ବିନ୍ୟାମୀନ୍‍ଙ୍କ ବଂଶଧର
1ବିନ୍ୟାମୀନ୍ ଆପଣା ଜ୍ୟେଷ୍ଠ ବେଲା, ଦ୍ୱିତୀୟ ଅସ୍‍ବେଲ ଓ ତୃତୀୟ ଅହର୍ହ; 2ଚତୁର୍ଥ ନୋହା, ପଞ୍ଚମ ରାଫାକୁ ଜାତ କଲା। 3ଆଉ ବେଲାର ଏହି ପୁତ୍ରମାନେ ଥିଲେ, ଅଦ୍ଦର, ଗେରା, ଅବୀହୂଦ, 4ଅବୀଶୂୟ, ନାମାନ୍‍, ଆହୋହ, 5ଗେରା, ଶଫୂଫନ୍‍ ଓ ହୂରମ୍‍। 6ଏହୂଦର ପୁତ୍ରଗଣ ଏହି; ଏମାନେ ଗେବା ନିବାସୀମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଏମାନେ ବନ୍ଦୀ ହୋଇ ମାନହତ୍‍କୁ ନିଆଯାଇଥିଲେ। 7ଆଉ ସେ ନାମାନ୍‍, ଅହୀୟ, ଗେରାକୁ ବନ୍ଦୀ କରି ନେଇଗଲା ଓ ସେ ଉଷ ଓ ଅହୀହୂଦ୍‍କୁ ଜାତ କଲା। 8ପୁଣି, ସେ ସେମାନଙ୍କୁ ବିଦାୟ କଲା ଉତ୍ତାରେ ଶହରୟିମ୍‍ ମୋୟାବ-ପଦାରେ ସନ୍ତାନମାନଙ୍କୁ ଜାତ କଲା; ହୂଶୀମ୍‍ ଓ ବାରା ତାହାର ଭାର୍ଯ୍ୟା ଥିଲେ। 9ପୁଣି, ସେ ଆପଣା ଭାର୍ଯ୍ୟା ହୋଦଶ୍‍ର ଗର୍ଭରେ ଯୋବବ୍‍, ସିବୀୟ, ମେଶା ଓ ମଲକମ୍‍, 10ଯିୟୂଶ, ଶଖୀୟ ଓ ମିର୍ମକୁ ଜାତ କଲା, ଏମାନେ ତାହାର ପୁତ୍ର ଓ ପିତୃବଂଶର ପ୍ରଧାନ ଥିଲେ। 11ଆଉ ସେ ହୂଶୀମ୍‍ ଗର୍ଭରେ ଆବୀଟୂବ ଓ ଇଲ୍ପାଲକୁ ଜାତ କଲା। 12ଆଉ ଇଲ୍ପାଲର ପୁତ୍ର ଏବର ଓ ମିଶୀୟମ୍‍, ପୁଣି, ସମସ୍ତ ଉପନଗର ସମେତ ଓନୋର ଓ ଲୋଦ୍‍ର ପତ୍ତନକାରୀ ଶେମଦ୍‍, 13ବରୀୟ ଓ ଶେମା, ଏମାନେ ଅୟାଲୋନ୍‍ ନିବାସୀମାନଙ୍କର ପିତୃବଂଶର ପ୍ରଧାନ ଥିଲେ, ଆଉ ଏମାନେ ଗାଥ୍‍ ନିବାସୀମାନଙ୍କୁ ତଡ଼ି ଦେଇଥିଲେ।
14ପୁଣି, ଅହୀୟୋ, ଶାଶକ୍‍, ଯେରେମୋତ୍‍,
15ସବଦୀୟ, ଅରାଦ, ଏଦର,
16ମୀଖାୟେଲ, ଯିଶ୍ପା, ଯୋହା ବରୀୟର ପୁତ୍ର ଥିଲେ;
17ଆଉ ସବଦୀୟ, ମଶୁଲ୍ଲମ୍‍, ହିଷ୍କି, ହେବର,
18ଯିଷ୍ମରୟ, ଯିଷ୍‍ଲୀୟ ଓ ଯୋବବ୍‍ ଇଲ୍ପାଲର ପୁତ୍ର ଥିଲେ।
19ଆଉ ଶିମୀୟିର ପୁତ୍ର
ଯାକୀମ୍‍, ସିଖ୍ରି, ସବ୍‍ଦି,
20ଇଲୀଐନୟ, ସିଲ୍ଲଥୟ, ଇଲୀୟେଲ୍‍,
21ଅଦାୟା, ବରାୟା ଓ ଶିମ୍ରତ୍‍;
22ଆଉ ଶାଶକ୍‍ର ପୁତ୍ର
ଯିଶ୍ପନ୍‍, ଏବର, ଇଲୀୟେଲ୍‍,
23ଅବଦୋନ୍‍, ସିଖ୍ରି, ହାନନ୍‍,
24ହନାନୀୟ, ଏଲମ୍‍, ଅନ୍ତୋଥୀୟ,
25ଯିଫଦୀୟ ଓ ପନୂୟେଲ;
26ଆଉ, ଯିରୋହମର ସନ୍ତାନ
ଶମ୍‍ଶରୟ, ଶହରୀୟ, ଅଥଲୀୟ,
27ଯାରିଶୀୟ, ଏଲୀୟ ଓ ସିଖ୍ରି;
28ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ପିତୃବଂଶର ପ୍ରଧାନ ଥିଲେ; ଏମାନେ ଯିରୂଶାଲମରେ ବାସ କଲେ। 29ଆଉ ଗିବୀୟୋନ୍‍ର ପିତା ଯିୟେଲ ଗିବୀୟୋନ୍‍ରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା। 30ତାହାର ପ୍ରଥମଜାତ ପୁତ୍ର ଅବ୍‍ଦୋନ୍‍, ତହୁଁ ସୂର୍‍, କୀଶ୍‍, ବାଲ୍‍, ନାଦବ୍‍, 31ଗଦୋର, ଅହୀୟୋ ଓ ସଖର; 32ପୁଣି, ମିକ୍ଲୋତ୍‍ ଶିମୀୟଙ୍କୁ ଜାତ କଲା। ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଯିରୂଶାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ। 33ନେର୍‍ କୀଶ୍‍କୁ ଜାତ କଲା,
କୀଶ୍‍ ଶାଉଲଙ୍କୁ ଜାତ କଲା,
ଶାଉଲ ଯୋନାଥନ, ମଲ୍‍କୀଶୂୟ, ଅବୀନାଦବ ଓ ଇଶ୍‍ବାଲକୁ ଜାତ କଲେ।
34ପୁଣି, ମରୀବ୍ବାଲ୍‍ ଯୋନାଥନର ପୁତ୍ର ଥିଲା
ଓ ମରୀବ୍ବାଲ୍‍ ମୀଖାକୁ ଜାତ କଲା।
35ମୀଖାର ପୁତ୍ର ପିଥୋନ୍‍, ମେଲକ୍‍, ତରେୟ ଓ ଆହସ୍‌।
36ଆଉ, ଆହସ୍‌ ଯିହୋୟାଦାକୁ ଜାତ କଲା,
ପୁଣି, ଯିହୋୟାଦା ଆଲେମତ୍‍, ଅସ୍ମାବତ୍‍, ସିମ୍ରିକୁ ଜାତ କଲା
ଓ ସିମ୍ରି ମୋତ୍ସାକୁ ଜାତ କଲା।
37ମୋତ୍ସା ବିନୀୟାକୁ ଜାତ କଲା, ତାହାର ପୁତ୍ର ରାଫା, ତାହାର ପୁତ୍ର ଇଲୀୟାସା, ତାହାର ପୁତ୍ର ଆତ୍ସେଲ;
38ପୁଣି, ଆତ୍ସେଲର ଛଅ ପୁତ୍ର ଥିଲେ; ସେମାନଙ୍କର ନାମ ଏହି; ଅସ୍ରୀକାମ, ବୋଖରୁ, ଇଶ୍ମାୟେଲ, ଶିୟରୀୟ, ଓବଦୀୟ ଓ ହାନନ୍‍। ଏସମସ୍ତେ ଆତ୍ସେଲର ପୁତ୍ର। 39ଆଉ ତାହାର ଭ୍ରାତା ଏଶକର ପୁତ୍ରଗଣ; ତାହାର ଜ୍ୟେଷ୍ଠ ଊଲମ, ଦ୍ୱିତୀୟ ଯିୟୂଶ୍‍ ଓ ତୃତୀୟ ଇଲୀଫେଲଟ୍‍। 40ଊଲମର ପୁତ୍ରମାନେ ମହାବିକ୍ରମଶାଳୀ, ଧନୁର୍ଦ୍ଧର ଥିଲେ ଓ ସେମାନଙ୍କର ଅନେକ ପୁତ୍ର ଓ ପୌତ୍ର, ଏକ ଶହ ପଚାଶ ଜଣ ଥିଲେ। ଏସମସ୍ତେ ବିନ୍ୟାମୀନ୍‍ର ସନ୍ତାନ।