୨
ଦାଉଦଙ୍କ ବଂଶାବଳୀ
୧ ଏମାନେ ଇସ୍ରାଏଲର ପୁତ୍ରଗଣ; ଯଥା ରୁବେନ୍, ଶିମୀୟୋନ, ଲେବୀ ଓ ଯିହୁଦା, ଇଷାଖର ଓ ସବୂଲୂନ; ୨ ଦାନ୍, ଯୋଷେଫ ଓ ବିନ୍ୟାମୀନ୍, ନପ୍ତାଲି, ଗାଦ୍ ଓ ଆଶେର। ୩ ଯିହୁଦାର ପୁତ୍ରଗଣ; ଯଥା ଏର୍ ଓ ଓନନ୍ ଓ ଶେଲା; ତାହାର ଏହି ତିନି ପୁତ୍ର କିଣାନୀୟା ବତ୍ଶୂୟାଠାରୁ ଜାତ ହୋଇଥିଲେ। ଯିହୁଦାର ଜ୍ୟେଷ୍ଠ ପୁତ୍ର ଏର୍ ସଦାପ୍ରଭୁଙ୍କ ଦୃଷ୍ଟିରେ ଦୁଷ୍ଟ ଥିଲା; ଏଣୁ ସେ ତାହାକୁ ସଂହାର କଲେ। ୪ ପୁଣି, ଯିହୁଦାର ପୁତ୍ରବଧୂ ତାମର ତାହାର ଔରସରେ ପେରସ ଓ ସେରହକୁ ପ୍ରସବ କଲା। ଯିହୁଦାର ସର୍ବସୁଦ୍ଧା ପାଞ୍ଚ ପୁତ୍ର ଥିଲେ। ୫ ପେରସର ସନ୍ତାନ ହିଷ୍ରୋଣ ଓ ହାମୂଲ। ୬ ପୁଣି, ସେରହର ସନ୍ତାନ ସିମ୍ରି ଓ ଏଥନ୍ ଓ ହେମନ ଓ କଲ୍କୋଲ୍ ଓ ଦେରା; ସମୁଦାୟ ପାଞ୍ଚ ଜଣ। ୭ କର୍ମିର ପୁତ୍ର ଆଖର ଇସ୍ରାଏଲର ଦୁଃଖଦାୟକ ଥିଲା, ସେ ବର୍ଜିତ ଦ୍ରବ୍ୟ ବିଷୟରେ ସତ୍ୟ-ଲଙ୍ଘନ କରିଥିଲା। ୮ ପୁଣି, ଏଥନ୍ର ପୁତ୍ର ଅସରୀୟା। ୯ ଆଉ ହିଷ୍ରୋଣର ଔରସଜାତ ପୁତ୍ର ଯିରହମେଲ ଓ ରାମ୍ ଓ କାଲୁବାୟ, ୧୦ ପୁଣି, ରାମ୍ ଅମ୍ମୀନାଦବକୁ ଜାତ କଲା; ପୁଣି, ଅମ୍ମୀନାଦବ ଯିହୁଦା-ସନ୍ତାନଗଣର ଅଧିପତି ନହଶୋନ୍କୁ ଜାତ କଲା। ୧୧ ଆଉ ନହଶୋନ୍ ସଲ୍ମାକୁ ଜାତ କଲା ଓ ସଲ୍ମା ବୋୟଜକୁ ଜାତ କଲା; ୧୨ ବୋୟଜ ଓବେଦ୍କୁ ଜାତ କଲା, ଓବେଦ୍ ଯିଶୀକୁ ଜାତ କଲା। ୧୩ ପୁଣି, ଯିଶୀ ଆପଣା ଜ୍ୟେଷ୍ଠ ଇଲୀୟାବ୍କୁ ଓ ଦ୍ୱିତୀୟ ଅବୀନାଦବକୁ ଓ ତୃତୀୟ ଶିମୀୟକୁ; ୧୪ ଚତୁର୍ଥ ନଥନେଲକୁ, ପଞ୍ଚମ ରଦ୍ଦୟକୁ; ୧୫ ଷଷ୍ଠ ଓତ୍ସମକୁ, ସପ୍ତମ ଦାଉଦଙ୍କୁ ଜାତ କଲା; ୧୬ ପୁଣି, ସରୁୟା ଓ ଅବୀଗଲ ସେମାନଙ୍କର ଭଗିନୀ ଥିଲେ। ଆଉ ଅବୀଶୟ ଓ ଯୋୟାବ ଓ ଅସାହେଲ, ଏ ତିନି ସରୁୟାର ପୁତ୍ର। ୧୭ ପୁଣି, ଅବୀଗଲ ଅମାସାକୁ ଜାତ କଲା; ଏହି ଅମାସାର ପିତା ଇଶ୍ମାୟେଲୀୟ ଯେଥର ଥିଲା। ୧୮ ଆଉ ହିଷ୍ରୋଣର ପୁତ୍ର କାଲେବ ଆପଣା ଭାର୍ଯ୍ୟା ଅସୂବାର ଔରସରେ ଓ ଯିରୀୟୋତର ଔରସରେ ସନ୍ତାନଗଣ ଜାତ କଲା; ଯେଶର ଓ ଶୋବବ୍ ଓ ଅର୍ଦୋନ୍, ଏମାନେ ଅସୂବାର ପୁତ୍ର। ୧୯ ପୁଣି, ଅସୂବା ମଲା ଉତ୍ତାରେ କାଲେବ ଇଫ୍ରାଥାକୁ ବିବାହ କଲା, ସେ ହୂରକୁ ପ୍ରସବ କଲା। ୨୦ ପୁଣି, ହୂର ଊରିକୁ ଜାତ କଲା ଓ ଊରି ବତ୍ସଲେଲକୁ ଜାତ କଲା। ୨୧ ଏଥିଉତ୍ତାରେ ହିଷ୍ରୋଣ ଗିଲୀୟଦର ପିତା ମାଖୀରର କନ୍ୟାର ସହବାସ କଲା; ସେ ଆପଣାର ଷାଠିଏ ବର୍ଷ ବୟସରେ ସେ ସ୍ତ୍ରୀକୁ ବିବାହ କରିଥିଲା; ତହିଁରେ ସେ ସ୍ତ୍ରୀ ତାହାର ଔରସରେ ସଗୂବକୁ ପ୍ରସବ କଲା। ୨୨ ସଗୂବ ଯାୟୀରକୁ ଜାତ କଲା, ତାହାର ଗିଲୀୟଦ ଦେଶରେ ତେଇଶ ନଗର ଥିଲା। ୨୩ ଆଉ ଗଶୂର ଓ ଅରାମ୍ ଯାୟୀରର ଗ୍ରାମସବୁ ସେମାନଙ୍କ ହସ୍ତରୁ ହରଣ କଲେ, ତହିଁ ସଙ୍ଗେ କନାତ୍ ଓ ତହିଁର ଗ୍ରାମ ପ୍ରଭୃତି ଷାଠିଏ ନଗର ନେଲେ। ଏସମସ୍ତେ ଗିଲୀୟଦର ପିତା ମାଖୀରର ସନ୍ତାନ ଥିଲେ। ୨୪ ପୁଣି, ହିଷ୍ରୋଣ କାଲେବ-ଇଫ୍ରାଥାରେ ମଲା ଉତ୍ତାରେ ହିଷ୍ରୋଣର ଭାର୍ଯ୍ୟା ଅବୀୟ ତାହାର ଔରସରେ ତକୋୟର ପିତା ଅସ୍ହୂରକୁ ଜାତ କଲା। ୨୫ ହିଷ୍ରୋଣର ପ୍ରଥମଜାତ ଯିରହମେଲର ଏହିସବୁ ସନ୍ତାନ ଥିଲେ, ପ୍ରଥମଜାତ ରାମ୍, ତହିଁ ଉତ୍ତାରେ ବୂନା, ଓରଣ, ଓତ୍ସମ୍ ଓ ଅହୀୟ। ୨୬ ପୁଣି, ଯିରହମେଲର ଅନ୍ୟ ଏକ ଭାର୍ଯ୍ୟା ଥିଲା, ତାହାର ନାମ ଅଟାରା; ସେ ଓନମ୍ର ମାତା। ୨୭ ଆଉ ଯିରହମେଲର ପ୍ରଥମଜାତ ରାମ୍ର ପୁତ୍ର ମାଷ୍, ଯାମୀନ୍ ଓ ଏକର। ୨୮ ଆଉ ଓନମ୍ର ପୁତ୍ର ଶମ୍ମୟ ଓ ଯାଦା; ଆଉ ଶମ୍ମୟର ପୁତ୍ର ନାଦବ୍ ଓ ଅବୀଶୂର। ୨୯ ଅବୀଶୂରର ଭାର୍ଯ୍ୟାର ନାମ ଅବୀହୟିଲ୍ ଓ ସେ ତାହାର ଔରସରେ ଅହବାନ୍ ଓ ମୋଲୀଦକୁ ଜାତ କଲା। ୩୦ ପୁଣି, ନାଦବ୍ର ପୁତ୍ର ସେଲଦ୍ ଓ ଅପ୍ପୟିମ୍; ମାତ୍ର ସେଲଦ୍ ନିଃସନ୍ତାନ ହୋଇ ମଲା। ୩୧ ଆଉ ଅପ୍ପୟିମ୍ର ପୁତ୍ର ଈଶୀ, ପୁଣି, ଈଶୀର ପୁତ୍ର ଶେଶନ୍। ଶେଶନ୍ର ପୁତ୍ର ଅହଲୟ। ୩୨ ପୁଣି, ଶମ୍ମୟର ଭ୍ରାତା ଯାଦାର ସନ୍ତାନ ଯେଥର ଓ ଯୋନାଥନ; ଯେଥର ନିଃସନ୍ତାନ ହୋଇ ମଲା। ୩୩ ପୁଣି, ଯୋନାଥନର ପୁତ୍ର ପେଲତ୍ ଓ ସାସା, ଏସମସ୍ତେ ଯିରହମେଲର ସନ୍ତାନ। ୩୪ ଶେଶନ୍ର ପୁତ୍ର ନ ଥିଲେ, କେବଳ କନ୍ୟା ଥିଲେ। ପୁଣି, ଶେଶନ୍ର ଜଣେ ମିସ୍ରୀୟ ଦାସ ଥିଲା, ତାହାର ନାମ ଯାର୍ହା। ୩୫ ଆଉ ଶେଶନ୍ ଆପଣା ଦାସ ଯାର୍ହା ସଙ୍ଗେ ଆପଣା କନ୍ୟାକୁ ବିବାହ ଦେଲା; ତହୁଁ ସେ ତାହାର ଔରସରେ ଅତ୍ତୟକୁ ଜାତ କଲା। ୩୬ ପୁଣି, ଅତ୍ତୟ ନାଥନକୁ ଜାତ କଲା ଓ ନାଥନ ସାବଦ୍କୁ ଜାତ କଲା, ୩୭ ସାବଦ୍ ଇଫ୍ଲଲକୁ ଜାତ କଲା ଓ ଇଫ୍ଲଲ ଓବେଦ୍କୁ ଜାତ କଲା; ୩୮ ଓବେଦ୍ ଯେହୂକୁ ଜାତ କଲା ଓ ଯେହୂ ଅସରୀୟକୁ ଜାତ କଲା; ୩୯ ପୁଣି, ଅସରୀୟ ହେଲସ୍କୁ ଜାତ କଲା ଓ ହେଲସ୍ ଇଲୀୟାସାକୁ ଜାତ କଲା; ୪୦ ପୁଣି, ଇଲୀୟାସା ସିସମୟକୁ ଜାତ କଲା ଓ ସିସମୟ ଶଲ୍ଲୁମ୍କୁ ଜାତ କଲା; ୪୧ ଶଲ୍ଲୁମ୍ ଯିକମୀୟକୁ ଜାତ କଲା ଓ ଯିକମୀୟ ଇଲୀଶାମାକୁ ଜାତ କଲା। ୪୨ ଯିରହମେଲର ଭ୍ରାତା କାଲେବର ପୁତ୍ରଗଣ, ତାହାର ଜ୍ୟେଷ୍ଠ ପୁତ୍ର ମେଶା ସୀଫ୍ର ପିତା ଥିଲା; ପୁଣି, ହିବ୍ରୋଣର ପିତା ମାରେଶାର ପୁତ୍ରଗଣ। ୪୩ ଆଉ ହିବ୍ରୋଣର ପୁତ୍ର କୋରହ ଓ ତପୂହ ଓ ରେକମ୍, ଶେମା। ୪୪ ପୁଣି, ଶେମା ଯର୍କିୟମର ପିତା ରହମକୁ ଜାତ କଲା ଓ ରେକମ୍ ଶମ୍ମୟକୁ ଜାତ କଲା। ୪୫ ଆଉ ଶମ୍ମୟର ପୁତ୍ର ମାୟୋନ୍; ମାୟୋନ୍ ବେଥ୍-ସୁରର ପିତା ଥିଲା। ୪୬ ପୁଣି, କାଲେବର ଉପପତ୍ନୀ ଐଫା ହାରଣକୁ ଓ ମୋତ୍ସାକୁ ଓ ଗାସେସକୁ ଜାତ କଲା। ୪୭ ଆଉ ଯେହଦୟର ପୁତ୍ର ରେଗମ୍ ଓ ଯୋଥମ୍ ଓ ଗେଶନ୍ ଓ ପେଲଟ୍ ଓ ଐଫା ଓ ଶାଫ୍। ୪୮ ପୁଣି, କାଲେବର ଉପପତ୍ନୀ ମାଖା ଶେବରକୁ ଓ ତିର୍ହନଃକୁ ପ୍ରସବ କଲା। ୪୯ ଆହୁରି ସେ ମଦ୍ମନ୍ନାର ପିତା ଶାଫ୍କୁ, ମଗ୍ବେନାର ପିତା ଶିବାକୁ ଓ ଗିବୀୟାର ପିତାକୁ ପ୍ରସବ କଲା; ଆଉ ଅକ୍ଷା କାଲେବର କନ୍ୟା ଥିଲା। ୫୦ କାଲେବର ସନ୍ତାନଗଣ ଯଥା, ଇଫ୍ରାଥାର ପ୍ରଥମଜାତ ହୂରର ପୁତ୍ର ଶୋବଲ୍ କିରୀୟଥ୍-ଯିୟାରୀମ୍ର ପିତା; ୫୧ ସଲ୍ମା ବେଥଲିହିମର ପିତା, ହାରେଫ୍ ବେଥ୍-ଗାଦରର ପିତା; ୫୨ ଆଉ କିରୀୟଥ୍-ଯିୟାରୀମ୍ର ପିତା ଶୋବଲ୍ର ପୁତ୍ରଗଣ ଥିଲେ; ହରାୟା ମନୁହୋଥର ଅର୍ଦ୍ଧାଂଶ। ୫୩ ଆଉ କିରୀୟଥ୍-ଯିୟାରୀମ୍ର ଗୋଷ୍ଠୀ; ଯିତ୍ରୀୟ, ପୂଥୀୟ, ଶୂମାଥୀୟ ଓ ମିଶ୍ରାୟୀୟମାନେ; ଏମାନଙ୍କ ଠାରୁ ସରାୟୀୟ ଓ ଇଷ୍ଟାୟୋଲୀୟମାନେ ଉତ୍ପନ୍ନ ହେଲେ। ୫୪ ସଲ୍ମାର ସନ୍ତାନଗଣ; ଯଥା, ବେଥଲିହିମ ଓ ନଟୋଫାତୀୟମାନେ, ଅଟ୍ରୋତ୍ବେତ୍-ଯୋୟାବ ଓ ମାନହତୀୟମାନଙ୍କ ଅର୍ଦ୍ଧାଂଶ, ସରିୟୀୟମାନେ। ୫୫ ଆଉ ଯାବେଷ୍ ନିବାସୀ ଲେଖକମାନଙ୍କ ଗୋଷ୍ଠୀ, ଯଥା, ତିରିୟାଥୀୟ, ଶିମିୟଥୀୟ, ସୂଖାଥୀୟମାନେ। ଏମାନେ ରେଖବ-ବଂଶର ପୂର୍ବପୁରୁଷ ହମ୍ମତ୍ଠାରୁ ଉତ୍ପନ୍ନ କେନୀୟ ଲୋକ।