ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ
ଉପକ୍ରମ
1
1-3 ମୁଁ ବୂଷିର ପୁତ୍ର ଯାଜକ ଯିହିଜିକଲ। କବାର ନଦୀ କୂଳରେ ମୁଁ ନିର୍ବାସିତ ଥିଲା ବେଳେ ଆକାଶ ଖୋଲିଗଲା ଏବଂ ତିରିଶତମ ବର୍ଷର ଚତୁର୍ଥ ମାସର ପଞ୍ଚମ ଦିନରେ ବାବିଲରେ ମୁଁ ପରମେଶ୍ୱରଙ୍କ ଦର୍ଶନ ପାଇଲି। ରାଜା ଯିହୋୟାଖୀ‌ନ୍‌ର ନିର୍ବାସିତ ହେବାର ପଞ୍ଚମ ବର୍ଷର ମାସର ପଞ୍ଚମ ଦିନରେ ଯାଜକ ଯିହିଜିକଲ ନିକଟକୁ ସଦାପ୍ରଭୁଙ୍କର ବାକ୍ୟ ଆସିଥିଲା। ଏବଂ ସେହିଠାରେ ସଦାପ୍ରଭୁଙ୍କର ଶକ୍ତି ତାଙ୍କ ଉପରକୁ ଆସିଲା।
ସଦାପ୍ରଭୁଙ୍କ ରଥ ପରମେଶ୍ୱରଙ୍କ ସିଂହାସନ
ତା’ପରେ ଉତ୍ତର ଦିଗରୁ ଘୂର୍ଣ୍ଣିବାୟୁ ବୃହତ୍ ମେଘ ଓ ଜାଜ୍ୱଲ୍ୟମାନେ ଅଗ୍ନି ଆସିବାର ମୁଁ ଦେଖିଲି। ଆଉ ତାହାର ଚତୁର୍ଦ୍ଦିଗରେ ଉଜ୍ଜ୍ୱଳ ତେଜ ବାହାରୁଥିଲା ଓ ଏହାର ମଧ୍ୟଭାଗ ଏକ ଜ୍ୱଳନ୍ତ ଧାତୁ ସଦୃଶ ଦେଖା ଯାଉଥିଲା। ସେହି ମେଘ ମଧ୍ୟରେ ଜୀବନ୍ତ ଗ୍ଭରି ପ୍ରାଣୀର ମୂର୍ତ୍ତି ପ୍ରକାଶ ପାଇଲା। ସେମାନଙ୍କର ଆକୃତି ମନୁଷ୍ୟ ପରି ଥିଲା। ଏବଂ ପ୍ରତ୍ୟେକ ପ୍ରାଣୀର ଗ୍ଭରିମୁଖ ଓ ଗ୍ଭରିପକ୍ଷ ଥିଲା। ସେମାନଙ୍କର ପାଦ ସଳଖ, ଆଉ ସେମାନଙ୍କର ପାଦର ତଳିପା ଗୋବତ୍ସର ତଳିପା ତୁଲ୍ୟ। ଆଉ ସେଗୁଡ଼ିକ ମଜା ଯାଇଥିବା ପିତ୍ତଳ ପରି ଝଟକୁଥିଲା। ଆଉ ସେମାନଙ୍କର ପକ୍ଷ ତଳେ ମନୁଷ୍ୟର ହସ୍ତତୁଲ୍ୟ ହସ୍ତ ଥିଲା। ସେ ଗ୍ଭରି ପ୍ରାଣୀଙ୍କର ମଧ୍ୟରେ ପ୍ରତି ପ୍ରାଣୀର ଗ୍ଭରି ମୁଖ ଓ ଗ୍ଭରି ପକ୍ଷ ଥିଲା। ସେମାନଙ୍କର ପକ୍ଷଗୁଡ଼ିକ ପରସ୍ପର ସଂଯୁକ୍ତ, ଆଉ ସେମାନେ ଗମନ କଲାବେଳେ ପଛକୁ ଫେରିଲେ ନାହିଁ। ପ୍ରତ୍ୟେକ ସମ୍ମୁଖ ଆଡ଼େ ଗମନ କଲେ।
10 ପ୍ରତି ପ୍ରାଣୀର ଗ୍ଭରି ମୁଖ ମଧ୍ୟରୁ ସମ୍ମୁଖ ଭାଗରେ ମନୁଷ୍ୟର ମୁଖ, ଦକ୍ଷିଣ ପାର୍ଶ୍ୱରେ ସିଂହର ମୁଖ, ବାମ ପାର୍ଶ୍ୱରେ ଗୋରୁର ମୁଖ ଓ ପଛ ଭାଗରେ ଉତ୍କ୍ରୋଶପକ୍ଷୀର ମୁଖ ଥିଲା। 11 ପ୍ରାଣୀଗୁଡ଼ିକର ଡେଣାଗୁଡ଼ିକ ସେମାନଙ୍କୁ ଘୋଡ଼େଇ ରଖିଥିଲା। ପ୍ରତ୍ୟେକ ପ୍ରାଣୀର ଦୁଇଟି ଡେଣା ଏହାର ପାଖରେ ଥିବା ଅନ୍ୟ ଗୋଟିଏ ପ୍ରାଣୀ ପାଖକୁ ପହଞ୍ଚୁ ଥିଲା ଏବଂ ଅନ୍ୟ ଦୁଇଟି ଡେଣା ଏହାର ଦେହକୁ ଆଚ୍ଛାଦନ କରୁଥିଲା। 12 ପୁଣି ସେମାନେ ପ୍ରତ୍ୟେକ ସମ୍ମୁଖ ଭାଗରେ ଗମନ କଲେ। ସେମାନଙ୍କର ନିଜ ଇଚ୍ଛାନୁସାରେ ସେମାନେ ଗତି କଲେ ଓ ସେମାନଙ୍କର ଗମନ କାଳରେ ସେମାନେ ଫେରିଲେ ନାହିଁ। 13 ଏହି ଜୀବିତ ପ୍ରାଣୀମାନେ ପ୍ରଜ୍ୱଳିତ ଅଙ୍ଗାର ଓ ମଶାଲଗୁଡ଼ିକ ସଦୃଶ ଏବଂ ଅଗ୍ନି ସେମାନଙ୍କର ମଧ୍ୟରେ ବୁଲୁଥିବାର ଦେଖାଯାଉଥିଲା।
ଏବଂ ସେମାନେ ଜୀବିତ ପ୍ରାଣୀମାନଙ୍କ ମଧ୍ୟରେ ଗମନାଗମନ କଲେ। ସେ ଅଗ୍ନି ତେଜୋମୟ ଥିଲା ଓ ତହିଁରୁ ବିଦ୍ୟୁତ୍ ନିର୍ଗତ ହେଲା। 14 ଏବଂ ଜୀବିତ ପ୍ରାଣୀଗଣ ବିଜୁଳି ପରି ଦ୍ରୁତଗତିରେ ଏଣେତେଣେ ଦୌଡ଼ିଲେ।
15-16 ମୁଁ ଜୀବିତ ପ୍ରାଣୀମାନଙ୍କୁ ଦେଖିଲି ଏବଂ ଦେଖିଲି ଯେ, ପ୍ରତ୍ୟେକ ଜୀବିତ ପ୍ରାଣୀମାନଙ୍କର ଗ୍ଭରି ମୁଖର ସହିତ, ପାର୍ଶ୍ୱରେ ଗୋଟିଏ ଗୋଟିଏ ଚକ ଥିଲା। ସେମାନେ ମଣିପରି ଉଜ୍ଜ୍ୱଳ ଥିଲେ ଏବଂ ସେମାନଙ୍କର ଆକୃତି ସମାନ ଥିଲା ଏବଂ ପ୍ରତ୍ୟେକ ଗୋଟିଏ ଚକ ମଧ୍ୟରେ ଗୋଟିଏ ଚକ ସଦୃଶ ଦେଖାଗଲା। 17 ଗମନ କଲାବେଳେ ସେ ଗ୍ଭରିଚକ ଯେକୌଣସି ଗ୍ଭରିଦିଗରେ ଗତି କରୁଥିଲେ, କିନ୍ତୁ ଚକଗୁଡ଼ିକ ଗତି କଲାବେଳେ ବୁଲୁ ନ ଥିଲା।
18 ସେମାନଙ୍କର ଘେର ଉଚ୍ଚ ଓ ଭୟଙ୍କର ଥିଲା; ପୁଣି ସେହି ଗ୍ଭରି ଘେରର ଚତୁର୍ଦ୍ଦିଗ ଚକ୍ଷୁରେ ପରିପୂର୍ଣ୍ଣ ଥିଲା।
19 ସେହି ଜୀବିତ ପ୍ରାଣୀମାନଙ୍କ ଗତି ସହିତ ସେହି ଚକସବୁ ଗ୍ଭଳିତ ହେଲା। ପୁଣି ଜୀବିତ ପ୍ରାଣୀମାନେ ଭୂମିରୁ ଉ‌‌ତ୍‌‌ଥିତ ହେଲା ବେଳେ ଚକଗୁଡ଼ିକ ଉ‌‌ତ୍‌‌ଥିତ ହେଲା। 20 ପବନର ଇଚ୍ଛାନୁସାରେ ସେମାନେ ବିଭିନ୍ନ ସ୍ଥାନକୁ ଗମନ କଲେ। ଚକସବୁ ସେମାନଙ୍କ ସହିତ ଉଠିଲେ କାରଣ ଜୀବିତ ପ୍ରାଣୀମାନଙ୍କର ଆତ୍ମା ଚକ୍ରରେ ଥିଲା। 21 ପବନର ଇଚ୍ଛାନୁସାରେ ସେମାନେ ବିଭିନ୍ନ ସ୍ଥାନକୁ ଗମନ କଲେ। ଚକସବୁ ସେମାନଙ୍କ ସହିତ ଉଠିଲେ, କାରଣ ସେହି ଜୀବିତ ପ୍ରାଣୀମାନଙ୍କର ଆତ୍ମା ଚକରେ ଥିଲା।
22 ପୁଣି ସେହି ଜୀବିତ ପ୍ରାଣୀମାନଙ୍କର ମସ୍ତକରେ ଏକ ଆସ୍ତରଣ ଥିଲା, ଏହା ସ୍ପଟିକ ତୁଲ୍ୟ ଉଜ୍ଜ୍ୱଳ ଓ ସ୍ୱଚ୍ଛ ଥିଲା। ଏହା ସେମାନଙ୍କ ମସ୍ତକର ଚତୁର୍ପାର୍ଶ୍ୱରେ ବିସ୍ତାରିତ ଥିଲା। 23 ସେହି ଆସ୍ତରଣ ତଳେ ସେମାନଙ୍କର ପକ୍ଷସବୁ ଏକ ଆରେକର ଆଡ଼େ ପ୍ରସାରିତ ହୋଇଥିଲା; ସେମାନଙ୍କର ଶରୀର ଆଚ୍ଛାଦନ କରିବା ପାଇଁ ଏ ପାଖରେ ଦୁଇ ପକ୍ଷ ଓ ସେ ପାଖରେ ଦୁଇ ପକ୍ଷ ଥିଲା।
24 ଏବଂ ସେମାନେ ଗମନ କଲା ସମୟରେ ମୁଁ ସେମାନଙ୍କର ପକ୍ଷର ଶବ୍ଦ ଶୁଣିଲି, ତାହା ମହାଜଳ ରାଶିର କଲ୍ଲୋଳ ତୁଲ୍ୟ, ସର୍ବଶକ୍ତିମାନ ପରମେଶ୍ୱରଙ୍କର ସ୍ୱର ତୁଲ୍ୟ ଓ ସୈନ୍ୟଦଳର କୋଳାହଳ ଶବ୍ଦ ତୁଲ୍ୟ ଥିଲା। ସେମାନେ ଅଟକିଲା ବେଳେ ନିଜ ନିଜ ପକ୍ଷ ସଙ୍କୋଚନ କଲେ।
25 ଏବଂ ଯେତେବେଳେ ସେମାନେ ଗତି ବନ୍ଦ କଲେ, ସେମାନେ ସେମାନଙ୍କର ପକ୍ଷ ସଙ୍କୁଚିତ କଲେ ଓ ସେତେବେଳେ ସେମାନଙ୍କ ମସ୍ତକର ଉପରିସ୍ଥ ଆସ୍ତରଣ ଉପରେ ଏକ ଶବ୍ଦ ଶୁଣାଗଲା। 26 ଏବଂ ଆସ୍ତରଣ ଉପରକୁ ସେମାନଙ୍କର ମସ୍ତକ ଚତୁର୍ପାର୍ଶ୍ୱରେ ନୀଳକାନ୍ତମଣିରେ ନିର୍ମିତ ହୋଇଥିବା ଏକ ସିଂହାସନ ଥିଲା, ଆଉ ସେହି ସିଂହାସନର ଆକୃତି ଉପରେ ମନୁଷ୍ୟ ସଦୃଶ ଏକ ଆକୃତି ଥିଲା। 27 ଏବଂ ମୁଁ ତାଙ୍କର କଟିର ଉପର ଭାଗର ଚତୁର୍ଦ୍ଦିଗ ଉତ୍ତପ୍ତ ତମ୍ବାତୁଲ୍ୟ ଉଜ୍ଜ୍ୱଳ ଥିବାର ଦେଖିଲି। ପୁଣି କଟିଦେଶର ତଳ ଭାଗର ଚତୁର୍ଦ୍ଦିଗ ଅଗ୍ନି ସଦୃଶ ଆଭାମୟ ଥିବାର ଦେଖିଲି। 28 ସେହି ତେଜ ତା’ର ଚତୁର୍ପାର୍ଶ୍ୱରେ ଝଟକୁଥିଲା ଏବଂ ଏକ ଇନ୍ଦ୍ରଧନୁ ପରି ଦେଖାଗଲା, ଯାହା ବର୍ଷା ଦିନରେ ମେଘରେ ଦେଖାଯାଏ। ଏହା ସଦାପ୍ରଭୁଙ୍କ ମହିମା ମୂର୍ତ୍ତିର ଆଭା ଥିଲା। ଯେଉଁ ସମୟରେ ମୁଁ ଏହା ଦେଖିଲି, ଭୂମିରେ ମୁହଁ ମାଡ଼ି ପଡ଼ିଲି। ଏକ ସ୍ୱର ମୋତେ କିଛି କହୁଥିବାର ଶୁଣିଲି।