ମୁର୍ତିପୁଜା ବିରୁଦେ ଜାଗର୍ତା
୧ଏ ମର୍ ବାଇବଇନିମନ୍, ଆମର୍ ଆନିଦାଦିମନ୍, ଜନ୍ ଲକ୍ମନ୍ ମସାର୍ ବାଟେ ଜାଇତେରଇଲାଇ, ସେମନ୍କେ କାଇଟା ଅଇଲା ଏତାଇ ଦେକା । ସେମନ୍ ସବୁ ଲକ୍ ବାଦଲ୍ ତଲେ ରଇ ରକିଆ ପାଇତେରଇଲାଇ । ଆରି ରଙ୍ଗ୍ ସମ୍ଦୁରେ ନ ବୁଡ୍ତେ ଇଣ୍ଡି ଇଣ୍ଡି ଲଙ୍ଗ୍ଲାଇ । ୨ସେମନ୍ ସବୁ ବାଦ୍ଲେ ଆରି ସମ୍ଦୁରେ ଡୁବନ୍ ନେଲାଇ । ମସାର୍ ସିସ୍ମନ୍ ବଲି ସେମନ୍କେ ଗଟେକ୍ ଚିନ୍ ରଇଲା । ୩ଆରି ସବୁଲକ୍ ପର୍ମେସର୍ ଜାଗାଇ ରଇବା କାଦି କାଇଲାଇ, ୪ଆରି ସେ ପାକ୍ନାଇ ଅନି ଆଇବା ପାନି କାଇଲାଇ । ସେ ପାକ୍ନା ଅଇଲାନି କିରିସ୍ଟ । ୫ଏଲେମିସା ସେମନର୍ ବିତ୍ରେ ଅନି ବେସି ଲକ୍କେ ପର୍ମେସରର୍ ସାର୍ଦା ନ ରଇଲା । ସେଟାର୍ ପାଇ ସେମନ୍ ମରୁବାଲି ବୁଏଁ ମଲାଇ ।
୬ସେମନ୍ ଜନ୍ ରକାମ୍ ଆସାର୍ ବିସଇର୍ ପାଇ ଲାଲ୍ସା ଅଇ ରଇଲାଇ, ଆମେ ମିସା ସେ ରକାମ୍ ଲାଲ୍ସା ନ ଅଉଁ । ସେଟାର୍ପାଇ ଏ ସବୁ ଗଟ୍ଲା ବିସଇ ଆମର୍ପାଇ ଲେକାଅଇଆଚେ । ୭ଜେନ୍ତିକି ସେମନର୍ ବିତ୍ରେ ଅନି କେତେଲକ୍ ପୁତ୍ଲା ପୁଜା କର୍ବାର୍ ଦାର୍ଲାଇ, ତମେ ସେନ୍ତାରି ପୁତ୍ଲା ପୁଜା କର୍ବାଟା, ଆରାମ୍ କରା ନାଇ । ସାସ୍ତରେ ଲେକା ଅଇଆଚେ, ଜେନ୍ତିକି ଲକ୍ମନ୍ ପୁଜାକଲାଟା କାଇବାକେ ବସିରଇଲାଇ ଆରି ମଦ୍ କାଇକରି ବେବିଚାର୍ କର୍ବାର୍ ଦାର୍ଲାଇ । ୮ଜେନ୍ତିକି ସେମନର୍ ବିତ୍ରେ କେତେଲକ୍ ବେସିଆ କାମ୍କରି ଗଟେକ୍ ଦିନେ କଡେ ତିନ୍ ଅଜାର୍ ଲକ୍ ପର୍ମେସରର୍ ଡଣ୍ଡ୍ ପାଇକରି ମରିଗାଲାଇ । ସେନ୍ତାରି ଆମେ ବେସିଆ କାମ୍ ନ କରୁ । ୯ସେନ୍ତିସେ ସେମନର୍ ବିତ୍ରେ କେତେଲକ୍ ମାପ୍ରୁକେ ପରିକା କଲାଇ ଆରି ବିସ୍ ରଇବା ସାଁପ୍ ଟକାଇ ଅଇକରି ମଲାଇ । ସେନ୍ତାରି ଆମେ ମାପ୍ରୁକେ ପରିକା ନ କରୁ । ୧୦ସେମନ୍ ଜେନ୍ତିକି ପର୍ମେସରର୍ ବିରୁଦେ ତାକର୍ ତାକର୍ ବିତ୍ରେ ଦଦାପେଲା ଅଇକରି, କୁରୁପ୍ ନାସ୍ କର୍ବା ଦୁତର୍ଲାଗି ମରିଆଜିଗାଲାଇ । ତମେ ସେନ୍ତାରି ଦଦାପେଲା ଉଆନାଇ ।
୧୧ସବୁ ଲକର୍ପାଇ ଏ ସବୁ ଗଟ୍ନା ଗଟ୍ଲା । ଆରି ଆମ୍କେ ଚେତ୍ନା ପାଇବାକେ ସେଟା ସବୁ ଲେକାଅଇଆଚେ । କାଇକେବଇଲେ ଏ ଜଗତର୍ ସାରାସାରି ବେଲା ଆସି କେଟ୍ଲା ଆଚେ ।
୧୨ସେଟାର୍ପାଇ ଜେ ମୁଇ ନିଜେ ଡାଟ୍ ଆଚି ବଲି ମନେ ମନେ ଏତାଇସି, ସେ ବିସ୍ବାସେ ଅନି ବିନ୍ବାଟେ ନ ଜାଆ, ସେଟାର୍ପାଇ ଜାଗ୍ରତ୍ ରୁଆ । ୧୩ଆମ୍କେ ପରିକା ଜାଇ ପରିକା ଆଇସି, ସେଟା ନୁଆ ବିସଇ ନଏଁ । କାଇକେବଇଲେ ସବୁବେଲେ ଏନ୍ତାରି ଲକ୍ମନ୍କେ ପରିକା ଆଇତେରଇସି । ମାତର୍ ପର୍ମେସର୍ ତାର୍ କାତାଇ ଡାଟ୍ ଆଚେ । ଆମ୍କେ ମୁର୍ଚି ନାପାର୍ଲା ପାରା ପରିକା ଅଇବାକେ ସେ ନ ଦେଏ । ପରିକା ଆଇବାବେଲେ ସେ ଆମ୍କେ ବପୁ ମିସା ଦେଇସି ଆରି ତେଇ ଅନି ରକିଆ ପାଇବା ବାଟ୍ ଦେକାଇସି ।
୧୪ସେଟାର୍ ପାଇ ଏ ମର୍ ଆଲାଦର୍ ବାଇବଇନିମନ୍, ପୁତ୍ଲା ପୁଜା କର୍ବା ଟାନେଅନି ଦୁରିକେ ଉଟିଜା । ୧୫ମୁଇ ବୁଦି ରଇଲା ଲକ୍ମନ୍କେ କଇଲା ପାରା କଇଲିନି। ମୁଇ କାଇଟା କଇଲିନି ସେଟା ତମେ ବିଚାର୍ କରା । ୧୬ ଜେଡେବେଲେ ଆମେ ମାପ୍ରୁର୍ କାଦିର୍ପାଇ ରୁଣ୍ଡ୍ବୁ, ଜନ୍ ମୁତାଇଅନି ଆମେ କାଇବୁ, ସେ ମୁତାର୍ପାଇ ଆମେ ପର୍ମେସର୍କେ ଦନିଅବାଦ୍ ଦେଲୁନି । ସେ ମୁତାଇଅନି କାଇଲାବେଲେ ଆମେ କିରିସ୍ଟର୍ ବନିତେଇ ମିସ୍ଲୁନି । ଜନ୍ ରୁଟିଆମେ ବାଙ୍ଗାଇବୁ, ସେଟା କାଇଲାବେଲେ କିରିସ୍ଟର୍ ଗାଗ୍ଡେ ମିସ୍ଲୁନି । ୧୭କାଇକେବଇଲେ ରୁଟି ଗଟେକ୍ ଅଇଲେ ମିସା ଆମେ ବୁତେକ୍ ଲକ୍ ଆଚୁ । ସେ ଗଟେକ୍ ରୁଟି ଆମେ ମିସିକରି କାଇବାବେଲେ ଗଟେକ୍ ଗାଗଡ୍ ଅଇଗାଲୁନି ।
୧୮ଜିଉଦି ମନର୍ ବିସଇ ବାବିଦେକା । ଜନ୍ ଲକ୍ମନ୍ ପୁଜାକଲା ମାଉଁସ୍ କାଇଲାଇନି, ସେମନ୍ କାଇ ବେଦିଲଗେ ଉପାସନା କଲାବେଲେ ନ ମିସତ୍ ? ୧୯ଏଟାର୍ପାଇ ମୁଇ କଇଲିନି ଜେ, ଦେବ୍ତାମନର୍ ବଲି କଲା ପର୍ସାଦ୍ କାଇଟା ନାଇ କି ପୁତ୍ଲା ବଲି କାଇଟା ନାଇ । ୨୦ପୁତ୍ଲାକେ ପୁଜା କରୁମନ୍ ସେମନ୍ ଜନ୍ ଜନ୍ଟା ବଲି ଇସାବେ ସର୍ପି ଦେଲାଇନି, ସେସବୁ ପର୍ମେସର୍କେ ନ ସର୍ପାଇ କରି ଡୁମାମନ୍କେ ସରପ୍ଲାଇନି । ସେଟାର୍ପାଇ, ତମେ ଡୁମାମନର୍ ପୁଜାଟାନେ ମିସା ନାଇ । ୨୧ତମେ ଜଦି ମାପ୍ରୁର୍ କାଦିଟାନେ ମିସିଆଚାସ୍, ସେନ୍ତାର୍ଆଲେ ଡୁମାମନ୍କେ ପୁଜିରଇବା କାଦି ତମେ କାଇବାର୍ ନାଇ । ୨୨ଜଦି ମାପ୍ରୁ ଆମର୍ ଉପ୍ରେ ରିସା ଅଇଲେ, ତାର୍ ଡଣ୍ଡେଅନି ଆମେ ରକିଆ ପାଇ ନାପାରୁ । କାଇ ମାପ୍ରୁର୍ ଟାନେଅନି ଆମେ ଅଦିକ୍ ବପୁ ଆଚୁକି ?
୨୩ ସବୁ ବିସଇ କର୍ବାକେ ଆମର୍ ଅଦିକାର୍ ଆଚେ, ସେନ୍ତି ସେମନ୍ କଇବାଇ, ସେଟା ସତ୍ । ମାତର୍ ମୁଇ କଇଲିନି ସବୁ ବିସଇ ଆମ୍କେ ସାଇଜ ନ କରେ । ୨୪କେ ମିସା ଅବ୍କା ନିଜର୍ ପାଇ କାଇଟା ନିକ ଅଇସି ବଲି ଚିନ୍ତା ନ କରି, ନିଜର୍ ବାଇମନର୍ ମଙ୍ଗଲ୍ ବିସଇ ମିସା ଚିନ୍ତା କରା ।
୨୫ଆଟେ ବିକ୍ରି ଅଇବା ଜନ୍ ମାଉଁସ୍ ମିସା କାଇବାର୍ ତମର୍ ଅଦିକାର୍ ଆଚେ, ତମର୍ ବିବେକର୍ ପାଇ ଏଟା ପୁଜା କଲାଟା କି ନାଇ ? ବଲି ନ ପାଚାରି କାଇଦିଆସ୍ । ୨୬ଜେନ୍ତିକି ସାସ୍ତରେ ଲେକା ଅଇଲାପାରା ଏ ଗୁଲାଇ ଜଗତେ ରଇବାଟା ମାପ୍ରୁର୍ଟା ।
୨୭ଜଦି ବିସ୍ବାସ୍ ନ କଲା ଗଟେକ୍ ଲକ୍ ତମ୍କେ ତାର୍ ଗରେ କାଇବାକେ ଡାକ୍ଲେ, ତମେ ଜିବାକେ ମନ୍ କର୍ସା ବଇଲେ ତେଇ ତମ୍କେ ଜାଇଟା ଦେଲେ ମିସା ସେଟା କାଇଦିଆସ୍ । ମାତର୍ ତମର୍ ବିବେକର୍ ଲାଗି ଏଟା ପୁଜାକଲାଟା କି ନାଇ ? ବଲି ପାଚାରା ନାଇ । ୨୮ମାତର୍ କେମିସା ତମ୍କେ ଏ କାଦି ପୁଜା କଲାଟା । ବଲି କଇଲେ, ସେଟା ନିଚା । ଜେନ୍ତିକି ସେ କଇଲାର୍ପାଇ ଆରି ତମର୍ ବିବେକର୍ପାଇ ସେଟା କାଆ ନାଇ । ୨୯ସେଟା ତର୍ ବିବେକର୍ ପାଇ ନାଇ, ସେଟା କଇଲା ଲକର୍ ବିବେକର୍ ପାଇ ।
ବାଦିଅରେ କେ ମିସା ପାଚାରି ପାରତ୍, ଜଦି ଆମର୍ ମନ୍ କଲା ଇସାବେ କାଇଟା ମିସା କର୍ବାକେ ଅଦିକାର୍ ଆଚେ, ବିନ୍ ଲକର୍ ବିବେକର୍ ଲାଗି ମୁଇ କାଇକେ ନ କାଇ ? ୩୦ସେ କଇସି, “ଜଦି ମୁଇ ପର୍ମେସର୍କେ ଦନିଅବାଦ୍ ଦେଇ କାଇବି, ତେବେ ମର୍ ସଙ୍ଗର୍ ବିସ୍ବାସିମନ୍ ମକେ କାଇକେ ନିନ୍ଦା ଦେବାର୍ ଆଚେ ?”
୩୧ତେବର୍ପାଇ ବାତ୍ କା, କି ପାନି କା, କି ଜାଇଟା ମିସା କରା, ପର୍ମେସର୍ ଡାକ୍ପୁଟା ପାଇବାକେ ସବୁ କରା । ୩୨ଜିଉଦି ଅ କି ଜିଉଦି ନ ଅଇଲା ଲକ୍ ଅ କି ତମର୍ ସଙ୍ଗର୍ ପର୍ମେସରର୍ ମଣ୍ଡଲିର୍ ବିସ୍ବାସି ଅ, କାକେ ମିସା ତମର୍ ଚଲାଚଲ୍ତି ଦେକି ନିନ୍ଦା ପାଇବାକେ ଦିଆସ୍ନାଇ । ୩୩ତମେ ମର୍ପାରା ଚଲାଚଲ୍ତି କରା, ମୁଇ ସବୁଲକର୍ ମଙ୍ଗଲ୍ ଅ ବଲି ଚେସ୍ଟା କଲିନି । ମୁଇ ମର୍ ନିଜର୍ ମଙ୍ଗଲ୍ ଅ, ବଲି ଚିନ୍ତା କରିନାଇ, ମାତର୍ ସବୁଲକର୍ ମଙ୍ଗଲ୍ ଅ ବଲି ଚିନ୍ତା କଲିନି । ଜେନ୍ତିକି ସେମନ୍ ସବୁଲକ୍ ରକିଆ ପାଇବାଇ ।