ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ମାର୍କ ଲେଖିଥିବା ସୁସମାଚାର
ଜିସୁକିରିସ୍ଟର୍ ବିସଇରେ ମାର୍କ ଲେକ୍ଲା ନିମାନ୍ କବର୍
ଏ ବଇ ବିସଇରେ ଜାନ୍ବାଟା
ଜିସୁ ମାପ୍ରୁର୍ ଜିବନ୍ ବିସଇର୍ ଟିକି ନିକି କାତା କରିରଇବା ନୁଆ ନିୟମର୍ ଚାରିଟା ବଇ ବିତ୍ରେଅନି ମାର୍କ ଲେକିରଇବା ସୁବ୍କବର୍ ଅଇଲାନି ଗଟେକ୍ । ସେ ଚାର୍ଟା ବଇକେ ସୁସମାଚାର୍ ବଲି କଇବାଇ । ଜନ୍ଟାର୍ ଅରତ୍ କି “ସୁବ୍କବର୍ ।” ସେଟା ସବୁ ଜିସୁର୍ ମରନ୍ ପଚେ ମାତିଉ, ମାର୍କ, ଲୁକ୍ ଆରି ଜଅନର୍ ଲାଗି ଲେକା ଅଇଲା ଆଚେ । ଚାରିଟା ସୁବ୍କବର୍ ବିତ୍ରେଅନି ମାର୍କ ଲେକିରଇବା ସୁବ୍କବର୍ ଅଇଲାନି ସବୁର୍ଟାନେଅନି ସାନ୍ଟା । ଏଟାକେ ଏନ୍ତି ମିସା ବିସ୍ବାସ୍ କର୍ବାଇ ଜେ ଏଟା ସୁବ୍କବର୍ମନର୍ ବିତ୍ରେ ଅନି ସବୁର୍ ଆଗ୍ତୁ କିରିସ୍ଟାଦ ୬୫-୭୦ ବିତ୍ରେ ଲେକାଅଇଲା । କେତେକ୍ ବାଇବଲ୍ ପଣ୍ଡିତ୍ମନ୍ ବିସ୍ବାସ୍ କର୍ବାଇ ଜେ ରମ୍ ଦେସେ ରଇବା କିରସ୍ତାନି ମନ୍କେ ସାର୍ଦା କରାଇବାପାଇ ବଲି ରମ୍ଦେସେ ଏଟା ଲେକାଅଇଲାଆଚେ । ମାର୍କ, ଜେ କି ଜଅନ୍ ମାର୍କ ବଲି ଜାନିରଇଲାଇ । ସେ ପାଉଲ୍ ଆରି ବର୍ନବାସର୍ ସଙ୍ଗାରି ରଇଲା, ମାତର୍ ଜେଡେବେଲେ ସେ ସେମନ୍କେ ମାପ୍ରୁର୍ ସେବା କାମର୍ ଲାଗି ଜିବାକେ ଚାଡି ଆଇଲା, ସେଡେବେଲେ ସେମନର୍ ନାଉଁ ବଡି ବଡି ଆଇଲାବେଲେ, ଦୁକର୍ ବେଲା କେଟ୍ଲା ପେରିତ୍ ୧୩:୧୩ କେତେ ବରସ୍ ଗାଲାପଚେ ମାର୍କ ଆରିତରେକ୍ ବର୍ନବାସର୍ ସଙ୍ଗ୍ ଜିବାକେ ଆରାମ୍ କଲାଇ ପେରିତ୍ ୧୫:୩୭-୩୯ । ମାର୍କ ମିସା ପିତରର୍ ଗଟେକ୍ ନିଜର୍ ମଇତର୍ ପାରା ବଲି ଜାନିରଇଲାଇ ୧ ମ ପିତର୍ ୫:୧୩ । ମାର୍କ ଜିସୁର୍ ଜିବନେ ଅଇରଇବା ସବୁ ବିସଇର୍ ସାକି ନ ରଇଲେ ମିସା, ପଣ୍ଡିତ୍ମନ୍ ତାକେ ବିସ୍ବାସ୍ କର୍ବାଇ । ସେ ପିତର୍ ସାକିଦେଇରଇବା ବିସଇ ନିଜର୍ ସୁବ୍କବର୍ ତେଇ ଲେକିଆଚେ । ମାର୍କ ସିସ୍ଅଇଲାଟା ଆରି ସାରାସାରି ବେଲେ ଅଇରଇଲା କାତା ଜିସୁର୍ ସିକିଆ ତେଇ ଜାନାଇଲାଆଚେ । ଏ ମାର୍କ ବଇଟାନେ ଜିସୁ କିରିସ୍ଟକେ ଗଟେକ୍ ଦରମ୍ ଚାକର୍ ଆରି ପର୍ମେସର୍ ଜଜ୍ନା କଲାଟା ପୁରାପୁରୁନ୍ କର୍ବାକେ, ସବୁବେଲେ ତିଆର୍ ଅଇରଇବା ଆଲାଦର୍ ପିଲାପାରା ଜାନାଇଆଚେ । ସେଟାର୍ପାଇ ମାର୍କ ଜିସୁ କରିରଇବା କାବାଅଇଜିବା କାମର୍ ବିସଇ ଅଦିକ୍ ଲେକ୍ଲା । ସାରାସାରି ସେ ଗୁଲାଇ ଜଗତେ ମାପ୍ରୁର୍ କାତା ସୁନାଇବା ଗଟେକ୍ ମଆନ୍ ଆଦେସ୍ ସଙ୍ଗ୍ ଏ ସୁବ୍କବର୍ର୍ ଲେକା ତେବାଇଆଚେ ।
ବିତ୍ରେ ରଇବାଟା
୧. ଡୁବନ୍ ଦେଉ ଜଅନ୍ ଆରି ଜିସୁର୍ ଡୁବନ୍ । ୧:୧-୧୩
୨. ଗାଲିଲିତେଇ ଜିସୁର୍ ସେବାକାମ୍ । ୧:୧୪;୯:୫୦
୩. ଜିସୁ ଜିରୁସାଲାମ୍ ଜିବାଟା ଆରି ପାର୍ତନା ଗରେ ପୁର୍ବାଟା । ୧୦:୧;୧୨:୪୪
୪. ପଚ୍କେ ଗଟ୍ବା ବିସଇ ଜାନାଇବାଟା । ୧୩:୩୧-୩୭
୫. ଜିସୁର୍ ମରନ୍ ଆରିତରେକ୍ ଉଟ୍ବାଟା ଆରି ମୁକିଅ ଆଦେସ୍ । ୧୪:୧–୧୬:୨୦
ଡୁବନ୍ ଦେଉ ଜଅନର୍ ପର୍ଚାର୍
(ମାତିଉ ୩:୧-୧୨; ଲୁକ୍ ୩:୧-୧୮; ଜଅନ୍ ୧:୧୯-୨୮)
୧ଏଟା ଅଇଲାନି ପର୍ମେସରର୍ ପଅ ଜିସୁ କିରିସ୍ଟର୍ ନିମାନ୍ କବରର୍ ଆରାମ୍ । ୨ଏଟା ଏନ୍ତାରି ଆରାମ୍ ଅଇଲା । ଜିସାୟ ବବିସତ୍ବକ୍ତାର୍ ସାସ୍ତରେ ଜେନ୍ତାର୍ ଲେକାଅଇଲା ଆଚେ,
ପର୍ମେସର୍ କଇଲା, ଦେକା ମୁଇ ମର୍ କବର୍ ଜାନାଉକେ ତମର୍ ଆଗେ ପାଟାଇଲିନି,
ସେ ତମର୍ ବାଟ୍ ତିଆର୍ କର୍ସି ।
୩ତାର୍ ସର୍ ମରୁବାଲି ବୁଏଁ ଆଉଲିଅଇକରି ସୁନାଇଲାନି
ମାପ୍ରୁର୍ ବାଟ୍ ତିଆର୍ କରା,
ତାର୍ପାଇ ବାଟ୍ ସଲ୍କାଆ ।
୪ତାର୍ପଚେ ଏ ସବୁ କାତା ପୁରାପୁରୁନ୍ ଅଇଲା, ଜେଡେବେଲେ, ଡୁବନ୍ ଦେଉ ଜଅନ୍ ମରୁବାଲିବୁଏଁ ଆସି ପାପ୍ କେମାର୍ ଲାଗି ବଲି ପାପ୍ଟାନେଅନି ବାଉଡାଇବା ବିସଇ କଇବାର୍ ଦାର୍ଲା । “ତମର୍ ପାପ୍ କେମା ଅଇବାକେ ପାପ୍ଟାନେ ମନ୍ ବାଦ୍ଲାଇ ଡୁବନ୍ ନିଆ । ପର୍ମେସର୍ ତମର୍ ପାପ୍ କେମା କର୍ସି ।” ୫ସେଡ୍କିବେଲେ ଜିଉଦାଦେସର୍ କେତେକ୍ ଲକ୍ ଆରି ଜିରୁସାଲାମ୍ ରାଇଜର୍ ସବୁ ଲକ୍ମନ୍ ବାରଇକରି ଜଅନର୍ କାତା ସୁନୁ ବଲି ଆଇବାର୍ ଦାର୍ଲାଇ । ଆରି ନିଜର୍ ନିଜର୍ ପାପ୍କଲାଟା ମାନିକରି ଜର୍ଦନ୍ ଗାଡେ ତାର୍ତେଇଅନି ଡୁବନ୍ ନେଲାଇ ।
୬ଜଅନ୍ ଉଟର୍ ଚେଣ୍ଡିସଙ୍ଗ୍ ତିଆର୍ ଅଇଲା ଲୁଗା ପିନ୍ଦି, ପସୁ ଚାମର୍ ଆଁଟାବେଡା ଆଁଟାଇ ବାନ୍ଦି ଅଇତେରଇଲା । ତାର୍ କାଦି ଅଇଲା ଚିଟ୍କା ଆରି ବନର୍ ମୁ । ୭ସେ ଜାନାଇକରି କଇବାର୍ ମୁଲିଆଇଲା, “ମର୍ ପଚେ ଗଟେକ୍ ବେସି ବପୁର୍ ଲକ୍ ଆଇସି, ତାର୍ ଗତିଦାଙ୍ଗ୍ଡା ଅଇକରି ତାର୍ ଗଡର୍ ପାଣ୍ଡଇ ବେଟ୍ବାର୍ ମିସା ମର୍ ଅଦିକାର୍ ନାଇ । ୮ମୁଇ ତମ୍କେ ପାନିତେଇ ଡୁବନ୍ ଦେଲିନି, ମାତର୍ ସେ ତମ୍କେ ସୁକଲ୍ଆତ୍ମାଇ ଡୁବନ୍ ଦେଇସି ।”
ଜିସୁର୍ ଡୁବନ୍ ଆରି ପରିକା
(ମାତିଉ ୩:୧୩;୪:୧୧; ଲୁକ୍ ୩:୨୧;୨୨;୪:୧-୧୩)
୯ସେଡ୍କିବେଲେ ଜିସୁ ଗାଲିଲି ଜାଗାର୍ ନାଜରିତ୍ ଗଡେ ଅନି ଆସି ଜର୍ଦନ୍ ଗାଡେ ଡୁବନ୍ ଦେଉ ଜଅନର୍ ଟାନେ ଡୁବନ୍ ନେଲା । ୧୦ସେ ପାନିତେଇ ଅନି ବାରଇ ଆଇବାବେଲେ, ସରଗ୍ ଉଗାଡି ଅଇ ପର୍ମେସରର୍ ଆତ୍ମା ପରୁଆ ପାରା ଅଇ ଜିସୁର୍ ଉପ୍ରେ ଉତ୍ରି ଆଇବାଟା ସେ ଦେକ୍ଲା । ୧୧ ଆରି ସର୍ଗେଅନି ଗଟେକ୍ ସର୍ ସୁନିଅଇଲା, “ତୁଇ ମର୍ ଆଲାଦର୍ ପିଲା, ତର୍ଟାନେ ମୁଇ ବେସି ସାର୍ଦା ।”
୧୨ସେଦାପ୍ରେ ସୁକଲ୍ ଆତ୍ମା ଜିସୁକେ ମରୁବାଲି ବୁଏଁ ପାଟାଇଲା । ୧୩ମରୁବାଲି ବୁଏଁ ଚାଲିସ୍ ଦିନ୍ ରଇଲାବେଲେ, ସଇତାନ୍ ତାକେ ପାପ୍କରାଇବାକେ ଚେସ୍ଟା କର୍ତେରଇଲା । ସେ ଜାଗାଇ ବନର୍ ଜଁତ୍ମନ୍ ରଇଲାଇ, ଆରି ସରଗର୍ ଦୁତ୍ମନ୍ ଆସି ତାର୍ ସେବା କର୍ତେରଇଲାଇ ।
ଜିସୁ ଚାରିଟା କେଉଟ୍ମନ୍କେ ଡାକ୍ଲା
(ମାତିଉ ୪:୧୨-୨୨; ଲୁକ୍ ୪:୧୪,୧୫;୫:୧-୧୧)
୧୪କେତେଦିନ୍ ଗାଲାପଚେ ଏରଦ୍ରାଜା ଡୁବନ୍ ଦେଉ ଜଅନ୍କେ ବନ୍ଦି ଗରେ ସଙ୍ଗଇଲା ପଚେ ଜିସୁ ଗାଲିଲି ଗାଏଁ ବାଉଡିଆସି, ପର୍ମେସରର୍ ନିମାନ୍ କବର୍ ସୁନାଇବାର୍ ଦାର୍ଲା । ୧୫ “ସମାନ୍ ବେଲା ଆଇଲା, ପର୍ମେସରର୍ ରାଇଜ୍ ଲଗେ କେଟ୍ଲା ଆଚେ । ତମେ ପାପେ ଅନି ମନ୍ ବାଉଡାଇକରି ନିମାନ୍ କାତାଇ ବିସ୍ବାସ୍ କରା ।” ୧୬ଜିସୁ ଗାଲିଲି ସମ୍ଦୁର୍ କଣ୍ଡିବାଟେ ଜିବା ବେଲେ ସିମନ୍ ଆରି ତାର୍ ବାଇ ଆନ୍ଦ୍ରିଅକେ ସମ୍ଦୁରେ ବଇଜାଲ୍ ପାକାଇବାଟା ଦେକ୍ଲା, ସେମନ୍ ମାଚ୍ ଦାରୁ କେଉଟ୍ମନ୍ ରଇଲାଇ । ୧୭ଜିସୁ ସେମନ୍କେ କଇଲା, “ମର୍ ସଙ୍ଗ୍ ଆସା, ମୁଇ ତମ୍କେ ଲକ୍ମନ୍କେ ପର୍ମେସରର୍ ବାଟେ ଆନ୍ବା ବିସଇ ସିକାଇବି ।” ୧୮ସେଦାପ୍ରେ ସେମନ୍ ଜାଲ୍ ଚାଡି ଜିସୁର୍ ପଚେ ପଚେ ଗାଲାଇ ।
୧୯ପଚେ କଣ୍ଡେକ୍ ଦୁର୍ ଜାଇ ଜେବଦିର୍ ପଅମନ୍ ଜାକୁବ୍ ଆରି ତାର୍ ବାଇ ଜଅନ୍କେ ଡଙ୍ଗାଇ ଜାଲ୍ ସାଜାଡ୍ବାଟା ଦେକ୍ଲା । ୨୦ଜିସୁ ସେମନ୍କେ ଦେକ୍ଲା ଦାପ୍ରେ ଡାକ୍ଲା, ଆରି ସେମନ୍ ତାକର୍ ବାବା ଜେବଦିକେ ଆରି କୁଲିଆର୍ମନ୍କେ ଡଙ୍ଗାଇ ଚାଡି ତାର୍ ସଙ୍ଗ୍ ଗାଲାଇ ।
ଜିସୁ ଡୁମା ଦାର୍ଲା ଲକ୍କେ ନିକ କଲା
(ଲୁକ୍ ୪:୩୧-୩୭)
୨୧ପଚେ ଜିସୁ ଆରି ତାର୍ ସିସ୍ମନ୍ କପର୍ନାଉମେ ଗାଲାଇ, ଆରି ବିସ୍ରାମ୍ବାର୍ କେଟ୍ଲାକେ ସେ ଜିଉଦିମନର୍ ପାର୍ତନା ଗରେ ପୁରି, ଲକ୍ମନ୍କେ ସିକାଇବାର୍ ଦାର୍ଲା । ୨୨ ଲକ୍ମନ୍ ତାର୍ ସିକିଆ ସୁନି କାବା ଅଇଗାଲାଇ, ସେ ସାସ୍ତର୍ ସିକାଉପାରା ନ ସିକାଇ, ନିଜର୍ ଅଦିକାର୍ ସଙ୍ଗ୍ ସିକିଆ ଦେଇତେ ରଇଲା ।
୨୩ସେ ଦାପ୍ରେ ସେମନର୍ ପାର୍ତନା ଗରେ ଗଟେକ୍ ଡୁମା ଦାର୍ଲା ଲକ୍ କିର୍କିରି କରି ଜିସୁକେ କଇଲା, ୨୪“ଏ ନାଜରିତ୍ ଗଡର୍ ଜିସୁ, ତୁଇ କାଇକେ ଆମ୍କେ ଅରିଆନ୍ କଲୁସ୍ନି ? ତୁଇ କାଇ ଆମ୍କେ ବିନାସ୍ କର୍ବାକେ ଆଇଲୁସ୍ କି ? ତୁଇ କେ, ସେଟା ମୁଇ ଜାନି, ତୁଇ ଅଇଲୁସ୍ନି ପର୍ମେସରର୍ ସୁକଲ୍ ଲକ୍ ।”
୨୫ଜିସୁ ଡୁମାକେ ଦମ୍କାଇ କରି କଇଲା, “ଚୁପ୍ ଅ, ଆରି ଏ ଲକର୍ତେଇ ଅନି ବାର୍ଇ ଜା ।”
୨୬ସେଡ୍କି ବେଲେ ଡୁମା ତାକେ ମଡିପିଙ୍ଗି ବେସି କିର୍କିରି କରି ତାର୍ଲଗେ ଅନି ବାରଇଗାଲା । ୨୭ତେବର୍ପାଇ ପାର୍ତନା ଗରେ ରଇବା ସବୁ ଲକ୍ କାବା ଅଇଗାଲାଇ ଆରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ । “ଏଟା କେନ୍ତାର୍ ? ଏଟାତା ଅଦିକାର୍ ସଙ୍ଗର୍ ନୁଆ ସିକିଆ । ଡୁମା ଆତ୍ମାମନ୍ ମିସା, ସେ ତିଆର୍ଲାଟା ମାନ୍ଲାଇନି ।”
୨୮ସେଡ୍କିବେଲେ ଜିସୁର୍ କାତା ଗାଲିଲିର୍ ଚାରିବେଡ୍ତିର୍ ଗାଉଁମନ୍କେ କେଟିଗାଲା ।
ଜିସୁ ବେସି ଲକ୍ମନ୍କେ ନିକ କଲା
(ମାତିଉ ୮:୧୪;୧୭; ଲୁକ୍ ୪:୩୮-୪୧)
୨୯ତାର୍ ପଚେ ଜିସୁ ଆରି ତାର୍ ସିସ୍ମନ୍ ପାର୍ତନା ଗରେ ଅନି ବାରଇ ଜାକୁବ୍ ଆରି ଜଅନର୍ ସଙ୍ଗ୍ ସିମନ୍ ଆରି ଆନ୍ଦ୍ରିୟର୍ ଗରେ ଗାଲାଇ । ୩୦ତେଇ ରଇଲା ଲକ୍ମନ୍ ସିମନର୍ ସାତ୍ରି ଜର୍କେ ସଇରଇଲା ବିସଇ ଜିସୁକେ କଇଲାଇ । ୩୧ସେଟାର୍ପାଇ ଜିସୁ ଜାଇ ସିମନର୍ ସାତ୍ରିର୍ ଆତେ ଦାରି ଉଟାଇଲା, ସେଦାପ୍ରେ ତାର୍ ଜର୍ ଚାଡିଗାଲା, ଆରି ସେ ଜାଇ ସେମନ୍କେ ସେବା କର୍ବାର୍ ଦାର୍ଲା ।
୩୨ସଞ୍ଜ୍ ବେଲାଇ ବେଲ୍ ବୁଡିଗାଲା ପଚେ, ଲକ୍ମନ୍ ଜରର୍ ଲକ୍ମନ୍କେ ଆରି ଡୁମାଦାରି ରଇବା ସବୁଲକ୍ମନ୍କେ ଜିସୁର୍ ଲଗେ ଆନ୍ବାର୍ ଦାର୍ଲାଇ, ୩୩ଆରି ଗାଉଁର୍ ଲକ୍ମନ୍ ସେ ଗରର୍ ଦୁଆରେ ରୁଣ୍ଡ୍ଲାଇ । ୩୪ସେଡ୍କିବେଲେ ସେ ବିନ୍ ବିନ୍ ରକାମର୍ ରଗ୍ ଅଇରଇବା ଜବର୍ ରଗି ଲକ୍ମନ୍କେ ନିମାନ୍ କଲା ଆରି ଜବର୍ ଡୁମାମନ୍କେ ଚାଡାଇଲା, ମାତର୍ ସେ ଡୁମାମନ୍କେ କାତା କଇବାକେ ଦେଏନାଇ । କାଇକେବଇଲେ ଡୁମାମନ୍ ଜିସୁ ପର୍ମେସରର୍ ଟାନେଅନି ଆଇଲାଆଚେ ବଲିକରି ଜାନି ରଇଲାଇ ।
ଜିସୁ ଗାଲିଲି ରାଇଜେ ମାପ୍ରୁର୍ କାତା ସୁନାଇଲା
(ଲୁକ୍ ୪:୪୨-୪୪)
୩୫ଆର୍କର୍ ସାକାଲେ କୁକ୍ଡା ଡାକ୍ ବେଲାଇ ଜିସୁ ଉଟି ଗରେଅନି ବାରଇ ଜାଇ ଗଟେକ୍ କିନରା ରଇବା ଚିମ୍ରା ଜାଗାଇ, ଜାଇ ପାର୍ତନା କର୍ବାର୍ ଦାର୍ଲା । ୩୬ସେଡ୍କିବେଲେ ସିମନ୍ ଆରି ତାର୍ ସଙ୍ଗର୍ଲକ୍ ତାକେ କଜ୍ବାର୍ ଗାଲାଇ, ୩୭ଜେଡେବଲ୍ ସେମନ୍ ଜିସୁକେ ବେଟ୍ ଅଇଲାଇ, ଆରି କାବାଅଇ ତାକେ କଇଲାଇ, “ସବୁ ଲକ୍ ତମ୍କେ କଜ୍ଲାଇନି ।”
୩୮ସେଡ୍କିବେଲେ ଜିସୁ ସେମନ୍କେ କଇଲା, “ଆସା, ଆମେ ରଇବା ବିନ୍ ବିନ୍ ଗାଉଁମନ୍କେ ଜୁ, କାଇକେବଇଲେ ସେ ଜାଗାମନ୍କେ ମିସା ମୁଇ ପର୍ମେସରର୍ କାତା କଇବି । କାଇକେବଇଲେ ସେଟାର୍ପାଇସେ ମୁଇ ଆଇଲିଆଚି ।”
୩୯ ଆରି ଗାଲିଲିର୍ ସବୁଟାନେ ବୁଲି ବୁଲି ସେମନର୍ ସବୁ ପାର୍ତନା ଗରେ, ମାପ୍ରୁର୍ କାତା ସୁନାଇଲା, ଆରି ଡୁମା ଦାର୍ଲା ଲକ୍ମନ୍କେ ଚାଡାଇଲା ।
ଜିସୁ ବଡ୍ ରଗିକେ ନିକ କଲା
(ମାତିଉ ୮:୧;୪; ଲୁକ୍ ୫:୧୨;୧୬)
୪୦ସେଡ୍କି ବେଲେ ଗଟେକ୍ ବଡ୍ ରଗି ତାର୍ ଲଗେ ଆସି ମାଣ୍ଡିକଟା ଦେଇ ତାକେ ବାବୁଜିଆ କରି କଇଲା, “ତମେ ଜଦି ମନ୍କଲେ ମକେ ସୁକଲ୍ କରି ପାର୍ସା ।”
୪୧ତେଇ ସେ ତାକେ ଜିବନ୍ ଦୁକାଇଲା ଆରି ଆତ୍ ଲାମାଇ କରି ତାକେ ଚିଇକରି କଇଲା, “ମୁଇ ମନ୍ କଲିନି, ତୁଇ ସୁକଲ୍ ଅ ।” ୪୨ସେଦାପ୍ରେ ବଡ୍ ରଗ୍ ତାର୍ ଲଗେ ଅନି ଦୁର୍ଅଇଲା ଆରି ସେ ସୁକଲ୍ ଅଇଗାଲା । ୪୩ଆରି, ଜିସୁ ସେ ଲକ୍କେ ଡାଟ୍ସଙ୍ଗ୍ ଆଦେସ୍ ଦେଇ ସେଦାପ୍ରେ କଇ ପାଟାଇଲା । ୪୪“ଜାଗ୍ରତ୍, ମୁଇ ତକେ ସୁକଲ୍ କଲି ବଲି କାକେ ମିସା କ ନାଇ, ମାତର୍ ଜା ଆରି ନିଜେ ପୁଜାରିକେ ଦେକାଇ ଅ ଆରି ମସା ଜନ୍ ଜନ୍ ବିରୁ ପର୍ମେସର୍କେ ଦେବାକେ ଆଦେସ୍ ଦେଲାଆଚେ, ସେ ଇସାବେ ଦେସ୍ । ଏଟାର୍ ଲାଗି ତୁଇ ସୁକଲ୍ ଅଇଜାଇଆଚୁସ୍ ବଲିକରି ପୁଜାରି ସବୁଲକର୍ ମୁଆଟେ ସାକି ଦେଅ ।”
୪୫ମାତର୍ ସେଲକ୍ ବାରଇ ଜାଇ ଜିସୁ ସୁକଲ୍ କରିରଇବା କବର୍ ଏତେକ୍ ରାଟୁକରି କଇବୁଲ୍ଲାଇ ଜେ, ଜିସୁ ଲକ୍ମନର୍ ଦେକ୍ତେ ଦେକ୍ତେ କନ୍ ଗାଉଁମନ୍କେ ମିସା ଜାଇ ପୁରି ନାପାର୍ଲା । ମାତର୍ ବାଇରେ ଜାଇ ଚିମ୍ରା ଜାଗାମନ୍କେ ରଇଲା । ଅଇଲେ ମିସା ଲକ୍ମନ୍ ଚାରିଦିଗେ ଅନି ତାର୍ ଲଗେ ଆଇବାର୍ଦାର୍ଲାଇ ।