ଡୁମାଦାର୍ଲା ଲକ୍କେ ଜିସୁ ନିମାନ୍ କଲା
(ମାତିଉ ୮:୨୮-୩୪; ଲୁକ୍ ୮:୨୬-୩୯)
୧ଜିସୁ ଆରି ତାର୍ ସିସ୍ମନ୍ ସମ୍ଦୁର୍ ସେପାଟେ ରଇବା ଗରାସିୟମନର୍ ଜାଗାଇ କେଟ୍ଲାଇ । ୨ଜିସୁ ଡଙ୍ଗାଇଅନି ଉତର୍ଲା ଦାପ୍ରେ ଗଟେକ୍ ଡୁମା ଦାରିରଇବା ଲକ୍ ମସ୍ନେ ଅନି ବାରଇ ତାକେ ବେଟ୍ଅଇବାକେ ଆଇଲା । ୩ସେ ଲକ୍ ମସ୍ନେ ବାସାଅଇରଇଲା, ଆରି କେ ମିସା ତାକେ ସିକିଲି ସଙ୍ଗ୍ ବାନ୍ଦି ନାପାର୍ତେ ରଇଲାଇ । ୪ତାକେ କେତେକ୍ ତର୍ ଗଡେ କଡୁ ଆରି ଆତେ ସିକିଲି ସଙ୍ଗ୍ ବାନ୍ଦ୍ଲେ ମିସା, ସେ ସିକିଲି ସବୁ ଚିଡାଇ ଦେଇ, କଡୁ ସବୁ ବାଙ୍ଗାଇ ପାକାଇତେ ରଇଲା । ତାକେ ବାନ୍ଦି ସଙ୍ଗଇବାକେ କାର୍ ମିସା ବପୁ ନ ରଇଲା । ୫ସେ ଦିନ୍ ରାତି ସବୁବେଲେ ମସ୍ନେ ଆରି କୁପ୍ଲିତେଇ ରଇ କିର୍କିର୍ତେ ରଇଲା, ଆରି ପାକ୍ନା ସଙ୍ଗ୍ ଗାଗ୍ଡେ ମୁଣ୍ଡେ ମାରିଅଇ କଣ୍ଡିଆ ବଣ୍ଡିଆ ଅଇଜାଇତେରଇଲା ।
୬ସେ ଜିସୁକେ ଦୁରିକେ ଅନି ଦେକି ପାଲାଇ ଆସି ତାର୍ ମୁଆଟେ ଅଦର୍ଲା । ୭ଆରି ଆଉଲି ଅଇ କିର୍କିରି କରି କଇଲା, “ଏ ସବୁର୍ ଟାନେଅନି ବଡ୍ ପର୍ମେସରର୍ ପ ଜିସୁ, ମର୍ ଟାନେ ତମର୍ କାଇ କାମ୍ ଆଚେ ? ମୁଇ ତମ୍କେ ପର୍ମେସରର୍ ନାଉଁ ଦାରି ଗୁଆରି କରି କଇଲିନି, ମକେ କସ୍ଟ ଦିଆନାଇ ।” ୮କାଇକେବଇଲେ ଜିସୁ ତାକେ ଆଗ୍ତୁ କଇତେରଇଲା, “ଏରେ ଡୁମା, ଏ ଲକର୍ଟାନେଅନି ବାରଇ ଜା ।”
୯ଆରି, ଜିସୁ ତାକେ ପାଚାର୍ଲା, “ତର୍ ନାଉଁ କାଇ ନାଉଁ ?” ସେ ତାକେ କଇଲା, “ମର୍ ନାଉଁ ବାଇନି ଡୁମା, ଏନ୍ତି ଆମେ ଜବର୍ ଆଚୁ ।”
୧୦ଆରି, ସେ ଲକ୍ ଜେନ୍ତିକି ସେମନ୍କେ ସେ ଜାଗାଇ ଅନି ବାଇରେ ନ ପାଟାଅ ବଲି, ଜିସୁକେ ତର୍କେ ତର୍ ଜୁଆର୍ ବିଆର୍ କଲା ।
୧୧ସେ ଲଗର୍ କୁପ୍ଲି ପାଲିକେ ବେସି ଗୁସ୍ରି ମାନ୍ଦା ଚାର୍ତେରଇଲାଇ । ୧୨ଆରି ଡୁମାମନ୍ ଜିସୁକେ ଜୁଆର୍ ବିଆର୍ କରି କଇଲାଇ, “ସେ ଗୁସ୍ରିମନର୍ ବିତ୍ରେ ପୁର୍ବାକେ ଆମ୍କେ ପାଟାଆ ।” ୧୩ଜିସୁ ସେମନ୍କେ ଆଦେସ୍ ଦେଲାଦାପ୍ରେ, ସେ ଲକର୍ ଲଗେଅନି ଡୁମାମନ୍ ବାରଇକରି ଗୁସ୍ରିମନର୍ ବିତ୍ରେ ପୁର୍ଲାଇ । ସେଡ୍କିବେଲେ, ସେ ଆଡାର୍ ବିଡ୍କିକରି ପାଲାଇଲାଇ ଆରି କୁପ୍ଲି ଅନି ଗସ୍ରିକରି ସମ୍ଦୁରେ ଜାଇ ବୁଡି ମରିଗାଲାଇ । ଆଡାରେ ଗୁସ୍ରି ମାନ୍ଦା ପାକାପାକି ଦୁଇଅଜାର୍ଟା ରଇଲାଇ ।
୧୪ଗୁସ୍ରିମନ୍କେ ଚାରାଇତେରଇବା ଲକ୍ମନ୍ ପାଲାଇ ଜାଇ ଗାଉଁ ଆରି ଗୁଡାମନ୍କେ ସେଟା ଜାନାଇଲାଇ । ଜାନାଇଲାଟା ସୁନି ଲକ୍ମନ୍ “ତେଇ କାଇଟା ଅଇଲାଆଚେ ?” ବଲି ଦେକ୍ବାର୍ ଆଇଲାଇ । ୧୫ଆରି ଲକ୍ମନ୍ ଜିସୁର୍ ଲଗେ ଆସିକରି ସେ ଡୁମା ଦାରି ରଇଲା ଜନ୍ଲକ୍କେ କି ଆଗ୍ତୁ ବାଇନି ଡୁମା ଦାରିରଇଲା, ସେ ଲକ୍ ନିମାନ୍ ଲୁଗା ପିନ୍ଦିକରି ନିକ ଲକର୍ପାରା ବସିରଇବାଟା ଦେକି ଡରିଗାଲାଇ । ୧୬ଆରି ଜନ୍ ଲକ୍ମନ୍ ଦେକିରଇଲାଇ, ସେମନ୍ ସେ ଡୁମା ଦାରିରଇବା ଲକ୍କେ କାଇଟା ଅଇରଇଲା, ସେଟା ଆରି ଗୁସ୍ରିମନ୍କେ ଅଇଲା ବିସଇ ସେମନ୍କେ କଇଦେଲାଇ ।
୧୭ତେଇ ଲକ୍ମନ୍ ଜିସୁକେ ସେମନର୍ ସନ୍ଦିଅନି ଚାଡି ଜିବାକେ ବାବୁଜିଆ କଲାଇ ।
୧୮ପଚେ ଜିସୁ ଡଙ୍ଗାଇ ଚଗ୍ବା ବେଲେ ଜନ୍ଲକ୍କେ ଆଗ୍ତୁ ଡୁମା ଦାରିରଇଲା, ସେ ଲକ୍ ତାର୍ ସଙ୍ଗ୍ ରଇବାକେ ବାବୁଜିଆ କଲା ।
୧୯ମାତର୍ ଜିସୁ ତାକେ ତେବାଇକରି କଇଲା, “ତମର୍ ଗରେ, ତମର୍ ନିଜର୍ ଲକ୍ମନର୍ ଟାନେ ଜା, ଆରି ପର୍ମେସର୍ ତର୍ପାଇ ଜନ୍ ବଡ୍ କାମ୍ କଲା ଆଚେ ଆରି ତକେ ଜନ୍ ଦୟା ଦେକାଇ ଆଚେ, ସେଟା ସବୁ ସେମନ୍କେ ଜାନାଇଦେସ୍ ।”
୨୦ତେଇଅନି ସେ ଲକ୍ ଜାଇକରି, ଜିସୁ ତାର୍ପାଇ ଜନ୍ ବଡ୍ କାମ୍ କରିରଇଲା, ସେ ସବୁ ଦେକାପଲି ନଅରେ, ଗାଉଁମନ୍କେ କଇବୁଲ୍ଲା । ତେଇ ସବୁଲକ୍ କାବା ଅଇଗାଲାଇ ।
ଜିସୁ ଗଟେକ୍ ମଲା ଟକିକେ ଜିବନ୍ ଦେଲା ଆରି ଗଟେକ୍ ରଗି ମାଇଜିକେ ନିମାନ୍ କଲା
(ମାତିଉ ୮:୨୩-୨୭; ଲୁକ୍ ୮:୨୨-୨୫)
୨୧ଜିସୁ ଡଙ୍ଗା ଲଙ୍ଗି ଜାଇ ଆରିତରେକ୍ ବାଉଡି ଆଇଲାଦାପ୍ରେ, ଜବର୍ଲକ୍ ତାର୍ ଲଗେ ରୁଣ୍ଡ୍ଲାଇ, ଆରି ସେ ସମ୍ଦୁର୍ କଣ୍ଡି ରଇଲା । ୨୨ସେଡ୍କିବେଲେ ଜିଉଦିମନର୍ ପାର୍ତନା ଗରର୍ ମୁକିଅ, ଜାଇରସ୍ ନାଉଁର୍ ଗଟେକ୍ ଲକ୍ ଆସି ଜିସୁକେ ଦେକି ତାର୍ ଗଡ୍ତଲେ ଅଦର୍ଲା । ୨୩ଆରି ବେସି ବାବୁଜିଆ କରି କଇଲା, “ମର୍ ଟକି ମର୍ବା ଉପ୍ରେ ଆଚେ, ସେ ଜେନ୍ତି ନିକ ଅଇ ବଁଚ୍ସି, ତେବର୍ ପାଇ ତମେ ଆସି ତାର୍ ଉପ୍ରେ ଆତ୍ ସଙ୍ଗଇଦିଆସ୍ ।”
୨୪ଜିସୁ ତାକର୍ ସଙ୍ଗ୍ ଗାଲା, ଆରି ଗାଦିଲକ୍ ତାର୍ ପଚେ ପଚେ ଜିବାର୍ ଦାର୍ଲାଇ, ଆରି ଲକ୍ମନ୍ ତାକେ ଡାବାଡାବି ଅଇତେ ରଇଲାଇ ।
୨୫ତେଇ ଗଟେକ୍ ବାର ବରସ୍ ଜାକ ଗାଗ୍ଡେଅନି ବନି ଜିବା ମାଇଜିଟକି ରଇଲା । ୨୬ଜେ କି କେତେ କେତେ ଡାକ୍ଟର୍ଟାନେ ଜାଇକରି ମିସା ସାସ୍ତି ବଗି ସବୁ ବିକିଦେଇ ରଇଲା । ମାତର୍ ଅଲପ୍ମିସା ନିକ ନ ଅଇ ଅଦିକ୍ ଅଦିକ୍ ଅଇଜାଇତେରଇଲା । ୨୭ଜେଡେବେଲେ ସେ ଜିସୁର୍ ବିସଇ ସୁନି, ଲକ୍ ଗଅଲି ବିତ୍ରେ ପଚ୍ବାଟେ ଆସି ଜିସୁର୍ ଲୁଗା ଚିଇଲା, କାଇକେବଇଲେ ସେ କଇତେ ରଇଲା, ୨୮“କେନ୍ତି ମିସା ମୁଇ ତାର୍ ଲୁଗାଜାଲି ଅଲପ୍ ଚିଇଲେ ନିମାନ୍ ଅଇବି ।”
୨୯ସେ ଦାପ୍ରେ ତାର୍ ବନି ଜିବାଟା ବନ୍ଦ୍ଅଇଗାଲା, ସେଟା ସେ ନିଜେ ଜାନି ପାର୍ଲା । ୩୦ସେ ଦାପ୍ରେ ଜିସୁ ନିଜର୍ ଟାନେଅନି ସକ୍ତି ବାରଇବାଟା ଜାନିକରି ଲକ୍ମନର୍ ବାଟେ ବୁଲି ଦେକି କଇଲା, “କେ ମର୍ ଲୁଗା ଚିଇଲା ?”
୩୧ତାର୍ ସିସ୍ମନ୍ ତାକେ କଇଲାଇ, “ତମେତା ଦେକ୍ଲାସ୍ନି, ଲକ୍ମନ୍ ତମର୍ ଉପ୍ରେ ଡାବା ଡାବି ଅଇଗାଲାଇନି ଆରି ତମେ କେନ୍ତି କଇଲାସ୍ନି, କେ ମକେ ଚିଇଲା ବଲି ?”
୩୨ମାତର୍ ଜେ ଏଟା କରିରଇଲା, ତାକେ ଦେକ୍ବାକେ ସେ ଚାରିବେଡ୍ତି ଆଁକି ବୁଲାଇବାର୍ ଦାର୍ଲା । ୩୩ସେଡ୍କି ବେଲେ ସେ ମାଇଜିଟକି ତାକେ ଜନ୍ ଜନ୍ଟା ଗଟିଆଚେ, ସେଟା ଜାନି, ଡରିକରି ତର୍ତରି ତର୍ତରି ଆସି ଜିସୁର୍ ଗଡ୍ତଲେ ଅଦ୍ରି ସବୁ ସତ୍କାତା କଇଲା । ୩୪ଜିସୁ ତାକେ କଇଲା, “ନୁନି, ମର୍ଟାନେ ବିସ୍ବାସ୍ କଲାକେ ତୁଇ ନିମାନ୍ ଅଇ ଆଚୁସ୍, ସାନ୍ତିଅଇ ଜା ଆରି ତର୍ ରଗେଅନି ନିମାନ୍ ଅଇ ର ।”
୩୫ସେ ଏ କାତା କଇଲା ବେଲେ ଜିଉଦି ମନର୍ ପାର୍ତନା ଚାଲାଉ ଜାଇରସର୍ ଗରେଅନି ଗଟେକ୍ ଲକ୍ ଆସି କଇଲା, “ତମର୍ ନୁନି ମରିଗାଲାବେ, କାଇକେ ଗୁରୁକେ ଆରି କସ୍ଟ ଦେଲାସ୍ନି ?”
୩୬ମାତର୍ ଜିସୁ ସେମନ୍ କାତା ଅଇଲାଟା ନ ସୁନ୍ଲାପାରାଅଇ ପାର୍ତନା ଚାଲାଉକେ କଇଲା, “ଡରାନାଇ, ଆବ୍କା ବିସ୍ବାସ୍ କରା ।” ୩୭ଆରି ପିତର୍, ଜାକୁବ ଆରି ତାର୍ ବାଇ ଜଅନକେ ଚାଡି ଆରି କାକେ ନିଜର୍ ସଙ୍ଗ୍ ଜିବାକେ ଦେଏ ନାଇ । ୩୮ସେମନ୍ ପାର୍ତନା ଚାଲାଉର୍ ଗରେ ଆଇଲା ଦାପ୍ରେ, ଜିସୁ, ଆଉଲି ଅଇବାଟା ଆରି ବେସି ମାର୍ଚପ୍ ଅଇ କାନ୍ଦ୍ବାଟା ଦେକ୍ଲା । ୩୯ମାତର୍ ବିତ୍ରେ ଜାଇ ଲକ୍ମନ୍କେ କଇଲା, “କାଇକେ ଆଉଲି ଅଇ କାନ୍ଦ୍ଲାସ୍ନି ? ଏ ନୁନି ମରେ ନାଇ, ଅବ୍କା ସଇଦେଇଆଚେ ।” ସେଡ୍କି ବେଲେ ସେମନ୍ ଜିସୁକେ ଲାଜ୍ କରାଇ କଇବାର୍ ଦାର୍ଲାଇ ।
୪୦ମାତର୍ ସେ ସବୁକେ ବାର୍କରି ଟକିର୍ ଆୟାବାବାକେ ଆରି ନିଜର୍ ସିସ୍ମନର୍ ସଙ୍ଗ୍, ତାକେ ଜନ୍ ଲଗେ ଡୁଲାଇ ରଇଲାଇ, ସେ ଜାଗାଇ ଗାଲା । ୪୧ଆରି ଟକିର୍ ଆତେଦାରି ତାକେ କଇଲା, “ଟଲିତାକୁମ୍ !” ବଇଲେ “ଏ ନୁନି ମୁଇଁ ତକେ କଇଲିନି ଉଟ୍ !”
୪୨ଏତ୍କି କଇଲା ଦାପ୍ରେ ଟକି ଉଟି ବୁଲ୍ବାର୍ ଦାର୍ଲା, ତାକେ ବାର ବରସ୍ ଅଇରଇଲା । ସେଡ୍କିବେଲେ ସବୁଲକ୍ମନ୍ ଦେକି ଅଦିକ୍ କାବାଅଇଗାଲାଇ । ୪୩ଜେନ୍ତି ଆରି, କେ ମିସା ଟକିକେ ଗଟ୍ଲା ବିସଇ ନାଜାନତ୍, ତେବର୍ ପାଇ ସେ ଟକିର୍ ଆୟାବାବାକେ ଅଦିକ୍ ଡାଟ୍ ସଙ୍ଗ୍ ଆଦେସ୍ ଦେଲା, ଆରି “ଟକିକେ କାଇଟା ଆଲେ କାଇବାକେ ଦିଆସ୍ ।” ବଲି କଇଲା ।