୧ତାର୍ ପଚେ ପିଲାତ୍ ଜିସୁକେ ନେଇ କର୍ଡା ସଙ୍ଗ୍ ମାରା ବଲି ଆଦେସ୍ ଦେଲା । ୨ସନିଅମନ୍ କାଟାର୍ ମୁକୁଟ୍ ତିଆର୍ କରି ଜିସୁର୍ ମୁଣ୍ଡେ ପିନ୍ଦାଇଲାଇ ଆରି ଜାମ୍କଲି ରଙ୍ଗର୍ ପଚିଆ ଗାଗ୍ଡେ ପିନ୍ଦାଇଦେଲାଇ । ୩ସେମନ୍ ଜିସୁର୍ ଲଗେ ଆସିକରି କଇଲାଇ “ଏ ଜିଉଦିମନର୍ ରାଜା ଜୁଆର୍ ! ତୁଇ ବେସି ବରସ୍ ବଁଚ୍ !” ବଲି ତାକେ ଚାପଡ୍ ଚାପଡ୍ ମାର୍ଲାଇ ।
୪ପିଲାତ୍ ଆରି ତରେକ୍ ଡାଣ୍ଡେ ବାରଇକରି ରୁଣ୍ଡିରଇଲା ଲକ୍ମନ୍କେ କଇଲା, “ଦେକା, ଏବେ ମୁଇ ତାକେ ଦସି କର୍ବାକେ କାଇ ବୁଲ୍କଲାଟା ମିଲେନାଇ । ଏଟାର୍ପାଇ ତମର୍ ଲଗେ ଆନ୍ବି । ଜେନ୍ତିକି ତମେ ଜାନ୍ବାର୍ ଆଚେ ।” ୫ସେବେଲା ଜିସୁ କାଟାର୍ ମୁକୁଟ୍ ଆରି ଜାମ୍କଲି ରଙ୍ଗର୍ ପଚିଆ ପିନ୍ଦି ଡାଣ୍ଡେ ଆଇଲା । ପିଲାତ୍ ସେମନ୍କେ କଇଲା, “ଏଦେ ଦେକା ! ଏଦେ ସେ ଲକ୍ !”
୬ତାକେ ଦେକ୍ଲା ଦାପ୍ରେ ମୁକିଅ ପୁଜାରିମନ୍ ଆରି ମନ୍ଦିର୍ ଜାଗୁଆଲ୍ମନ୍ ଆଉଲିଅଇକରି କଇଲାଇ, “ତାକେ କୁରୁସେ ଚଗାଆ ! ତାକେ କୁର୍ସେ ଚଗାଆ !” ବଲି । ପିଲାତ୍ କଇଲା, “ତମେ ତାକେ ନେଇକରି କୁର୍ସେ ଚଗାଆ, କାଇକେ ବଇଲେ, ମୁଇ ତାର୍ଟାନେ କାଇ ବୁଲ୍ ମିସା ଦେକିନାଇ ।”
୭ଜିଉଦି ନେତାମନ୍ ତାକେ କଇଲାଇ, “ଆମର୍ ଗଟେକ୍ ନିୟମ୍ ଆଚେ । ସେ ନିୟମ୍ ଇସାବେ ଏ ମର୍ବାର୍ ଆଚେ ଆକା । କାଇକେ ବଇଲେ ସେ ନିଜେ ମୁଇ ପର୍ମେସରର୍ ପିଲା ବଲି ଦାବି କଲାଆଚେ ।”
୮ତେଇ ପିଲାତ୍ ଏ କାତା ସୁନିକରି ଅଦିକ୍ ଡରିଗାଲା । ୯ପିଲାତ୍ ଜିସୁକେ ଆରିତରେକ୍ ତାର୍ ମେଡେ ବାଉଡାଇ ନେଇ ପାଚାର୍ଲା, “ତୁଇ କନ୍ତିଅନି ଆସିଆଚୁସ୍ ?”
ମାତର୍ ଜିସୁ ତାକେ ପଦେକ୍ ମିସା କଏନାଇ । ୧୦ସେବେଲାଇ ପିଲାତ୍ ତାକେ କଇଲା, “ତୁଇ କାଇ ମର୍ ସଙ୍ଗ୍ କାତା ନ ଅଉସ୍ କି ? ତକେ ମୁକ୍ଲାଇବାର୍ ମର୍ ଅଦିକାର୍ ଆଚେ ଆରି କୁର୍ସେ ଚଗାଇବାର୍ ମିସା ମର୍ ଅଦିକାର୍ ଆଚେ । ଏଟା ତୁଇ ନାଜାନୁସ୍ କି ?”
୧୧ଜିସୁ ତାକେ କଇଲା, “ପର୍ମେସର୍ ତକେ ଦେଲାକେସେ ମର୍ ଉପ୍ରେ ତର୍ ଅଦିକାର୍ ଆଚେ, ମାତର୍ ତର୍ଟାନେ ମକେ ଜେ ସର୍ପି ଦେଲାଆଚେ, ତାର୍ ପାପ୍ ଅଦିକ୍ ଜବର୍ ।” ୧୨ଏ କାତା ସୁନି ପିଲାତ୍ ଜିସୁକେ ମୁକ୍ଲାଇବାକେ ଚେସ୍ଟା କଲା । ମାତର୍ ଜିଉଦି ଲକ୍ମନ୍ ଆଉଲିଅଇ କଇଲାଇ, “ତୁଇ ଜଦି ଆକେ ମୁକ୍ଲାଇସୁ ବଇଲେ, ସମ୍ରାଟର୍ ମଇତର୍ ନଉଁସ୍ । ଜେ ନିଜ୍କେ ରାଜା ବଲି ଦାବି କର୍ସି, ସେ ତାର୍ ବିରଦେ କଇଲାନି ।”
୧୩ପିଲାତ୍ ଜିଉଦି ନେତାମନର୍ଟାନେଅନି ଏ କାତା ସୁନିକରି ଜିସୁକେ ବାର୍କରାଇ ଆନି ପାକ୍ନାଇ ତିଆର୍ ଅଇରଇଲା ବିଚାର୍ କର୍ବା ମଣ୍ଡପେ ବସ୍ଲା । ଜନ୍ଟାକି ଇବ୍ରୁ ବାସାଇ ଗବ୍ବତା ବଲି କଇବାଇ । ୧୪ସେଦିନେ ନିସ୍ତାର୍ ପରବର୍ ପାଇ ତିଆର୍ ଅଇବା ଦିନ୍ ରଇଲା । ସେଟା ସେଦିନର୍ ଆଡ୍ବେଲାଇ ଅଇ ଆଇତେ ରଇଲା । ଆରି ପିଲାତ୍ ଜିଉଦିନେତାମନ୍କେ କଇଲା, “ଏଦେ ଦେକା ! ତମର୍ ରାଜା !”
୧୫ସେବେଲାଇ ଜିଉଦି ଲକ୍ମନ୍ ଆଉଲିଅଇ କଇଲାଇ “ତାକେ ମରାଆ !
“ତାକେ ମରାଆ ! କୁର୍ସେ ଚଗାଆ !” ପିଲାତ୍ ସେମନ୍କେ କଇଲା,
“ମୁଇ ତମର୍ ରାଜାକେ କୁର୍ସେ ଚଗାଇବି କି ?” ଏଟା ସୁନି ମୁକିଅ ପୁଜାରିମନ୍ କଇଲାଇ, “ସମ୍ରାଟ୍କେ ଚାଡିକରି ଆମର୍ ଆରି କେ ରାଜା ନାଇ ।”
୧୬ସାରାସାରି ପିଲାତ୍ ଜିସୁକେ ସେମନର୍ ମନ୍ କଲା ଇସାବେ କୁର୍ସେ ଚଗାଇ ମରାଇବାକେ ସର୍ପିଦେଲା । ତାର୍ପଚେ ସନିଅମନ୍ ଜିସୁକେ ଦାରିଗାଲାଇ ।
ଜିସୁକେ କୁର୍ସେ ଚଗାଇଲାଇ
(ମାତିଉ ୨୭:୩୨-୪୪; ମାର୍କ ୧୫:୨୧-୩୨; ଲୁକ୍ ୨୩:୨୬-୪୩)
୧୭ଜିସୁ ତାର୍ ନିଜର୍ କୁର୍ସ ବଇକରି ନଅରର୍ ବାଇରେ ରଇବା କାପାଲ୍ ନାଉଁର୍ ଜାଗାଇ ଗାଲା । ଏବ୍ରି ବାସାଇ ସେ ଜାଗାକେ ଗଲ୍ଗାତା ବଲି କଇବାଇ । ୧୮ତେଇ ସେମନ୍ ଜିସୁକେ କୁର୍ସେ ଚଗାଇଲାଇ । ତାର୍ ସଙ୍ଗ୍ ଦୁଇ ଲକ୍କେ ମିସା କୁର୍ସେ ଚଗାଇଲାଇ । ଦୁଇ ଲକ୍କେ ଦୁଇବାଟେ ଚଗାଇ ଜିସୁକେ ମଜାଇ କଲାଇ । ୧୯ଆରି ପିଲାତ୍ ନିଜେ ଗଟେକ୍ ବରଡ୍ ଲେକି କୁର୍ସେ ଅଲାଇବାକେ ଆଦେସ୍ ଦେଲା । ସେ ବରଡ୍ତେଇ ନାଜରିତିୟ ଜିସୁ, ଜିଉଦିମନର୍ ରାଜା ବଲି ଲେକିରଇଲା । ୨୦ଜିସୁକେ ଜନ୍ ଜାଗାଇ କୁର୍ସେ ଚଗାଇ ରଇଲାଇ, ସେଟା ଗଡେ ଅନି ବେସି ଦୁର୍ ନ ରଇଲା । ସେ ବର୍ଡେ ଏବ୍ରି ବାସାଇ, ଲାଟିନ୍ ବାସାଇ ଆରି ଗିରିକ୍ ବାସାଇ ଲେକାଅଇରଇଲା । ବେସି ଲକ୍ମନ୍ ତେଇ ଲେକ୍ଲାଟା ପଡ୍ଲାଇ । ୨୧ସେବେଲା ଜିଉଦିମନର୍ ମୁକିଅ ପୁଜାରିମନ୍ ପିଲାତ୍କେ କଇଲାଇ “ ଜିଉଦିମନର୍ ରାଜା ବଲି ନ ଲେକି, ସେ ନିଜେ ମୁଇ ଜିଉଦିମନର୍ ରାଜା ବଲି କଇଲା ପାରା ଲେକ୍ ।”
୨୨ପିଲାତ୍ କଇଲା “ନାଇ ମୁଇ ଜନ୍ଟା ଲେକ୍ଲି ଆଚି ସେଟା ଆରି ନ ବାଦ୍ଲାଇ ।”
୨୩ଜିସୁକେ କୁର୍ସେ ଚଗାଇଲା ପଚେ, ଚାର୍ଟା ସନିଅମନ୍ ତାର୍ ପଚିଆ ନେଇ ଚାରି ବାଗ୍ କଲାଇ । ସବୁ ସନିଅମନ୍କେ ଗଟେକ୍ ଗଟେକ୍ ବାଗ୍ ମିଲ୍ଲା । ସେମନ୍ ଜିସୁ ଉପ୍ରେ ପିନ୍ଦ୍ବା ବସ୍ତର୍ ମିସା ବେଟ୍ଲାଇ । ସେ ବସ୍ତର୍ ସିଲାଇ ନ ଅଇ ଉପ୍ରେଅନି ତଲେ ଜାକ ଗଟେକ୍ସେ ରଇଲା । ୨୪ସେଟାର୍ପାଇ ସେମନ୍ ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ । “ଆମେ ଏ ପଚିଆ ନ ଚିରିକରି ଏଟା କାକେଅଇସି ବଲି ଜାନ୍ବାକେ କେଡ୍ ପୁଟାଉଁ ।” ଜେନ୍ତିକି ସାସ୍ତରେ ଲେକାଅଇଲା କାତା ସିଦ୍ ଅଇବାକେ ଏନ୍ତି ଅଇଲା । “ମର୍ ପଚିଆ ସେମନ୍ ନିଜର୍ ନିଜର୍ ବିତ୍ରେ ବାଟା କଲାଇ, ଆରି ମୁଇ ପିନ୍ଦ୍ବା ପଚିଆର୍ ପାଇ କେଡ୍ପୁଟାଇଲାଇ ।” ସେଟାସେ ସନିଅମନ୍ କଲାଇ । ୨୫ଜିସୁର୍ କୁର୍ସ ଲଗେ ତାର୍ ଆୟା ମରିୟମ୍, ତାର୍ ଆୟାର୍ ବଇନି, କଲ୍ପାର୍ ମାଇଜି ମରିୟମ୍ ଆରି ମଗ୍ଦଲିନି ମରିୟମ୍ ଟିଆଅଇ ରଇଲାଇ । ୨୬ଜିସୁ ବେସି ଆଲାଦ୍ କର୍ବା ଗଟେକ୍ ସିସ୍ ତାର୍ ମାଆର୍ ଲଗେ ଟିଆ ଅଇରଇଲାଟା ଦେକି ଜିସୁ ତାର୍ ମାକେ କଇଲା, “ଏଦେ ଦେକା ! ତର୍ ପଅ !”
୨୭ତାର୍ ପଚେ ସେ ସିସ୍କେ କଇଲା “ଏଦେ ଦେକା ! ତର୍ ଆୟା !” ସେଦିନେ ଅନି ସେ ସିସ୍ ଜିସୁର୍ ମାକେ ନିଜର୍ ଗରେ ଡାକିନେଲା ।
ଜିସୁର୍ ମରନ୍
(ମାତିଉ ୨୭:୪୫-୫୬; ମାର୍କ ୧୫:୩୩-୪୧; ଲୁକ୍ ୨୩:୪୪-୪୯)
୨୮ଏତ୍କି ବିତ୍ରେ ଜିସୁ ସବୁ ବିସଇ ପୁରାପୁରୁନ୍ ଅଇଲାଟା ଜାନିପାର୍ଲା, ମାତର୍ ସାସ୍ତରର୍ ବବିସତ୍ କାତା ପୁରା କର୍ବାପାଇ ସେ କଇଲା “ମକେ ସସ୍ କଲାନି ।”
୨୯ତେଇ ଗଟେକ୍ ନକିଟାନେ ଚପ୍ରା ଅଙ୍ଗୁର୍ ରସ୍ ରଇଲା । ସନିଅମନ୍ ଗଟେକ୍ ସୁତାର୍ ଗର୍ଣ୍ଡା ଚବାଲ୍ଲାଇ ଆରି ଡେଙ୍ଗ୍ ସୁଲ୍ଡାଙ୍ଗ୍ ଟିପେ ବାନ୍ଦି ଜିସୁର୍ ଟଣ୍ଡ୍ଲଗେ ଲାମାଇଦେଲାଇ । ୩୦ଜିସୁ ସେଟା କାଇକରି “ସାରିଗାଲାବେ ! ” ବଲି କଇଲା । ଏତ୍କି କଇକରି ତାର୍ ଆତ୍ମା ସର୍ପିଦେଲା ।
ଜିସୁକେ ପାଞ୍ଜ୍ରା ତଲେ କାଁଚ୍ଲାଇ
୩୧ସେଦିନ୍ ନିସ୍ତାର୍ ପରବର୍ ନିଉତା ଦିନ୍ ରଇଲାଜେ, ମଲା ଗାଗଡ୍ କୁର୍ସ ଉପ୍ରେ ନ ରଏ, କାଇକେବଇଲେ ସେ ଦିନ୍ ବିସ୍ରାମ୍ବାରର୍ ସୁକଲ୍ ଦିନ୍ ରଇଲା । ସେଟାର୍ପାଇ କୁର୍ସେ ରଇବା ତିନ୍ଲକର୍ ଗଡ୍ ବାଙ୍ଗାଇକରି ବିନ୍ ଜାଗାଇ ନେଅତ୍ ବଲି ଜିଉଦିଲକ୍ମନ୍ ପିଲାତ୍କେ ଗୁଆରି କଲାଇ । ୩୨ସେଟାର୍ପାଇ ସନିଅମନ୍ ଜାଇ ଜିସୁର୍ ସଙ୍ଗ୍ ଚଗାଇଅଇରଇବା ଆରି ଦୁଇଲକର୍ ଗଡ୍ ବାଙ୍ଗାଇଦେଲାଇ । ୩୩ମାତର୍ ଜେଡେବେଲା ସେମନ୍ ଜିସୁର୍ ଲଗେ ଆସି ଦେକ୍ଲାଇଜେ, ସେ ମରିଜାଇରଇଲା । ସେଟାର୍ପାଇ ସେମନ୍ ତାର୍ ଗଡ୍ ବାଙ୍ଗାଅତ୍ ନାଇ । ୩୪ମାତର୍ ଗଟେକ୍ ସନିଅ ଚେଲ୍ ସଙ୍ଗ୍ ତାର୍ ପାଞ୍ଜ୍ରା ତଲେ ବୁସ୍ଲା ଦାପ୍ରେ ବନି ଆରି ପାନି ବାରଇଲା । ୩୫ଏଟା ଜେ ଦେକି ରଇଲା, ସେ ଏ ସାକି ଦେଲାଆଚେ । (ସେଟାର୍ ପାଇ ତମେ ମିସା ବିସ୍ବାସ୍ କରା । ତାର୍ ସାକିଦେଲାଟା ସତ୍ସେ । ଆରି ସେ ସତ୍କାତା କଇଲା ଆଚେ ବଲିକରି ନିଜେ ବିସ୍ବାସ୍ କର୍ସୁ ।) ୩୬କାଇକେବଇଲେ ସାସ୍ତରର୍ ଏ ବାକିଅ ପୁରାପୁରୁନ୍ ଅଇବାପାଇ ବଲି ଏ ସବୁ ବିସଇ ଗଟ୍ଲା, “ତାର୍ ଗଟେକ୍ ଆଡ୍ ମିସା ନ ଚିଲ୍ପେ ।” ୩୭ ପର୍ମେସରର୍ ସାସ୍ତରେ ଆରି ଗଟେକ୍ ବାକିଅ ଏନ୍ତାରି ଆଚେ ଜାକେ ସେମନ୍ ବୁସ୍ଲାଇଆଚତ୍, ତାକେ ଦେକ୍ବାଇ ଆରି ତାର୍ ବାଟେସେ ଦେକ୍ତେ ରଇବାଇ ।
ଜିସୁର୍ ସମାଦି
(ମାତିଉ ୨୭:୫୭-୬୧; ମାର୍କ ୧୫:୪୨-୪୭; ଲୁକ୍ ୨୩:୫୦-୫୬)
୩୮ଏ ସବୁ ଗଟ୍ନା ଅଇଲା ପଚେ ଆରାମାତିଆ ଗଡର୍ ଜସେପ୍ ନାଉଁର୍ ଗଟେକ୍ ଲକ୍ ପିଲାତ୍କେ ଜିସୁର୍ ଗାଗଡ୍ ମାଙ୍ଗ୍ଲା । ଜସେପ୍ ଜିସୁର୍ ସିସ୍ ରଇଲା । ମାତର୍ ସେ ଜିଉଦି ନେତାମନ୍କେ ଡରିକରି ଜାନାଇ ନ ଅଇ ରଇତେ ରଇଲା । ପିଲାତ୍ ଜସେପ୍କେ ଜିସୁର୍ ଗାଗଡ୍ ନେ ବଇଲାକେ, ସେ ଜିସୁର୍ ମଲାଗାଗଡ୍ ଦାରି ଗାଲା । ୩୯ ନିକଦିମ ମିସା ଜସେପର୍ ସଙ୍ଗ୍ ଗାଲା । ଏ ନିକଦିମ ଗଟେକ୍ ରାତି ଜିସୁକେ ମିସ୍ବାର୍ ଜାଇରଇଲା । ସେ ଜିସୁର୍ ଗାଗ୍ଡେ ଲାଗାଇବାକେ ଗନ୍ଦ୍ରସ୍ ଆରି ଅଙ୍ଗୁର୍ ମିସାଇଲା ବାସ୍ନା ଚିକନ୍ ତିରିସ୍ କେଜି ଆନିରଇଲା । ୪୦ସେମନ୍ ଦୁଇ ଲକ୍ ମିସିକରି ଜିଉଦିମନର୍ ରିତିନିତି ଇସାବେ ଜିସୁର୍ ଗାଗଡ୍ ନେଇ ବାସ୍ନା ଦିନ୍ସୁ ସଙ୍ଗ୍, ଡେଙ୍ଗ୍ ପଚିଆ ଗୁଡିଆଇ ଦେଲାଇ । ୪୧ତାକେ ଜନ୍ ଜାଗାଇ କୁର୍ସେ ଚଗାଇ ରଇଲାଇ, ସେ ଜାଗାଇ ଗଟେକ୍ ବାଡ୍ ରଇଲା । ଆରି ସେ ବାଡେ ମଲା ଲକ୍ମନ୍କେ ସଙ୍ଗଇବାକେ ଗଟେକ୍ ନୁଆ ପାଆର୍ ରଇଲା । ସେ ପାଆରେ କେବେ ମିସା କାକେ ନ ସଙ୍ଗଇ ରଇଲାଇ । ୪୨ବିସ୍ରାମ୍ ବାରର୍ ନିଉତା ଦିନ୍ ଅଇରଇଲା ଆରି ସେ ପାଆର୍ ଲଗେ ରଇଲା ଜେ, ସେମନ୍ ଜିସୁର୍ ଗାଗଡ୍ ନେଇକରି ସେ ପାଆରେ ସଙ୍ଗଇଦେଲାଇ ।