ଜିସୁ ସାତ୍ଟା ସିସ୍ମନ୍କେ ଦେକାଇ ଅଇଲା
୧ତାର୍ ପଚେ ଜିସୁ ନିଜେ ଆରି ତରେକ୍ ସିସ୍ମନ୍କେ ତିବିରିଆର୍ ଗାଡ୍ପାଲି ଦେକାଇଅଇଲା । ସେଟା ଏନ୍ତି ଅଇଲା । ୨ଜିସୁର୍ କେତେଟା ସିସ୍ମନ୍ ଗଟେକ୍ ତେଇ ରୁଣ୍ଡିରଇଲାଇ । ସେମନ୍ ଅଇଲାଇନି, ସିମନ୍ ପିତର୍, ବିଦୁମ୍ ବଲି ଡାକ୍ବା ତମା ନାଉଁର୍ ସିସ୍, ଗାଲିଲି ଦେସର୍ କାନା ଗଡେ ରଇଲା ନିତନିଏଲ୍, ଜେବଦିର୍ ଦୁଇଟା ପିଲା ଜାକୁବ୍, ଜଅନ୍ ଆରି ବିନ୍ ଦୁଇଟା ସିସ୍ମନ୍ । ୩ ସିମନ୍ ପିତର୍ ସେମନ୍କେ “ମୁଇ ମାଚ୍ ଦାର୍ବାର୍ ଗାଲିନି ।” ବଲି କଇଲା । ସେମନ୍ ମିସା “ତର୍ ସଙ୍ଗ୍ ଆଇବୁ ।” ବଲି କଇଲାଇ । ଆରି ଡଙ୍ଗାଇ ଚଗି, ସେମନ୍ ଗୁଲାଇ ରାତି ଜାଲ୍ ମାର୍ଲାଇ, ମାତର୍ ମୁଲ୍କେ ଦାରତ୍ନାଇ । ୪ଆର୍କର୍ ଦିନେ ଜୁଲ୍ପୁଲ୍ ଉଜଲେ ଜିସୁ ଗାଡ୍କଣ୍ଡି ଟିଆଅଇରଇଲା । ମାତର୍ ସିସ୍ମନ୍ ତାକେ ଜିସୁ ବଲି ଚିନି ନାପାର୍ଲାଇ । ୫ଜିସୁ ସେମନ୍କେ ପାଚାର୍ଲା, “ଏ ମଇତର୍ମନ୍ ତମେ ଜଡେକ୍ ମିସା ମାଚ୍ ଦାରାସ୍ ନାଇ କି ?” ସେମନ୍ “ମୁଲ୍କେ ଦାରୁ ନାଇ ।” ବଲି କଇଲାଇ । ୬ ଜିସୁ ସେମନ୍କେ କଇଲା, “ଡଙ୍ଗାର୍ ଉଜାବାଟେ ଜାଲ୍ ମାରା, ତମେ ମାଚ୍ଦାର୍ସା ଆଲେ ।” ସେ କଇଲା ପାରା ଜାଲ୍ ପାକାଇଲାଇ ଜେ, ଏତର୍ ତାକର୍ ଜାଲେ ଏତେକ୍ ମାଚ୍ ଲାଗ୍ଲାଇଜେ, ସେମନ୍ ଜାଲ୍ ଜିକି ନାପାର୍ଲାଇ । ୭ଜିସୁ ଜନ୍ ସିସ୍କେ ଆଲାଦ୍ କର୍ତେ ରଇଲା, ସେ ସିସ୍ ପିତର୍କେ କଇଲା, “ଏଦେ ଦେକା ! ଏଟା ନିଜେ ଆମର୍ ମାପ୍ରୁ ସେ !” ପିତର୍ ଏଟା ମାପ୍ରୁ ଆକା ବଲି କଇଲାଟା ସୁନିକରି ବେଟି ସଙ୍ଗଇଲା ବସ୍ତର୍ ପିନ୍ଦି ଗାଡେ ଡେଗଇଦେଲା । କାଇକେ ବଇଲେ ସେ ମାଚ୍ ଦାର୍ବାବେଲେ, ଉପ୍ରେ ପିନ୍ଦ୍ଲା ବସ୍ତର୍ ବେଟି ସଙ୍ଗଇ ରଇଲା । ୮ଆରି ବାକି ସିସ୍ମନ୍ ମାଚ୍ ବର୍ତି ରଇଲା ଜାଲ୍ ଜିକିଜିକି ଡଙ୍ଗା କଣ୍ଡିତେଇ ଆନି ଲାଗାଇଲାଇ । ସେମନ୍ କଣ୍ଡିଅନି ଦୁଇସ ଆତ୍ ଦୁରିକେସେ ରଇଲାଇ । ୯ସିସ୍ମନ୍ ଡଙ୍ଗାଇଅନି ଉତ୍ରିକରି ପଦାଇ କେଟ୍ଲାବେଲେ, ଜଇରଇଲା ଇଙ୍ଗ୍ରା ଉପ୍ରେ କେତେଟା ବାଜିଅଇଲା ମାଚ୍ ଆରି ରୁଟି ସଙ୍ଗଇଅଇ ରଇଲାଟା ଦେକ୍ଲାଇ । ୧୦ତାର୍ ପଚେ ଜିସୁ “ତମେ ଏବେ ଦାର୍ଲା କେତେଟା ମାଚ୍ ଆନା ।” ବଲି କଇଲା ।
୧୧ସେଟାର୍ ପାଇ ସିମନ୍ ପିତର୍ ଜାଇ ମାଚ୍ ବର୍ତି ରଇଲା ଜାଲ୍ ପଦାପାଲିକେ ଜିକି ଆନ୍ଲା । ସେ ଜାଲେ ସଏ ପଚାସ୍ ତିନ୍ଟା ବଡ୍ବଡ୍ ମାଚ୍ ଲାଗି ରଇଲାଇ । ମାଚ୍ମନର୍ ଲାଗି ବେସି ବଜ୍ ରଇଲା ମିସା, ଜାଲ୍ ଚିଡେନାଇ । ୧୨ଜିସୁ ସେମନ୍କେ “ଆସା କାଆ !” ବଲି କଇଲା । ସିସ୍ମନର୍ ବିତ୍ରେଅନି କେ ମିସା ତୁଇ କେ ? ବଲି ପାଚାର୍ବାକେ ସାଆସ୍ କରତ୍ ନାଇ । କାଇକେ ବଇଲେ ସେମନ୍ ସେ ମାପ୍ରୁ ବଲି ଜାନି ରଇଲାଇ । ୧୩ଜିସୁ ତାକର୍ ଲଗେ ଜାଇ ରୁଟି ଆରି ମାଚ୍ ବାଟାକରିଦେଲା । ୧୪ଜିସୁ ମରିକରି ଜିବନ୍ଅଇ, ସିସ୍ମନ୍କେ ଏଟା ସଙ୍ଗ୍ ମିସାଇ, ତିନ୍ତର୍ ଦେକାଇଅଇଲା ।
ଜିସୁ ଆରି ପିତର୍
୧୫ସେମନ୍ କାଇଲା ପଚେ ଜିସୁ ସିମନ୍ ପିତର୍କେ କଇଲା, “ଜଅନର୍ ପଅ ସିମନ୍, ତୁଇକାଇ ଏମନର୍ତେଇଅନି ମକେ ଅଦିକ୍ ଆଲାଦ୍ କଲୁସ୍ନି କି ?” ପିତର୍ କଇଲା,
“ଉଁ ମାପ୍ରୁ ମୁଇ ଆଲାଦ୍ କଲିନି ବଲି ତୁଇ ଜାନିଆଚୁସ୍ ।”
ଜିସୁ ତାକେ “ତୁଇ ମର୍ ମେଣ୍ଡାମନ୍କେ ନିମାନ୍ କରି ଜତନ୍ କର୍ ।” ବଲି କଇଲା । ୧୬ତାର୍ ପଚେ ଜିସୁ ଆରି ତରେକ୍ ତାକେ ପାଚାର୍ଲା, “ଜଅନର୍ ପଅ ସିମନ୍, ତୁଇ କାଇ ମକେ ସତଇସେ ଆଲାଦ୍ କଲୁସ୍ନି କି ?”
ପିତର୍ କଇଲା, “ଉଁ ମାପ୍ରୁ ମୁଇ ତକେ ଆଲାଦ୍ କଲିନି ବଲି ତୁଇ ଜାନିଆଚୁସ୍ ।”
ତାର୍ ପଚେ ଜିସୁ କଇଲା, “ସେନ୍ତାର୍ଆଲେ ମର୍ ମେଣ୍ଡାମନର୍ ଜତନ୍ କର୍ ।” ୧୭ଜିସୁ ଦୁଇତର୍ ପାଚାରି ସାରି ଆରିତରେକ୍ ପାଚାର୍ଲା, “ଏ ଜଅନର୍ ପଅ ସିମନ୍ ତୁଇ ମକେ ଆଲାଦ୍ କଲୁସ୍ନି କି ?”
ଜିସୁ ତାକେ ତିନ୍ ତର୍ ଜାକ ଗଟେକ୍ କାତାସେ ପାଚାର୍ଲାଜେ ପିତର୍ ଦୁକ୍ ଅଇଗାଲା, ଆରି କଇଲା, “ଏ ମାପ୍ରୁ ! ମୁଇ ଆଲାଦ୍ କଲିନି ବଲି ତୁଇ ସବୁ ଜାନିଆଚୁସ୍ ।”
ଜିସୁ ପିତର୍କେ କଇଲା, “ତୁଇ ମର୍ ମେଣ୍ଡାମନ୍କେ ନିମାନ୍ କରି କୁଆଉ ।
୧୮“ମୁଇ ତକେ ସତ୍ କାତା କଇଲିନି, ତୁଇ ଦାଙ୍ଗ୍ଡା ରଇଲାବେଲେ, ଚକା ପଚିଆ ପିନ୍ଦି କରି ଜେନେ ପାର୍ଲା ତେନେ ଜାଇତେ ରଇଲୁସ୍ । ମାତର୍ ଡକ୍ରା ଅଇଲେ ଆତ୍ ଟେକ୍ସୁ, ଆରି ବିନ୍ ଲକ୍ମନ୍ ତକେ ବାନ୍ଦି ଜନ୍ତି ଜିବାକେ ମନ୍ ନ ରଏ, ସେ ବାଟେସେ ତକେ ନେବାଇ ।” ୧୯ସେ କେନ୍ତାରି ଅଇ ମରିକରି ପର୍ମେସରର୍ ଡାକ୍ପୁଟା କର୍ସି, ସେଟା ଜାନାଇବାକେ ଜିସୁ ଏନ୍ତାରି କଇଲା । ଏନ୍ତି କଇ ସାରାଇ ସେ ପିତର୍କେ କଇଲା “ମର୍ ସଙ୍ଗ୍ ଆଉ ।”
ଜିସୁର୍ ଆଲାଦର୍ ସିସ୍
୨୦ ପିତର୍ ପାସ୍ଲିକରି ଜିସୁର୍ ଆଲାଦର୍ ବିନ୍ ସିସ୍କେ ଦେକ୍ଲା । ଜାକେ କି ଜିସୁ ବେସି ଆଲାଦ୍ କର୍ତେରଇଲା । ଜନ୍ ସିସ୍ କି ରାତିଆ କାଇଲାବେଲେ ଜିସୁର୍ ବୁକେ ଆଉଜି ଅଇକରି ପାଚାରିରଇଲା । “ମାପ୍ରୁ କେ ତମ୍କେ ବିସ୍ବାସେ ବିସ୍ ଦେଲାପାରା ସତ୍ରୁମନ୍କେ ସର୍ପି ଦେଇସି ?” ୨୧ପିତର୍ ସେ ସିସ୍କେ ଦେକି ଜିସୁକେ ପାଚାର୍ଲା, “ଏ ମାପ୍ରୁ ଆର୍ ବିସଇ କାଇଟା ଅଇସି ?”
୨୨ଜିସୁ ତାକେ କଇଲା, “ଏ ଦୁନିଆଇ ଆରି ତରେକ୍ ଆଇବା ଜାକ ସେ ବଁଚି କରି ରଅ ବଲି ମୁଇ ମନ୍ କଲିନି ବଇଲେ, ଏଟାର୍ପାଇ ତୁଇ କାଇକେ ଚିନ୍ତା କଲୁସ୍ନି ? ତୁଇ ମର୍ ସଙ୍ଗ୍ ଆଉ ।”
୨୩ତେବେ ଜିସୁ ଜନ୍ ସିସ୍କେ ଆଲାଦ୍ କର୍ତେ ରଇଲା, ସେ ନ ମରେ ବଲି କଇରଇଲା ବିସଇ ଗୁଲାଇ ବାଟର୍ ବିସ୍ବାସ୍ କର୍ବା ବାଇମନର୍ତେଇ କେଟ୍ଲା । ମାତର୍ ସେ ନ ମରେ ବଲି ଜିସୁ କଇ ନ ରଇଲା । ମୁଇ ଏ ଦୁନିଆଇ ଆରି ତରେକ୍ ଆଇବା ଜାକ ସେ ବଁଚିକରି ରଅ ବଲି ମୁଇ ଜଦି ମନ୍ କଲିନି ବଇଲେ, ଏଟାର୍ପାଇ ତୁଇ କାଇକେ ଚିନ୍ତା କଲୁସ୍ନି ? ବଲି କଇରଇଲା ।
୨୪ସେ ସିସ୍ ଏ ସବୁ ବିସଇ କଇଲାଆଚେ, ଏ ସବୁଜାକ ସେ ଲେକି ମିସା ଆଚେ ଆରି ସେଟା ଆମେ ଜାନୁ । ସେ ଜାଇଟା କଇଲା ଆଚେ ସେଟା ସବୁ ସତ୍ସେ ।
ସାରାସାରି ବିସଇ
୨୫ଜିସୁ କରିରଇବା କାମ୍ମନ୍ ଆରି କେତେକ୍ କେତେକ୍ ଆଚେ, ମାତର୍ ମର୍ ବିଚାର୍ ଇସାବେ ସେ ସବୁଜାକ ଜଦି ଗଟେକ୍ ଲକ୍ ଲେକ୍ଲେ, ଜେତ୍କି ବଇ ଲେକା ଅଇସି, ସେଟାମନ୍ ସଙ୍ଗଇବାକେ ଟାନ୍ ନ ଅଏ ।