ଲେବୀଙ୍କ ବଂଶଧର
1ଲେବୀର ପୁତ୍ର ଗେର୍ଶୋନ, କହାତ ଓ ମରାରି। 2କହାତର ପୁତ୍ର ଅମ୍ରାମ୍, ଯିଷ୍ହର ଓ ହିବ୍ରୋଣ ଓ ଉଷୀୟେଲ। 3ଅମ୍ରାମ୍ର ସନ୍ତାନ ହାରୋଣ ଓ ମୋଶା ଓ ମରୀୟମ। ପୁଣି, ହାରୋଣର ପୁତ୍ର ନାଦବ୍ ଓ ଅବୀହୂ, ଇଲୀୟାସର ଓ ଈଥାମର। 4ଇଲୀୟାସର ପୀନହସ୍କୁ ଜାତ କଲା, ପୀନହସ୍ ଅବୀଶୂୟକୁ ଜାତ କଲା; 5ପୁଣି, ଅବୀଶୂୟ ବୁକ୍କିକୁ ଜାତ କଲା ଓ ବୁକ୍କୁ ଉଷିକୁ ଜାତ କଲା; 6ଆଉ ଉଷି ସରହୀୟକୁ ଜାତ କଲା ଓ ସରହୀୟ ମରାୟୋତ୍କୁ ଜାତ କଲା; 7ମରାୟୋତ୍ ଅମରୀୟକୁ ଜାତ କଲା, ଅମରୀୟ ଅହୀଟୂବ୍କୁ ଜାତ କଲା। 8ଆଉ ଅହୀଟୂବ୍ ସାଦୋକକୁ ଜାତ କଲା, ସାଦୋକ ଅହୀମାସ୍କୁ ଜାତ କଲା; 9ଅହୀମାସ୍ ଅସରୀୟକୁ ଜାତ କଲା, ଅସରୀୟ ଯୋହାନନ୍କୁ ଜାତ କଲା; 10ଆଉ ଯୋହାନନ୍ ଅସରୀୟକୁ ଜାତ କଲା, ଏହି ଅସରୀୟ ଯିରୂଶାଲମରେ ଶଲୋମନ ନିର୍ମିତ ମନ୍ଦିରରେ ଯାଜକ କର୍ମ କଲା। 11ଅସରୀୟ ଅମରୀୟକୁ ଜାତ କଲା, ଅମରୀୟ ଅହୀଟୂବ୍କୁ ଜାତ କଲା; 12ପୁଣି, ଅହୀଟୂବ୍ ସାଦୋକକୁ ଜାତ କଲା, ସାଦୋକ ଶଲ୍ଲୁମ୍କୁ ଜାତ କଲା; 13ଶଲ୍ଲୁମ୍ ହିଲ୍କୀୟକୁ ଜାତ କଲା, ହିଲ୍କୀୟ ଅସରୀୟକୁ ଜାତ କଲା; 14ଆଉ ଅସରୀୟ ସରାୟକୁ ଜାତ କଲା ଓ ସରାୟ ଯିହୋଷାଦକଙ୍କୁ ଜାତ କଲା। 15ପୁଣି, ସଦାପ୍ରଭୁ ନବୂଖଦ୍ନିତ୍ସରର ହସ୍ତ ଦ୍ୱାରା ଯିହୁଦା ଓ ଯିରୂଶାଲମକୁ ନିର୍ବାସନ କରିବା ସମୟରେ ଏହି ଯିହୋଷାଦକ ବନ୍ଦୀ ହୋଇଗଲା। 16ଲେବୀର ପୁତ୍ର ଗେର୍ଶୋମ, କହାତ ଓ ମରାରି ଥିଲେ। 17ଗେର୍ଶୋମର ପୁତ୍ରମାନଙ୍କ ନାମ ଲିବ୍ନି ଓ ଶିମୀୟି। 18କହାତର ପୁତ୍ର ଅମ୍ରାମ୍, ଯିଷ୍ହର, ହିବ୍ରୋଣ ଓ ଉଷୀୟେଲ। 19ମରାରିର ପୁତ୍ର ମହଲି ଓ ମୂଶି; ଆଉ ଆପଣା ଆପଣା ପିତୃବଂଶାନୁସାରେ ଏସମସ୍ତେ ଲେବୀୟ ଗୋଷ୍ଠୀ। 20ଗେର୍ଶୋମର (ସନ୍ତାନ); ତାହାର ପୁତ୍ର ଲିବ୍ନି,
ତାହାର ପୁତ୍ର ଯହତ୍,
ତାହାର ପୁତ୍ର ସିମ୍ମ;
21ତାହାର ପୁତ୍ର ଯୋୟାହ,
ତାହାର ପୁତ୍ର ଇଦ୍ଦୋ,
ତାହାର ପୁତ୍ର ସେରହ,
ତାହାର ପୁତ୍ର ଯୀୟତ୍ରୟ।
22କହାତର ସନ୍ତାନ;
ତାହାର ପୁତ୍ର ଅମ୍ମୀନାଦବ,
ତାହାର ପୁତ୍ର କୋରହ,
ତାହାର ପୁତ୍ର ଅସୀର;
23ତାହାର ପୁତ୍ର ଇଲ୍କାନା,
ତାହାର ପୁତ୍ର ଅବୀୟାସଫ,
ତାହାର ପୁତ୍ର ଅସୀର;
24ତାହାର ପୁତ୍ର ତହତ,
ତାହାର ପୁତ୍ର ଊରୀୟେଲ,
ତାହାର ପୁତ୍ର ଉଷୀୟ,
ତାହାର ପୁତ୍ର ଶୌଲ।
25ଇଲ୍କାନାର ସନ୍ତାନ ଅମାସୟ ଓ ଅହୀମୋତ୍। 26ଇଲ୍କାନା; ଇଲ୍କାନାର ସନ୍ତାନ; ତାହାର ପୁତ୍ର ସୋଫୀ,
ତାହାର ପୁତ୍ର ନହତ୍;
27ତାହାର ପୁତ୍ର ଇଲୀୟାବ୍,
ତାହାର ପୁତ୍ର ଯିରୋହମ,
ତାହାର ପୁତ୍ର ଇଲ୍କାନା।
28ଶାମୁୟେଲଙ୍କର ସନ୍ତାନ; ପ୍ରଥମଜାତ ଯୋୟେଲ ଓ ଦ୍ୱିତୀୟ ଅବୀୟ।
29ମରାରିର ସନ୍ତାନ ମହଲି,
ତାହାର ପୁତ୍ର ଲିବ୍ନି,
ତାହାର ପୁତ୍ର ଶିମୀୟି,
ତାହାର ପୁତ୍ର ଉଷଃ;
30ତାହାର ପୁତ୍ର ଶିମୀୟ,
ତାହାର ପୁତ୍ର ହଗୀୟ,
ତାହାର ପୁତ୍ର ଅସାୟ।
31(ନିୟମ)ସିନ୍ଦୁକ ବିଶ୍ରାମ-ସ୍ଥାନ ପାଇଲା ଉତ୍ତାରେ ଦାଉଦ ଯେଉଁମାନଙ୍କୁ ସଦାପ୍ରଭୁଙ୍କ ଗୃହର ଗାନ-ସେବାରେ ନିଯୁକ୍ତ କରିଥିଲେ, ସେମାନଙ୍କର ନାମ ଏହି। 32ପୁଣି, ଶଲୋମନ ଯିରୂଶାଲମରେ ସଦାପ୍ରଭୁଙ୍କ ଗୃହ ନିର୍ମାଣ ନ କରିବା ପର୍ଯ୍ୟନ୍ତ ସେମାନେ ସମାଗମ-ତମ୍ବୁରୂପ ଆବାସ ସମ୍ମୁଖରେ ଗାନ ଦ୍ୱାରା ପରିଚର୍ଯ୍ୟା କଲେ ଓ ସେମାନେ ଆପଣା ଆପଣା ପାଳି ଅନୁସାରେ ସ୍ୱ ସ୍ୱ ପଦରେ ସେବା କଲେ। 33ଆଉ ସେହି ସେବାକାରୀ ଲୋକମାନେ ଓ ସେମାନଙ୍କ ସନ୍ତାନଗଣ, ଯଥା, କହାତୀୟ ସନ୍ତାନଗଣ ମଧ୍ୟରେ
ହେମନ ଗାୟକ, ସେ ଯୋୟେଲର ପୁତ୍ର,
ସେ ଶାମୁୟେଲଙ୍କର ପୁତ୍ର;
34ସେ ଇଲ୍କାନାର ପୁତ୍ର,
ସେ ଯିରୋହମର ପୁତ୍ର,
ସେ ଇଲୀୟେଲ୍ର ପୁତ୍ର,
ସେ ତୋହର ପୁତ୍ର;
35ସେ ସୂଫର ପୁତ୍ର,
ସେ ଇଲ୍କାନାର ପୁତ୍ର,
ସେ ମାହତ୍ର ପୁତ୍ର,
ସେ ଅମାସୟର ପୁତ୍ର;
36ସେ ଇଲ୍କାନାର ପୁତ୍ର,
ସେ ଯୋୟେଲର ପୁତ୍ର,
ସେ ଅସରୀୟର ପୁତ୍ର,
ସେ ସଫନୀୟର ପୁତ୍ର;
37ସେ ତହତର ପୁତ୍ର,
ସେ ଅସୀରର ପୁତ୍ର,
ସେ ଅବୀୟାସଫର ପୁତ୍ର,
ସେ କୋରହର ପୁତ୍ର;
38ସେ ଯିଷ୍ହରିର ପୁତ୍ର,
ସେ କହାତର ପୁତ୍ର,
ସେ ଲେବୀର ପୁତ୍ର,
ସେ ଇସ୍ରାଏଲର ପୁତ୍ର।
39ହେମନର ଭ୍ରାତା ଆସଫ ତାହାର ଦକ୍ଷିଣରେ ଠିଆ ହେଲା,
ସେହି ଆସଫ ବେରିଖୀୟର ପୁତ୍ର,
ସେ ଶିମୀୟର ପୁତ୍ର;
40ସେ ମୀଖାୟେଲର ପୁତ୍ର,
ସେ ବାସେୟର ପୁତ୍ର,
ସେ ମଲ୍କୀୟର ପୁତ୍ର;
41ସେ ଇତ୍ନିର ପୁତ୍ର,
ସେ ସେରହର ପୁତ୍ର,
ସେ ଅଦାୟାର ପୁତ୍ର;
42ସେ ଏଥନ୍ର ପୁତ୍ର,
ସେ ସିମ୍ମର ପୁତ୍ର,
ସେ ଶିମୀୟିର ପୁତ୍ର।
43ସେ ଯହତ୍ର ପୁତ୍ର,
ସେ ଗେର୍ଶୋମର ପୁତ୍ର,
ସେ ଲେବୀର ପୁତ୍ର।
44ବାମ ଭାଗରେ ସେମାନଙ୍କ ଭ୍ରାତୃଗଣ ମରାରିର ସନ୍ତାନମାନେ ଠିଆ ହେଲେ; ଏଥନ୍ କୀଶିର ପୁତ୍ର,
ସେ ଅବ୍ଦିର ପୁତ୍ର,
ସେ ମଲ୍ଲୁକର ପୁତ୍ର;
45ସେ ହଶବୀୟର ପୁତ୍ର,
ସେ ଅମତ୍ସୀୟର ପୁତ୍ର,
ସେ ହିଲ୍କୀୟର ପୁତ୍ର;
46ସେ ଅମ୍ସିର ପୁତ୍ର,
ସେ ବାନିର ପୁତ୍ର,
ସେ ଶେମରର ପୁତ୍ର;
47ସେ ମହଲିର ପୁତ୍ର,
ସେ ମୂଶିର ପୁତ୍ର,
ସେ ମରାରିର ପୁତ୍ର,
ସେ ଲେବୀର ପୁତ୍ର।
48ସେମାନଙ୍କ ଭ୍ରାତୃଗଣ ଲେବୀୟମାନେ ପରମେଶ୍ୱରଙ୍କ ଗୃହରୂପ ଆବାସର ସମସ୍ତ ସେବାରେ ନିଯୁକ୍ତ ଥିଲେ।
49ମାତ୍ର ହାରୋଣ ଓ ତାଙ୍କର ପୁତ୍ରଗଣ ପରମେଶ୍ୱରଙ୍କ ସେବକ ମୋଶାଙ୍କର ସମସ୍ତ ଆଜ୍ଞା ପ୍ରମାଣେ ମହାପବିତ୍ର ସ୍ଥାନର ସମସ୍ତ କାର୍ଯ୍ୟ ନିମନ୍ତେ ଓ ଇସ୍ରାଏଲ ପାଇଁ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ହୋମାର୍ଥକ ବେଦି ଉପରେ ଓ ଧୂପାର୍ଥକ ବେଦି ଉପରେ ଉତ୍ସର୍ଗ କଲେ।
50ହାରୋଣଙ୍କର ସନ୍ତାନଗଣ;
ହାରୋଣଙ୍କର ପୁତ୍ର ଇଲୀୟାସର,
ତାହାର ପୁତ୍ର ପୀନହସ୍,
ତାହାର ପୁତ୍ର ଅବୀଶୂୟ
51ତାହାର ପୁତ୍ର ବୁକ୍କି,
ତାହାର ପୁତ୍ର ଉଷି,
ତାହାର ପୁତ୍ର ସରହୀୟ;
52ତାହାର ପୁତ୍ର ମରାୟୋତ୍,
ତାହାର ପୁତ୍ର ଅମରୀୟ,
ତାହାର ପୁତ୍ର ଅହୀଟୂବ୍;
53ତାହାର ପୁତ୍ର ସାଦୋକ,
ତାହାର ପୁତ୍ର ଅହୀମାସ୍।
54ଆଉ ସେମାନଙ୍କ ସ୍ୱ ସ୍ୱ ସୀମାରେ ଛାଉଣିର ସ୍ଥାପନାନୁସାରେ ଏହିସବୁ ସେମାନଙ୍କର ବସତି ସ୍ଥାନ। ଯଥା, ହାରୋଣଙ୍କର ସନ୍ତାନଗଣ କହାତୀୟ ଗୋଷ୍ଠୀର ପ୍ରଥମ ବାଣ୍ଟ ଥିଲା, 55ଏହେତୁ ସେମାନଙ୍କୁ ଯିହୁଦା ଦେଶସ୍ଥ ହିବ୍ରୋଣ ଓ ତହିଁର ଚତୁର୍ଦ୍ଦିଗସ୍ଥ ତଳିଭୂମି ଦିଆଗଲା। 56ମାତ୍ର ନଗରର କ୍ଷେତ୍ର ଓ ତହିଁର ଗ୍ରାମସବୁ ଯିଫୁନ୍ନିର ପୁତ୍ର କାଲେବଙ୍କୁ ଦିଆଗଲା। 57ପୁଣି, ହାରୋଣଙ୍କର ସନ୍ତାନମାନଙ୍କୁ ଆଶ୍ରୟ ନଗରସବୁ, ହିବ୍ରୋଣ; ଲିବ୍ନା, ତହିଁର ତଳିଭୂମି ଓ ଯତ୍ତୀର ଓ ଇଷ୍ଟିମୋୟ, ତହିଁର ତଳିଭୂମି; 58ହିଲେନ୍, ତହିଁର ତଳିଭୂମି, ଦବୀର, ତହିଁର ତଳିଭୂମି; 59ଆଶନ୍, ତହିଁର ତଳିଭୂମି ଓ ବେଥ୍-ଶେମଶ, ତହିଁର ତଳିଭୂମି; 60ପୁଣି, ବିନ୍ୟାମୀନ୍ ବଂଶଠାରୁ ଗେବା, ତହିଁର ତଳିଭୂମି ଓ ଆଲେମତ୍, ତହିଁର ତଳିଭୂମି ଓ ଅନାଥୋତ୍, ତହିଁର ତଳିଭୂମି ଦିଆଗଲା। ସେମାନଙ୍କ ସମୁଦାୟ ବଂଶର ସର୍ବସୁଦ୍ଧା ତେର ନଗର ଥିଲା।
61ପୁଣି, କହାତର ଅବଶିଷ୍ଟ ସନ୍ତାନମାନଙ୍କୁ ଗୁଲିବାଣ୍ଟ ଦ୍ୱାରା ବଂଶୀୟ ଗୋଷ୍ଠୀଠାରୁ, ଅର୍ଦ୍ଧ ବଂଶ, ଅର୍ଥାତ୍, ମନଃଶିର ଅର୍ଦ୍ଧାଂଶଠାରୁ ଦଶ ନଗର ଦିଆଗଲା। 62ଆଉ ଗେର୍ଶୋମର ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଅନୁସାରେ ଇଷାଖର-ବଂଶଠାରୁ ଓ ଆଶେର-ବଂଶଠାରୁ ଓ ନପ୍ତାଲି-ବଂଶଠାରୁ ଓ ବାଶନସ୍ଥ ମନଃଶି-ବଂଶଠାରୁ ତେର ନଗର ଦିଆଗଲା। 63ମରାରିର ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଅନୁସାରେ ଗୁଲିବାଣ୍ଟ ଦ୍ୱାରା ରୁବେନ୍-ବଂଶଠାରୁ ଓ ଗାଦ୍ ବଂଶଠାରୁ ଓ ସବୂଲୂନ-ବଂଶଠାରୁ ବାର ନଗର ଦିଆଗଲା। 64ପୁଣି, ଇସ୍ରାଏଲ-ସନ୍ତାନଗଣ ଲେବୀୟମାନଙ୍କୁ ତଳିଭୂମି ସହିତ ନଗରମାନ ଦେଲେ। 65ସେମାନେ ଗୁଲିବାଣ୍ଟ ଦ୍ୱାରା ନାମରେ ଉଲ୍ଲିଖିତ ଏହି ନଗରସବୁ ଯିହୁଦା-ସନ୍ତାନଗଣର ବଂଶଠାରୁ ଓ ଶିମୀୟୋନ-ସନ୍ତାନଗଣର ବଂଶଠାରୁ ଓ ବିନ୍ୟାମୀନ୍-ସନ୍ତାନଗଣର ବଂଶଠାରୁ ସେମାନଙ୍କୁ ଦେଲେ।
66ପୁଣି, କହାତ-ସନ୍ତାନଗଣର କୌଣସି କୌଣସି ଗୋଷ୍ଠୀ ଇଫ୍ରୟିମ-ବଂଶଠାରୁ ସ୍ୱ ସ୍ୱ ସୀମାସ୍ଥ ନଗର ପାଇଲେ। 67ଆଉ ସେମାନେ ସେମାନଙ୍କୁ ଆଶ୍ରୟ-ନଗରମାନ ଦେଲେ, ଇଫ୍ରୟିମର ପର୍ବତମୟ ଦେଶରେ ତଳିଭୂମି ସହିତ ଶିଖିମ; ତଳିଭୂମି ସହିତ ଗେଷର; 68ତଳିଭୂମି ସହିତ ଯକମୀୟାମ୍ ଓ ତଳିଭୂମି ସହିତ ବେଥ୍-ହୋରଣ; 69ତଳିଭୂମି ସହିତ ଅୟାଲୋନ୍ ଓ ତଳିଭୂମି ସହିତ ଗାଥ୍-ରିମ୍ମୋନ; 70ପୁଣି, ମନଃଶିର ଅର୍ଦ୍ଧ ବଂଶଠାରୁ ତଳିଭୂମି ସହିତ ଆନେର୍ ଓ ତଳିଭୂମି ସହିତ ବିଲୀୟମ୍, ଏହିସବୁ ନଗର କହାତ-ସନ୍ତାନଗଣର ଅବଶିଷ୍ଟ ଗୋଷ୍ଠୀକୁ ଦେଲେ। 71ଗେର୍ଶୋମର ସନ୍ତାନମାନଙ୍କୁ ମନଃଶିର ଅର୍ଦ୍ଧ ବଂଶର ଗୋଷ୍ଠୀଠାରୁ ତଳିଭୂମି ସହିତ ବାଶନସ୍ଥ ଗୋଲନ୍ ଓ ତଳିଭୂମି ସହିତ ଅଷ୍ଟାରୋତ୍; 72ଆଉ ଇଷାଖରର ଗୋଷ୍ଠୀଠାରୁ ତଳିଭୂମି ସହିତ କେଦଶ୍, ତଳିଭୂମି ସହିତ ଦାବରତ୍; 73ତଳିଭୂମି ସହିତ ରାମୋତ୍ ଓ ତଳିଭୂମି ସହିତ ଆନେମ୍; 74ଆଉ ଆଶେର-ବଂଶଠାରୁ ତଳିଭୂମି ସହିତ ମଶାଲ୍, ତଳିଭୂମି ସହିତ ଅବଦୋନ୍; 75ତଳିଭୂମି ସହିତ ହୁକ୍କୋକ୍ ଓ ତଳିଭୂମି ସହିତ ରହୋବ; 76ଆଉ ନପ୍ତାଲି-ବଂଶଠାରୁ ତଳିଭୂମି ସହିତ ଗାଲିଲୀସ୍ଥ କେଦଶ, ତଳିଭୂମି ସହିତ ହମ୍ମୋନ ଓ ତଳିଭୂମି ସହିତ କିରୀୟାଥୟିମ ଦିଆଗଲା। 77ମରାରି-ସନ୍ତାନଗଣର ଅବଶିଷ୍ଟ ଲେବୀୟମାନଙ୍କୁ ସବୂଲୂନ-ବଂଶଠାରୁ ତଳିଭୂମି ସହିତ ରିମ୍ମୋନ୍, ତଳିଭୂମି ସହିତ ତାବୋର୍ ଦିଆଗଲା। 78ଆଉ ଯର୍ଦ୍ଦନର ସେପାରି ଯିରୀହୋ ନିକଟରେ ଯର୍ଦ୍ଦନର ପୂର୍ବ ଦିଗରେ ରୁବେନ୍-ବଂଶଠାରୁ ତଳିଭୂମି ସହିତ ପ୍ରାନ୍ତରସ୍ଥ ବେତ୍ସର ଓ ତଳିଭୂମି ସହିତ ଯହସ 79ଓ ତଳିଭୂମି ସହିତ କଦେମୋତ୍ ଓ ତଳିଭୂମି ସହିତ ମେଫାତ୍; 80ଆଉ ଗାଦ୍ ବଂଶଠାରୁ ତଳିଭୂମି ସହିତ ଗିଲୀୟଦସ୍ଥ ରାମୋତ୍, ତଳିଭୂମି ସହିତ ମହନୟିମ, 81ତଳିଭୂମି ସହିତ ହିଷ୍ବୋନ ଓ ତଳିଭୂମି ସହିତ ଯାସେର ଦିଆଗଲା।