The Lord Speaks to Ezekiel
2
1 ଅନନ୍ତର ସେ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଉଠ, ମୁଁ ତୁମ୍ଭ ସହିତ କଥା ହେବି।”
2 ତା’ପରେ ଏକ ଆତ୍ମା ମୋ’ ମଧ୍ୟରେ ପ୍ରବେଶ କରି ମୋତେ ଠିଆ କରାଇଲା। ତା’ପରେ ସେହି ସ୍ୱର ମୋ’ ସହିତ କଥାବାର୍ତ୍ତା କରିବାକୁ ଆରମ୍ଭ କଲା।
3 ତା’ପରେ ସେ ମୋତେ କହିଲା, “ହେ ମନୁଷ୍ୟ ପୁତ୍ର, ମୁଁ ତୁମ୍ଭକୁ ଇସ୍ରାଏଲର ସନ୍ତାନଗଣଙ୍କ ନିକଟକୁ ପ୍ରେରଣ କରୁଛି। ସେମାନେ ଏକ ବିଦ୍ରୋହୀ ଜାତି। ସେମାନେ ଓ ସେମାନଙ୍କର ପୂର୍ବପୁରୁଷଗଣ ମୋ’ ବିରୁଦ୍ଧରେ ବିଦ୍ରୋହ କଲେ ଓ ଆଜି ପର୍ଯ୍ୟନ୍ତ ପାପ କରି ଗ୍ଭଲିଛନ୍ତି।
4 ସେହି ଲୋକମାନେ ସ୍ୱେଚ୍ଛାଗ୍ଭରୀ ଓ କଠିନ ଚିତ୍ତ। ତଥାପି ମୁଁ ତୁମ୍ଭକୁ ସେମାନଙ୍କ ନିକଟକୁ ପଠାଉଛି। ସେମାନଙ୍କୁ କୁହ, ‘ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହିଛନ୍ତି।’
5 ସେମାନେ ବିଦ୍ରୋହୀ ବଂଶ, ସେମାନେ ତୁମ୍ଭ କଥା ଶୁଣନ୍ତୁ ବା ନ ଶୁଣନ୍ତୁ, ତୁମ୍ଭେମାନେ ଏହିସବୁ କଥା ନିଶ୍ଚୟ କହିବ, ଯାହା ଫଳରେ ସେମାନେ ଜାଣିବେ ଯେ, ସେମାନଙ୍କ ମଧ୍ୟରେ ଜଣେ ଭବିଷ୍ୟଦ୍ବକ୍ତା ପହଞ୍ଚିଛନ୍ତି।
6 “ହେ ମନୁଷ୍ୟ ପୁତ୍ର, ଏହିସବୁ ବିଦ୍ରୋହୀ ଲୋକମାନେ ତୁମ୍ଭର ଚତୁର୍ପାର୍ଶ୍ୱରେ କଣ୍ଟକ ତୁଲ୍ୟ ଅଟନ୍ତି ଓ ଏହା ସତେ ଯେପରି ତୁମ୍ଭେ କଙ୍କଡ଼ାବିଚ୍ଛାମାନଙ୍କ ମଧ୍ୟରେ ବାସ କରୁଅଛ। କିନ୍ତୁ ସେମାନଙ୍କୁ ଭୟ କର ନାହିଁ। ସେମାନେ ଯାହା କୁହନ୍ତି, ସେଥିରେ ଭୟଭୀତ ହୁଅ ନାହିଁ, ସେମାନଙ୍କ ଗ୍ଭହାଣି ଦ୍ୱାରା ଆତଙ୍କିତ ହୁଅ ନାହିଁ।
7 ସେମାନେ ଶୁଣନ୍ତୁ ବା ନ ଶୁଣନ୍ତୁ ମୁଁ ତୁମ୍ଭଙ୍କୁ ଯାହା କହୁଛି, ସେସବୁକୁ ତୁମ୍ଭେ ସେମାନଙ୍କୁ କୁହ କାରଣ ସେମାନେ ଅତ୍ୟନ୍ତ ବିଦ୍ରୋହୀ।
8 “ହେ ମନୁଷ୍ୟ ପୁତ୍ର, ଆମ୍ଭେ ତୁମ୍ଭକୁ ଯାହା କହୁଅଛୁ ତାହା ଶୁଣ; ତୁମ୍ଭେ ଏହିସବୁ ବିଦ୍ରୋହୀମାନଙ୍କ ତୁଲ୍ୟ ବିଦ୍ରୋହୀ ହୁଅ ନାହିଁ; ନିଜର ମୁଖ ଖୋଲ, ଆମ୍ଭେ ତୁମ୍ଭକୁ ଯାହା ଦେଉଅଛୁ ତାହା ଭୋଜନ କର।”
9 ତା’ପରେ ମୁଁ ଦେଖିଲି ଏକ ହସ୍ତ ମୋ’ ଆଡ଼େ ପ୍ରସାରିତ ହେଲା। ସେ ହାତରେ ଲେଖାଥିବା ଏକ ନଳାକାର ପୁସ୍ତକ ଥିଲା।
10 ଆଉ ମୁଁ ସେହି ଗୁଡ଼ା ହୋଇଥିବା ପୁସ୍ତକକୁ ପ୍ରସାରିତ କଲି ଓ ତାହାର ଉପର ଓ ତଳ ଲେଖା ହୋଇଥିବାର ଦେଖିଲି। ଆଉ ସେଥିରେ ବିଳାପ, ଶୋକ ଓ ସନ୍ତାପର କଥା ଲିଖିତ ଥିଲା।