ଜିସୁ ଗଟେକ୍ ଆତ୍ ସୁକ୍ଲା କଲା ଲକ୍କେ ନିକ କଲା
(ମାତିଉ ୧୨:୯-୧୪; ଲୁକ୍ ୬:୬-୧୧)
୧ପଚେ ଜିସୁ ଆରି ଗଟେକ୍ ତର୍ ଜିଉଦିମନର୍ ପାର୍ତନା ଗରେ ଗାଲା । ତେଇ ଗଟେକ୍ ଲକ୍ ରଇଲା । ତାର୍ ଗଟେକ୍ ଆତ୍ ସୁକିଜାଇରଇଲା । ୨ଜିସୁ କେଜାନେ ବିସ୍ରାମ୍ ବାରେ ନିମାନ୍ କର୍ସି ବଲି, ସେମନ୍ ଆଁକି ନ ମରାଇତେ ଦେକ୍ତେରଇଲାଇ, କାଇକେବଇଲେ ଜେନ୍ତିକି ତାର୍ ବିରୁଦେ ଦସ୍ ଦାରିପାର୍ବାଇ । ୩ଜନ୍ ଲକର୍ ଆତ୍ ସୁକି ଜାଇରଇଲା, ତାକେ ଜିସୁ କଇଲା, “ଆଉ ମଜାଇ ଟିଆ ଅ ।” ୪ଆରି ଜିସୁ ଲକ୍ମନ୍କେ ପାଚାର୍ଲା, “ ବିସ୍ରାମ୍ବାରେ କାଇଟା କର୍ବା ନିଅମ୍ ? ନିକ କର୍ବାର୍ କି ଆସାର୍ କର୍ବାର୍ ? ଜିବନ୍ ବଁଚାଇବାର୍ କି ମରାଇଦେବାର୍ ?” ମାତର୍ ସେମନ୍ କାଇଟା ନ କଇ ଚିମ୍ରାଅଇ ରଇଲାଇ । ୫ସେବେଲେ ତାକର୍ ମନ୍ ଡାଟ୍ ରଇବାଟା ଦେକିକରି ଜିସୁ ଦୁକ୍ଅଇ ରିସାସଙ୍ଗ୍, ଚାରିବେଡ୍ତି ଦେକ୍ଲା । ଆରି ସେ ଲକ୍କେ କଇଲା, “ଆତ୍ ଲାମା ।” ସେ ଲକ୍ ଆତ୍ ଲାମାଇଲା, ଆରି ତାର୍ ଆତ୍ ନିମାନ୍ ଅଇଗାଲା । ୬ତେଇଅନି ପାରୁସିମନ୍ ସେ ଜାଗାଇଅନି ଦାପ୍ରେ ବାରଇ ଜାଇ ଜିସୁକେ ମରାଉ ବଲି ତାର୍ ବିରୁଦେ ଏରଦ୍ ରାଜାର୍ ଲକ୍ମନର୍ସଙ୍ଗ୍ ଉପାଇ ପାଁଚ୍ବାର୍ ଦାର୍ଲାଇ । ୭ସେଡ୍କିବେଲେ ଜିସୁ ସିସ୍ମନର୍ ସଙ୍ଗ୍ ଲକ୍ମନର୍ଟାନେଅନି ବେଗ୍ଲି କରି, ସମ୍ଦୁର୍ କଣ୍ଡିବାଟେ ବାରଇ ଗାଲା । ଆରି ଗାଲିଲି ଅନି ବେସି ଲକ୍ ତାର୍ ପଚେ ପଚେ ଆଇଲାଇ, ଆରି ଜିଉଦା, ୮ଜିରୁସାଲାମ୍, ଇଦମ୍, ଜର୍ଦନ୍ର୍ ଉପର୍ ବାଟେ ରଇବା ସର ଆରି ସିଦନର୍ ଚାରିବେଡ୍ତିର୍ ଲକ୍ ସେ କରିରଇବା ସବୁ କାମର୍ କାତା ସୁନି ତାର୍ ଲଗେ ଆଇଲାଇ । ୯ ସେଡ୍କିବେଲେ ଚିପାଟେଲା ରଇଲାକେ, ଲକ୍ମନ୍ ଜେନ୍ତିକି ଉପ୍ରେ ଡାବି ନ ଅଅତ୍, ତେବର୍ ପାଇ ଜିସୁ ସିସ୍ମନ୍କେ ତାର୍ପାଇ ଗଟେକ୍ ସାନ୍ଟା ଡଙ୍ଗା ଆନି ଜାଗାଇବାକେ ତିଆର୍ଲା । ୧୦କାଇକେବଇଲେ ସେ ବେସି ଲକ୍ମନ୍କେ ନିମାନ୍ କଲାଜେ ଜର୍ଦୁକା ଅଇରଇବା ଲକ୍ମନ୍ ତାକେ ଚିଉଁ ବଲି ଉପ୍ରେ ଡାବିଅଇ ଜାଇତେରଇଲାଇ । ୧୧ଆରି ଜେଡେବେଲେ ଜିସୁକେ କରାପ୍ ଆତ୍ମାମନ୍ ଦେକ୍ତେ ରଇଲାଇ, ସେ ଆତ୍ମାମନ୍ ତାର୍ ମୁଆଟେ ଅଦ୍ରି ଆଉଲିଅଇ କଇତେରଇଲାଇ, “ତୁଇ ଆକା ପର୍ମେସରର୍ ପଅ ।” ୧୨ମାତର୍ ଜିସୁ ଡୁମାମନ୍କେ ତାର୍ ବିସଇନେଇ ବିନ୍ ଲକ୍ମନ୍କେ କାଇ ବଲି ନ କୁଆ ବଲି ଡାଟ୍ସଙ୍ଗ୍ ଆଦେସ୍ ଦେଇତେରଇଲା ।
ଜିସୁ ବାର୍ଟା ସିସ୍ମନ୍କେ ବାଚ୍ଲା
(ମାତିଉ ୧୦:୧-୪; ଲୁକ୍ ୬:୧୨-୧୬)
୧୩ଜିସୁ ପର୍ବତ୍ ଉପ୍ରେ ଜାଇ, ଜନ୍ ଲକ୍ମନ୍କେ ସେ ମନ୍ କଲା, ସେମନ୍କେ ଲଗେ ଡାକ୍ଲା, ଆରି ସେମନ୍ ତାର୍ ଲଗେ ଆଇଲାଇ । ୧୪ସେ ବାର ଲକ୍କେ ବାଚ୍ଲା ଆରି ସେମନ୍କେ ତାର୍ କବର୍ ନେଉ ବଲି ଡାକ୍ଲା । ଜେନ୍ତି ସେମନ୍ ତାର୍ ସଙ୍ଗ୍ ରଇପାରତ୍ ଆରି ସେମନ୍ ତାର୍ କବର୍ ଜାନାଇବାଇ, ୧୫ଆରି ଡୁମାଚାଡାଇବାକେ ଅଦିକାର୍ ଦେଲା ।
୧୬ଜିସୁ ବାର ଲକ୍କେ ବାଚ୍ଲା, ଜନ୍ଲକ୍ମନ୍ କି ସିମନ୍, ଜାକେ ସେ ପିତର୍ ବଲି ନାଉଁ ଦେଲା, ୧୭ଜେବଦିର୍ ପ ଜାକୁବ୍ ଆରି ତାର୍ ବାଇ ଜଅନ୍କେ ସେ ବିନେରିଗସ୍ ବଲି ନାଉଁ ଦେଲା, ଆର୍ ଅରତ୍ ଅଇଲାନି ମେଗ୍ନାଦର୍ ପଅମନ୍, ୧୮ଆନ୍ଦ୍ରିୟ, ପିଲିପ୍, ବାର୍ତଲମି, ମାତିଉ, ତମା, ଆଲ୍ପିର୍ ପଅ ଜାକୁବ୍, ତଦିୟ, କିଣାନିୟ ସିମନ୍, ଜେ କି ରମିୟ ସର୍କାରର୍ ବିରୁଦେ ଉଟିରଇଲା । ୧୯ଆରି ଇସ୍କାରିୟତିୟ ଜିଉଦା, ଜେ କି ଜିସୁକେ ସତ୍ରୁକେ ସର୍ପି ଦେଇରଇଲା ।
(ମାତିଉ ୧୨:୨୨-୩୨; ଲୁକ୍ ୧୧:୧୪-୨୩;୧୨:୧୦)
୨୦ପଚେ ଜିସୁ ଗଟେକ୍ ଗରେ ପୁର୍ଲା । ସେଡ୍କି ବେଲେ ଲକ୍ମନ୍ ଆରି ତରେକ୍ ଏତେକ୍ ରୁଣ୍ଡ୍ଲାଇ ଜେ, ସେ ଆରି ତାର୍ ସିସ୍ମନ୍ କାଇବାର୍ ମିସା ନାପାର୍ଲାଇ । ୨୧“ ଜିସୁକେ କାଇବାକେ ମିସା ବେଲା ନାଇ ।” ବଲି କଇ ତାକର୍ ଗରର୍ ଲକ୍ ସୁନି, ତାକେ ଗରେ ଡାକିନେବାକେ ଆଇଲାଇ । କାଇକେବଇଲେ ସେମନ୍ କଇଲାଇ, “ତାର୍ ବୁଦି ବାନାଅଇଗାଲାନି ।”
ଜିସୁ ଆରି ବାଲ୍ଜିବୁଲ୍
୨୨ ଆରି, ଜିରୁସାଲାମ୍ ଅନି ଆସିରଇବା ସାସ୍ତର୍ ସିକାଉମନ୍ କଇଲାଇ, “ଆକେ ଡୁମାମନର୍ ନେତା ବାଲ୍ଜିବୁଲ୍ ଦାରିଆଚେ, ଆରି ଡୁମାମନର୍ ନେତାର୍ ବପୁସଙ୍ଗ୍ ଡୁମା ଚାଡାଇଲାନି ।” ୨୩ସେଡ୍କିବେଲେ ଜିସୁ ସାସ୍ତର୍ ସିକାଉମନ୍କେ ଲଗେଡାକି ଉଦାଅରନ୍ ଦେଇ କଇଲା, “ସଇତାନ୍ କେନ୍ତି ସଇତାନ୍କେ ଚାଡାଇ ପାର୍ସି ? ୨୪ଜଦି ଗଟେକ୍ ରାଇଜ୍ ଦୁଇ ବାଗ୍ ଅଇ ନିଜର୍ ବିରୁଦେ ଉଟ୍ସି, ତେବେ ସେ ରାଜିଅ ବେସିଦିନ୍ ନ ରଏ । ୨୫ଗଟେକ୍ ଗର୍ ବାଗ୍ ଅଇ ନିଜର୍ ବିରୁଦେ ଉଟ୍ସି, ତେବେ ସେ ଗର୍ ବେସି ଦିନ୍ ନ ରଏ । ୨୬ସେନ୍ତାର୍ସେ ସଇତାନ୍ ଜଦି ବାଗ୍ ଅଇ ନିଜର୍ ବିରୁଦେ ଉଟ୍ସି, ତେବେ ସେ ତବିର୍ ଅଇ ରଇ ନାପାରେ, ମାତର୍ ତାର୍ ବିନାସ୍ ଗଟ୍ସି ।
୨୭“ମାତର୍ କେ ମିସା ବପୁ ରଇବା ଲକ୍କେ ପର୍ତୁମ୍ ନ ବାନ୍ଦ୍ତେ, ତାର୍ ଗରେ ପୁରିକରି ସେଲକର୍ ନିଜର୍ ସବୁ ଚରାଇ ନେଇ ନାପାରେ, ମାତର୍ ସେ ବପୁ ରଇବା ଲକ୍କେ ଆଗେ ବାନ୍ଦ୍ଲେ ସିନା ସେ ତାର୍ ଗରେ ପୁରି ଚରିପାର୍ସି ।
୨୮“ମୁଇ ତମ୍କେ ସତ୍ କଇଲିନି, ଲକ୍ମନର୍ ସବୁ ପାପ୍, ଆରି ସେମନ୍ ଜେତେକ୍ ନିନ୍ଦା କାତା କଇ ପର୍ମେସରର୍ ନିନ୍ଦା କଲେ ମିସା, ସେ ସବୁଜାକ କେମା କରାଅଇସି । ୨୯ ଜେକି ସୁକଲ୍ଆତ୍ମାର୍ ବିରୁଦେ ନିନ୍ଦା କାତା କଇସି, ତାକେ କନ୍ କାଲେ ମିସା ପର୍ମେସର୍ କେମା ନ ଦେଏ, ଆରି ସେ ନ ସାର୍ବା ପାପର୍ ଦସି ଅଇସି ।” ୩୦ତାକେ କାରାପ୍ ଆତ୍ମା ଲାଗିଆଚେ ବଲି ସାସ୍ତର୍ ସିକାଉମନ୍ କଇଲାଇକେ, ଜିସୁ ଏନ୍ତାରି କଇଲା ।
ଜିସୁର୍ ମାଆ ଆରି ବାଇବଇନିମନ୍
(ମାତିଉ ୧୨:୪୬-୫୦; ଲୁକ୍ ୮:୧୯-୨୧)
୩୧ସେଡ୍କିବେଲେ ଜିସୁର୍ ମା ଆରି ବାଇମନ୍ ଆସି ବାଇରେ ଟିଆ ଅଇ ଜିସୁକେ ଡାକାଇପାଟାଇଲାଇ । ୩୨ତେଇ ତାର୍ ଚାରିବେଡ୍ତି ବସି ରଇବା ଲକ୍ମନ୍ ତାକେ କଇଲାଇ, “ଦେକା, ତମର୍ ମାଆ ଆରି ବାଇ ବଇନି ବାଇରେ ରଇ ତମ୍କେ କଜ୍ଲାଇନି ।” ୩୩ଜିସୁ ସେମନ୍କେ କଇଲା, “କେ ମର୍ ମା ଆରି ବାଇବଇନିମନ୍ ?” ୩୪ସେ ତାର୍ ଚାରିବେଡ୍ତି ବସିରଇବା ଲକ୍ମନ୍କେ ଦେକିକରି କଇଲା, “ଏମନ୍ ମର୍ ମାଆ ଆରି ମର୍ ବାଇ ବଇନି । ୩୫ଜନ୍ ଲକ୍ମନ୍ ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କର୍ବାଇ, ସେ ମର୍ ବାଇ, ବଇନି ଆରି ମା ।”