗଡ୍ ଜଦି ଗଟେକ୍ ଆଁକିସେ ରଇଲେ, ତେବେ ସୁନ୍ବାଟା କନ୍ତି ରଇତା ? ସବୁ ଗାଗଡ୍ ଜଦି ଗଟେକ୍ କାନ୍ସେ ଅଇତା, ତେବେ ସୁଙ୍ଗ୍ବାଟା କନ୍ତି ରଇତା ? ୧୮ମାତର୍ ଗାଗଡ୍ ସେନ୍ତାରି ନଏଁ । କାଇକେବଇଲେ ପର୍ମେସର୍ ତାର୍ ନିଜର୍ ମନ୍ କଲା ଇସାବେ ଗାଗଡର୍ ସବୁ ବାଗ୍, ସମାନ୍ ଜାଗାଇ ସାଜାଡି ସଙ୍ଗଇଆଚେ । ୧୯ଆରି ଗାଗଡ୍କେ ଜଦି ଗଟେକ୍ସେ ବାଗ୍ ରଇତା, ତେବେ ଗାଗଡ୍ ବଲି କେନ୍ତି ବଲାଇ ଅଇତା ? ୨୦ମାତର୍ ସତ୍ ବିସଇ ଅଇଲାନି ବେସି ବାଗ୍ ରଇଲେ ମିସା ଗାଗଡ୍ ଗଟେକ୍ସେ ।
୨୧ତର୍ ଟାନେ ମର୍ କାଇ ଲଡା ନାଇ, ବଲି ଆଁକି ଆତ୍କେ କଇନାପାରେ କି, ମୁଣ୍ଡ୍ ପାଦ୍କେ କଇ ନାପାରେ । ୨୨କାଇକେବଇଲେ ଜନ୍ ଗାଗଡର୍ ବାଗ୍ ବିନ୍ଟାମନର୍ ତେଇଅନି ଦୁର୍ବଲ୍ ଆଚେ ବଲି ଆମେ ବାବ୍ଲୁନି, ସେଟାମନ୍ସେ ଆମ୍କେ ବେସି ଲଡାକେ ଆଇସି । ୨୩ଆରି ଜନ୍ ଗାଗଡର୍ ବାଗ୍ ବେସି ମୁକିଅ ନାଇ, ଆରି ସୁନ୍ଦର୍ ନ ଡିସେ, ସେଟାମନ୍ସେ ଆମେ ନିକସଙ୍ଗ୍ ଜତନ୍ କରି ଡାବ୍ଲୁନି । ୨୪ଆରି ଜନ୍ ବାଗ୍ ବାଇରେ ଅନି ସୁନ୍ଦର୍ ଡିସ୍ସି, ସେଟାମନ୍ ସେନ୍ତାରି ଜତନ୍ କର୍ବା ଦର୍କାର୍ ନାଇ । ପର୍ମେସର୍ ଆମର୍ ଗାଗଡର୍ ବାଗ୍ମନ୍କେ କାଇକେ ଏନ୍ତି ସାଜାଇଲା ବଇଲେ, ଜନ୍ଟାକି ବେସି ମୁକିଅ ନାଇ ବଲି ଆମେ ବାବ୍ଲୁନି, ସେଟାମନ୍କେ ଆମେ ନିକସଙ୍ଗ୍ ଜତନ୍ କରି ସନ୍ମାନ୍ ଦେବୁ । ୨୫ଜେନ୍ତାରି କି ଗାଗଡର୍ ବାଗ୍ ସବୁ ଗଟେକ୍ ବାଗ୍ ଆରି ଗଟେକ୍ ବାଗ୍କେ ବିରଦ୍ ନ କରେ, ମାତର୍ ତାକର୍ ତାକର୍ ବିତ୍ରେ ସାଇଜ ଅଇବାଇ । ତେବେ ଗାଗଡର୍ ଗଟେକ୍ ବାଗ୍କେ ଦୁକା ଅଇଲେ, ସେଟା ସବୁର୍ପାଇ ଦୁକା । ୨୬ଗଟେକ୍ ବାଗ୍ ଦୁକା ଅଇଲେ, ଆରି ଅଲ୍ଗା ବାଗ୍କେ ମିସା ଦୁକା ଅଇସି । ଗଟେକ୍ ବାଗ୍ ଡାକ୍ପୁଟା ଅଇଲେ, ସେମନ୍ ସବୁ ମିସି ସାର୍ଦା ଅଇବାଇ ।
୨୭ଆମେ ଜେତ୍କି ଲକ୍ ବିସ୍ବାସି, କିରିସ୍ଟର୍ ଗାଗଡ୍ ସଙ୍ଗ୍ ସମାନ୍ କରିଅଇସି । ଆରି ତେଇ ଆମେ ଗଟେକ୍ ଗଟେକ୍ ବାଗ୍ । ୨୮ କିରିସ୍ଟର୍ ଏ ଗାଗ୍ଡେ ପର୍ମେସର୍ ବିନ୍ ବିନ୍ ଲକ୍ମନ୍କେ ବିନ୍ ବିନ୍ କାମ୍ ଦେଲାଆଚେ । ପର୍ତୁମ୍ ପେରିତ୍ ଇସାବେ ବାଚ୍ଲା ଲକ୍, ତାର୍ ପଚେ ବବିସତ୍ କାତା କଇବା ଲକ୍ମନ୍କେ, ସିକାଉମନ୍କେ, କାବାଅଇଜିବା କାମ୍ କର୍ବା ଲକ୍କେ, ନିକ କର୍ବା ଲକ୍ମନ୍କେ, ସାଇଜ କର୍ବା ଲକ୍ମନ୍କେ, ନେତା ଇସାବେ ଦାଇତ୍ ନେବାକେ, ଆରି ନାଜାନ୍ଲା ବାସାଇ କାତା କଇବା ଲକ୍ମନ୍କେ ବାଚ୍ଲା ଆଚେ । ୨୯ସେମନ୍ ସବୁଲକ୍ ପେରିତ୍ ନଅତ୍ କି ବବିସତ୍ବକ୍ତା କି ସିକାଉମନ୍ ନଅତ୍ । ସବୁଲକ୍କେ କାବା ଅଇଜିବା କାମ୍ କର୍ବା ବପୁ ନାଇ । ୩୦କି ନିକ କର୍ବା ବପୁ କି ନାଜାନ୍ବା କାତାଇ କଇବା ବପୁ, କି ଜନ୍ଟା କଇଲାଟା ବୁଜାଇବା ବପୁ ନାଇ । ୩୧ତେବେ ଅଦିକ୍ ମୁକିଅ ରଇବା ବପୁ ପାଇବାକେ ଆମେ ମନ୍ କର୍ବାର୍ ଆଚେ । ସବୁର୍ଟାନେ ଅନି ମୁକିଅ ବପୁର୍ ବିସଇ ମୁଇ ତମ୍କେ ଜାନାଇବି ।