ତୀମଥିଙ୍କ ନିକଟକୁ ପାଉଲଙ୍କର ପ୍ରଥମ ପତ୍ର
ପାଉଲ୍ ତିମତିକେ ଲେକିରଇବା ପର୍ତୁମ୍ ଚିଟି
ଏ ବଇର୍ ବିସଇ ଜାନ୍ବାଟା
ପର୍ତୁମ୍ ତିମତି ବଇ ଗଟେକ୍ ଚିଟିପାରା । ପେରିତ୍ ପାଉଲ୍ଟାନେଅନି ତର୍ସିସ୍ ତିମତିର୍ପାଇ ଏ ଚିଟି ଲେକାଜାଇ ଆଚେ ।
ପର୍ତୁମ୍ ତିମତି ଜିସୁକିରିସ୍ଟ ଜନମ୍ ଅଇକରି ୬୨-୬୪ ବିତ୍ରେ ଲେକାଅଇଆଚେ । ଏଟା ପାଉଲର୍ ଜିବନର୍ ସାରାସାରିର୍ ବେଲା ଅଇରଇସି କାଇକି । ପାଉଲ୍ ଆରି ତିମତି ଦୁଇଲକ୍ ମିସିବିଡିକରି ରଇଲାଇ । ସେ କେବେକେବେ ତିମତିକେ ପ ବଲିକରି ଡାକ୍ତେ ରଇଲା । ପିଲିପିୟ ୨:୨୨; ପର୍ତୁମ୍ ତିମତି ୧:୨; ୧:୧୮ । ଏଟା ପାଉଲର୍ଟାନେ ଅନି ଲେକି ରଇବା ଚାର୍ଟା ଚିଟି ବିତ୍ରେ ଅନି ଏଟା ଅଇଲାନି ଗଟେକ୍ । ଜନ୍ଟାନେକି ମଣ୍ଡ୍ଲିକେ ଚାଡିକରି ଗଟେକ୍ ଲକର୍ ବିସଇରେ ଜାନାଇଲାନି । ଅଲ୍ଗା ତିନ୍ଟା ବଇ, ଦୁତିଅ ତିମତି, ତିତସ୍ ଆରି ପିଲିମନ୍ । ପର୍ତୁମ୍ ତିମତିଟାନେ ମଣ୍ଡଲିତେଇ ଏନ୍ତାରି ଉପାସନା କର୍ବା ବିସଇ ଆଚେ । ୨:୧-୫ ।
ଇତି ମଣ୍ଡଲିର୍ ନେତାମନ୍ କେନ୍ତାରି ରଇବାର୍ଆଚେ ସେ ବିସଇରେ ଲେକାଅଇଆଚେ । ୩:୧-୧୩ ମିଚ୍ ସିକିଆ ଦେଉମନର୍ଟାନେ ଅନି କେନ୍ତି ଜାଗର୍ତା ରଇବାର୍ ସେ ବିସଇରେ ଆଚେ । ୧:୧-୧୧, ୪:୧-୫, ୬:୨-୫ । ତିମତିକେ ମଣ୍ଡଲି ବିତ୍ରେ କେନ୍ତାରି ଗଟେକ୍ ନେତାଅଇବା ଦର୍କାର୍ ସେଟା ପାଉଲ୍ ସିକିଆଦେବା ବିସଇ ଜାନାଇଲାନି ପର୍ତୁମ୍ ତିମତି ଏବର୍ ଗାଉଁମନ୍କେ ରଇବା ମଣ୍ଡଲି ଚାଲାଇବାକେ କେନ୍ତାରି କାମ୍ କର୍ବାର୍ ଆଚେ ସେଟା ଜାନାଇଲାନି । ଆରି ଆମର୍ ଜୁଗର୍ ମଣ୍ଡଲିର୍ ନେତାମନର୍ ପାଇ କେତେଟା ମୁଲିକା ଉପାଇରେ ସିକାଇଲାନି ।
ଏ ବଇ ବିତ୍ରେ ରଇବାଟା
୧. ପାଉଲ୍ ତିମତିକେ ଜୁଆର୍ ଜାନାଇକରି ଲେକ୍ଲାଟା ମୁଲିଆଇ ଆଚେ । ୧:୧-୨
୨. ପାଉଲ୍ ତିମତିକେ ମିଚ୍ ସିକିଆ ଦେବା ଗୁରୁମନର୍ ବାଟେ ନ ଜିବାକେ ଜାଗ୍ରତ୍ କରାଇଆଚେ । ୧:୩-୧୧
୩. ପାଉଲ୍ କିରିସ୍ଟକେ କେତେକ୍ ବିସ୍ବାସ୍ କଲାନି ସେଟା ଜିସୁର୍ଟାନେ ବୁଜାଇଲାନି । ୧:୧୨-୧୯
୪. ପାଉଲ୍ ମଣ୍ଡଲିଟାନେ ସେବାକର୍ବାଟା ଆରି ନେତାମନର୍ ବିସଇରେ ଆଦେସ୍ ଦେଇ ଆଚେ । ୨–୩
୫. ସାରାସାରି ପାଉଲ୍ ତିମତିକେ କେତେଟା କର୍ବା ବିସଇ ଜାନାଇକରି ଲେକା ସାରାଇଲାନି । ୪–୬
ତିମତିର୍ ଲଗେ ପେରିତ୍ ପାଉଲର୍ ପର୍ତୁମ୍ ଚିଟି
୧ମୁଇ ପାଉଲ୍ ଜିସୁକିରିସ୍ଟର୍ ଗଟେକ୍ ପେରିତ୍, ଏ ଚିଟି ଲେକ୍ଲିନି । ଆମର୍ ମୁକ୍ତିକାରିଆ ପର୍ମେସର୍ ଆରି ଆମେ ଆସା କରିରଇବା କିରିସ୍ଟ ଜିସୁର୍ ଆଦେସ୍ ଇସାବେ ବାଚିଅଇଆଚି ।
୨ କିରିସ୍ଟକେ ବିସ୍ବାସ୍ କଲାର୍ପାଇ, ତୁଇ ତିମତି ମର୍ ନିଜର୍ ପଅ ଅଇ ଆଚୁସ୍ । ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁ କିରିସ୍ଟ ତମ୍କେ ଜିବନ୍ ଦୁକାଇ ଦୟା ଦେକାଅ ଆରି ସାନ୍ତି ଦେଅ ।
ସତ୍ ନଇଲା ଉପ୍ଦେସ୍ ପାଇ ଜାଗର୍ତା
୩ମୁଇ ମାକିଦନିଆଇ ଜିବା ଆଗ୍ତୁ ତମ୍କେ ଏପିସିଅତେଇ ରୁଆ ବଲି କଇରଇଲି । ତେଇ ଜନ୍ ଲକ୍ମନ୍ ବୁଲ୍ ସିକିଆ ସବୁ ଦେଲାଇନି, ସେମନ୍କେ ବୁଲ୍ ସିକିଆ ଦେବାଟା ବନ୍ଦ୍ କର୍ବାକେ ଆଦେସ୍ ଦିଆସ୍ ବଲି ମୁଇ ତମ୍କେ କଇରଇଲି । ୪ସେମନ୍ ଟଣ୍ଡେ ପାନ୍ଦି କାତା କଇବାଇ ଆରି ଆଗ୍ତୁର୍ ଆନିଦାଦିମନର୍ କୁଟୁମର୍ କାତା ତିଆର୍ କର୍ବାଟା ଚାଡାବଲି ତିଆରା । ଲକ୍ମନ୍କେ ଏନ୍ତାରି ସିକିଆ ଦେଇତେରଇଲେ ଲକ୍ମନ୍ ତେଇ ଦଦାପେଲା ଅଇବାଇ । ବିସ୍ବାସ୍ ମାନିକରି ଜନ୍କାମ୍ ପର୍ମେସର୍ ସେମନ୍କେ କରତ୍ ବଲି ମନ୍ କଲାନି, ସେଟା ସେମନ୍ କରତ୍ ନାଇ । ୫ତମେ ଏନ୍ତାରିଟା ତିଆରା ଜେନ୍ତାରିକି, ସେମନ୍ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କର୍ବାଇ । ଜନ୍ ଲକ୍ମନ୍କେ ସତ୍ ବିସ୍ବାସ୍ ଆରି ସୁକଲ୍ ଜିବନ୍, କାଇ କପଟ୍ ନ ରଇବା ମନ୍ ଆଚେ, ସେମନ୍ସେ ଏଟା କରିପାର୍ବାଇ । ୬ମାତର୍ ଜନ୍ ଲକ୍ମନ୍ ବୁଲ୍ ସିକିଆ ଦେଲାଇନି, ଏ ସବୁ ବିସଇ ଚାଡିଦେଇକରି ଚୁଚା ବିସଇ କାତା ଅଇଲାନି । ୭ନିୟମ୍ ଗୁରୁ ଇସାବେ ସବୁଲକ୍ ସେମନ୍କେ ନାମତ୍ ବଲି ସେମନ୍ ମନ୍ କଲାଇନି । ମାତର୍ ସେମନ୍ ସିକାଇବା ବିସଇ ନିଜେ ବୁଜତ୍ନାଇ ଆରି ସାଆସ୍ ସଙ୍ଗ୍ ଜନ୍ଟା ସତ୍ ବଲି କଇଲାଇନି, ସେଟା ସତ୍ କି ନଏଁ ବଲି ନାଜାନତ୍ ।
୮ପର୍ମେସରର୍ ନିୟମ୍ଟାନେ କାଇ ଅନିଆଇ ନାଇ । ମାତର୍ ଲକ୍ମନ୍ ସେଟା ଟିକ୍ ସଙ୍ଗ୍ ସିକାଇବାର୍ ଆଚେ । ୯ଦରମ୍ କାମ୍ କର୍ବା ଲକ୍ମନର୍ପାଇ ନିୟମ୍ ତିଆର୍ ନ ଅଇରଇଲା । ତାର୍ ବାଦୁଲେ ଜନ୍ ଲକ୍ମନ୍ ତାର୍ ବିରଦି ଅଇରଇଲାଇ, ଆରି ତାର୍ କାତା ମାନି ନ ରଇଲାଇ, ସେନ୍ତାରି ଲକ୍ମନର୍ ପାଇ ପର୍ମେସର୍ ନିୟମ୍ ତିଆର୍ କରିରଇଲା । ଜନ୍ ଲକ୍ମନ୍ ପର୍ମେସର୍ ରଏ ନାଇ ବଲି ଚଲାଚଲ୍ତି କଲାଇନି, ଜନ୍ ଲକ୍ମନ୍ ପାପ୍ କର୍ବାଇ, କରାପ୍ କାମ୍ କର୍ତେରଇବାଇ, ଆରି ପର୍ମେସର୍କେ ସନ୍ମାନ୍ ନ ଦେଇତେରଅତ୍, ଜନ୍ଲକ୍ମନ୍ କି ତାକର୍ ଆୟା ବାବାମନ୍କେ ମରାଇବାଇ କି ବିନ୍ ଲକ୍ମନ୍କେ ମିସା ମରାଇବାଇ, ୧୦ବେବିଚାର୍ କାମ୍ କରି ପାପ୍ କର୍ବାଇ, ମୁନୁସ୍ମୁନୁସ୍ ବିତ୍ରେ ଆରି ମାଇଜିମାଇଜି ବିତ୍ରେ ବେବିଚାର୍ କାମ୍ କର୍ବା ଲକ୍ମନର୍ପାଇ, ଗତିଦାଙ୍ଗ୍ଡା ଇସାବେ ଲକ୍ମନ୍କେ ବିକ୍ବା ସାଉକାର୍ ମନର୍ପାଇ, ଜନ୍ ଲକ୍ ସତ୍ କଅତ୍ନାଇ, ସତ୍ସେ କଇବି ବଲି କାତା ଦେଇରଇକରି ମିଚ୍ କଇବା ଲକ୍ମନର୍ପାଇ ଆରି ପର୍ମେସରର୍ ବିସଇଟାନେ ରଇବା ସତ୍ ସିକିଆ ବିରୁଦେ ଜେତ୍କି ସବୁ କାତା ଉଟ୍ସି, ସେ ସବୁର୍ପାଇ । ୧୧ଏ ସତ୍ ସିକିଆ ସୁବ୍କବରର୍ ସିକିଆ ସଙ୍ଗ୍ ମିସ୍ସି । ଆମର୍ ଡାକ୍ପୁଟା ପର୍ମେସରର୍ ମଇମା ଆରି ଜନ୍ ସୁବ୍କବର୍ ଜାନାଅ ବଲି ସେ ମକେ ଦାଇତ୍ ଦେଲାଆଚେ, ସେଟାମିସା ମିସ୍ସି ।
ମାପ୍ରୁର୍ ଦୟାର୍ ପାଇ ଦନିଅବାଦ୍
୧୨ଆମର୍ ମାପ୍ରୁ ଜିସୁ କିରିସ୍ଟକେ ମୁଇ ଦନିଅବାଦ୍ ଦେଲିନି । ସେ ମକେ ବପୁ ଦେଲାଆଚେ । ତାର୍ ମୁଆଟେ ଗଟେକ୍ ବିସ୍ବାସ୍ ସଙ୍ଗ୍ ରଇବା ଗତି ଦାଙ୍ଗ୍ଡା ଇସାବେ ଏଜ୍ଲା ଆରି ତାକେ ସେବା କର୍ବାକେ ମକେ ବାଚ୍ଲା । ୧୩ ଗଟେକ୍ ବେଲାଇ କିରିସ୍ଟର୍ ବିସଇର୍ କାରାପ୍ କାତା କଇତେରଇଲେ ମିସା ଆରି ବିନ୍ ବିସ୍ବାସିମନ୍କେ କାରାପ୍ ଇସାବେ ଦେକି ନିନ୍ଦା କର୍ତେରଇଲି ମିସା, ପର୍ମେସର୍ ମକେ ଦୟା ଦେକାଇଲା । କାଇକେବଇଲେ ମୁଇ କାଇଟା କର୍ତେରଇଲି, ସେଟା ନିଜେ ନାଜାନ୍ତେରଇଲି । ଆରି ମୁଇ କିରିସ୍ଟକେ ବିସ୍ବାସ୍ ନ କରିରଇଲି । ୧୪ଆମର୍ ମାପ୍ରୁ ମକେ ବେସି ଦୟା ଦେକାଇଲା । ଜେନ୍ତାରି କି, କିରିସ୍ଟ ଜିସୁର୍ ସଙ୍ଗ୍ ମିସ୍ଲାର୍ପାଇ ମୁଇ ତାକେ ବିସ୍ବାସ୍ କରି ବିନ୍ ଲକ୍ମନ୍କେ ଆଲାଦ୍ କରିପାର୍ଲି । ୧୫ଏଟା କଇବାଟା ପୁରାପୁରୁନ୍ ସତ୍ ଆଚେ । ଆରି ସେଟା ଅଇସି କି ନଏଁ ବଲି ନ ବାବିକରି ନାମ୍ବାର୍ ଆଚେ । ପାପିମନ୍କେ ଉଦାର୍ କର୍ବାକେ କିରିସ୍ଟ ଜିସୁ ଏ ଜଗତେ ଆଇଲା ଆରି ପାପିମନର୍ ବିତ୍ରେଅନି ମୁଇ ବଡ୍ ପାପି । ୧୬ଏଲେମିସା ଏଟାର୍ପାଇ ମକେ କିରିସ୍ଟ ଦୟା ଦେକାଇଲା । ସେ ମକେ କେମା କଲାକେ କେତେକ୍ ମୁର୍ଚିକରି ଆଚେ ବଲି ଦେକାଇବାକେ ସେ ମନ୍ କଲା । ବିନ୍ ଲକର୍ଟାନେଅନି ମୁଇ ଅଦିକ୍ ପାପ୍ କଲିଆଚି । ଏଟା ଏନ୍ତାରି ଅଇଲା । ଜେନ୍ତିକି ଦିନେକ୍ ଜେତ୍କି ଲକ୍ସବୁ ତାକେ ବିସ୍ବାସ୍ କରି ସବୁଦିନର୍ପାଇ ମୁକ୍ତି ପାଇବାଇ ସେମନର୍ପାଇ ମୁଇ ଗଟେକ୍ ସାକି ଇସାବେ ରଇବି । ୧୭ଜନ୍ ରାଜା କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ସି, ଆରି ଜାକେ କି କେ ଦେକି ନାପାରତ୍, ସେ ଆକା ଗଟେକ୍ ପର୍ମେସର୍ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ମଇମା ଆରି ସନ୍ମାନ୍ ପାଅ । ଆମେନ୍ !
୧୮ମର୍ ପଅ ତିମତି, ମୁଇ ତକେ ଏଟା ତିଆର୍ଲିନି, ତମେ କାଇଟା କର୍ସା ବଲି ସୁକଲ୍ଆତ୍ମା କେତେଟା ବବିସତ୍ବକ୍ତାମନ୍କେ ଜାନାଇରଇଲା ଇସାବେ ମୁଇ ଏଟା କଇଲିନି । ସେ ବବିସତ୍ବକ୍ତାମନ୍ କଇଲା ବିସଇ ସୁବ୍କବରର୍ ଦେକାରକା କର୍ବା ଜୁଇଦର୍ କାମେ ତମେ ଜେନ୍ତିକି ସାର୍ଦା ସଙ୍ଗ୍ ମିସ୍ସା, ସେ ବିସଇ କଇଲିନି । ୧୯ତାର୍ସଙ୍ଗ୍ ସବୁବେଲେ ବିସ୍ବାସ୍ କର୍ବାଟା ଚାଡାନାଇ । ଆରି ଏଟା ସତ୍ ବଲି ନିଜେ ଜାନିରଇବା ବିସଇ କର୍ତେରୁଆ । କେତେକ୍ ଲକ୍ ନିଜର୍ ବିବେକ୍ କଇବାଟାକେ ଦିଆନ୍ ନ ଦେଇକରି କିରିସ୍ଟକେ ବିସ୍ବାସ୍ କର୍ବାଟା ଚାଡିଦେଇଆଚତ୍ । ୨୦ସେମନର୍ ବିତ୍ରେ ଉମନାୟକେ ଆରି ଆଲେକ୍ଜାଣ୍ଡାର୍କେ ବିନ୍ ବିସ୍ବାସି ମନର୍ଟାନେଅନି ବେଗ୍ଲାଇକରି ସଇତାନ୍କେ ସର୍ପିଦେଲିଆଚି । ଏନ୍ତାରି କଲେ ପର୍ମେସରର୍ ବିରଦେ କାରାପ୍ କାତା କଇବାଟା ସେମନ୍ ଚାଡିଦେବାଇ ବଲି ଆସା କଲିନି ।