ଜିସୁ ବାବାର୍ ଲଗେ ଜିବା ବାଟ୍
୧ଆରି ଜିସୁ କଇଲା, “ତମେ କିଲ୍ବିଲ୍ ନ ଉଆ, ପର୍ମେସରର୍ଟାନେ ବିସ୍ବାସ୍ କରା । ଆରି ମର୍ଟାନେ ମିସା ବିସ୍ବାସ୍ କରା । ୨ମର୍ ବାବାର୍ ଗରେ ରଇବାକେ ବେସି ବାକ୍ରା ଆଚେ । ଆରି ତେଇ ମୁଇ ତମର୍ ପାଇ ଜାଗା ଟିକ୍ କର୍ବାର୍ ଗାଲିନି । ଜଦି ଏଟା ସତ୍ ନଇତା ଆଲେ, ମୁଇ ତମ୍କେ ଏନ୍ତି ବଲି ନ କଇତି । ୩ଆରି ମୁଇ ଜାଇ ତମର୍ ପାଇ ଜାଗା ଟିକ୍ କଲା ପଚେ, ଆରି ତରେକ୍ ବାଉଡି ଆସି ତମ୍କେ ମର୍ ସଙ୍ଗ୍ ଡାକିନେବି । ମୁଇ ଜନ୍ ଜାଗାଇ ରଇବି, ସେ ଜାଗାଇ ତମେ ମର୍ ସଙ୍ଗ୍ ରଇସା । ୪ମୁଇ ଜନ୍ ଜାଗାଇ ଗାଲିନି, ତମେ ସେ ଜାଗାଇ ଜିବା ବାଟ୍ ଜାନିଆଚାସ୍ ।”
୫ତମା ଜିସୁକେ କଇଲା, “ଏ ମାପ୍ରୁ ତମେ କନ୍ ଜାଗାଇ ଗାଲୁସ୍ନି, ସେଟା ଆମେ ନାଜାନୁ, ଆରି ତେଇ ଜିବା ବାଟ୍ କେନ୍ତି ଜାନ୍ବୁ ?”
୬ଜିସୁ ତାକେ କଇଲା, “ମୁଇ ସତ୍, ବାଟ୍ ଆରି ଜିବନ୍ । ମର୍ବାଟେ ନ ଗାଲେ ବାବା ପର୍ମେସର୍ ଲଗେ କେ ମିସା ଜାଇନାପାରେ ।” ୭ସେ କଇଲା, “ଜଦି ତମେ ମକେ ଜାନିରଇତାସ୍ ବଇଲେ, ମର୍ ବାବାକେ ମିସା ଜାନ୍ତାସ୍ । ଏବେ ମିସା ତମେ ତାକେ ଜାନ୍ଲାସ୍ନି ଆରି ଦେକ୍ଲାସ୍ନି ।”
୮ପିଲିପ୍ ଜିସୁକେ କଇଲା, “ଏ ମାପ୍ରୁ ଆମ୍କେ ବାବାକେ ଦେକାଇ ଦେ, ସେତ୍କିସେ ଆମର୍ପାଇ ବେସି ।” ୯ଜିସୁ ତାକେ କଇଲା, “ପିଲିପ୍ ଏତ୍କି ଦିନ୍ ମୁଇ ତମର୍ ସଙ୍ଗ୍ ରଇଲି, ତୁଇ ମକେ ଚିନି ନାପାର୍ଲୁସ୍ କି ?” ଜେ ମକେ ଦେକ୍ଲା ଆଚେ ସେ ମର୍ ବାବା ପର୍ମେସର୍କେ ଦେକ୍ଲା ଆଚେ । କେନ୍ତି ଆମ୍କେ ତର୍ ବାବାକେ ଦେକାଇ ଦେ ବଲି କଇଲୁସ୍ନି ? ୧୦ତୁଇ ବିସ୍ବାସ୍ କୁରୁସ୍ ନାଇ କି ପିଲିପ୍ ? ମୁଇ ବାବାର୍ ତେଇ ଆଚି ଆରି ବାବା ମର୍ଟାନେ ଆଚେ । ମୁଇ ତମ୍କେ ଜନ୍ କାତା ସବୁ କଇଲିଆଚି, ସେ ସବୁ କାତା ମର୍ ନିଜର୍ତେଇଅନି କଇନାଇ । ମାତର୍ ବାବା ମର୍ତେଇ ରଇକରି ତାର୍ କାମ୍, ମର୍ଟାନେଅନି କଲାନି । ୧୧ମୁଇ ବାବାର୍ତେଇ ଆଚି ଆରି ବାବା ମର୍ଟାନେ ଆଚେ ବଲି ମୁଇ କଇବା ଏ କାତା ବିସ୍ବାସ୍ କରା । ନଇଲେ ମୁଇ କର୍ବା କାମ୍ ଦେକି ବିସ୍ବାସ୍ କରା । ୧୨ମୁଇ ତମ୍କେ ସତ୍ କଇଲିନି, ଜେ ମକେ ବିସ୍ବାସ୍ କର୍ସି ସେ, ମୁଇ କର୍ବା ଏନ୍ତି କାମ୍ମନ୍ କର୍ସି ଆରି ମର୍ତେଇଅନି ଅଦିକ୍ ବଡ୍ ବଡ୍ କାମ୍ମନ୍ ମିସା କର୍ସି । କାଇକେ ବଇଲେ ମୁଇ ମର୍ ବାବାର୍ ଲଗେ ଗାଲିନି । ୧୩ତମେ ମର୍ ନାଉଁଦାରି ଜାଇଟା ମାଙ୍ଗ୍ସା ସେଟା ସବୁ ମୁଇ ତମ୍କେ ଦେବି । ଇତିଅନି ବାବାର୍ ଡାକ୍ପୁଟା ମର୍ତେଇ ଜାନାପଡ୍ସି । ୧୪ତମେ ଜଦି କାଇ ବିସଇ ମିସା ମର୍ ନାଉଁଦାରି ମାଙ୍ଗ୍ସା ବଇଲେ ମୁଇ ସେଟା ଦେବି ।
ସୁକଲ୍ ଆତ୍ମାର୍ ଦାନର୍ ସପତ୍
୧୫ତମେ ଜଦି ମକେ ଆଲାଦ୍ କର୍ସା, ମର୍ ଆଦେସ୍ ମିସା ମାନ୍ସା । ୧୬ମୁଇ ମର୍ ବାବାକେ ଗୁଆରି କର୍ବି । ଆରି ତମର୍ ସଙ୍ଗ୍ ସବୁବେଲା ରଇବା ପାଇ, ସେ ଗଟେକ୍ ସାଇଜକାରିଆକେ ପାଟାଇସି । ୧୭ସେ ଅଇଲାନି ସତ୍ ଆତ୍ମା, ଜେକି ସତ୍ସଙ୍ଗ୍ ପର୍ମେସରର୍ ବିସଇ ଦେକାଇସି । ଏ ଦୁନିଆର୍ ଲକ୍ମନ୍ ତାକେ ନ ନାମତ୍, କାଇକେ ବଇଲେ ତାକେ ଦେକତ୍ ନାଇ କି ଜାନତ୍ ନାଇ । ମାତର୍ ତମେ ତାକେ ଜାନି ଆଚାସ୍ । କାଇକେ ବଇଲେ ସେ ତମର୍ ସଙ୍ଗ୍ ଆଚେ ଆରି ତମର୍ ମନ୍ ବିତ୍ରେ ରଇସି ।
୧୮ମୁଇ ଜେଡେବଲ୍ ଜିବି, ତମ୍କେ ଟୁରା ପିଲାମନର୍ ପାରା କରି ଚାଡି ନ ଜାଇ । ଆରିତରେକ୍ ତମର୍ ଲଗେ ବାଉଡି ଆଇବି । ୧୯ଚନେକ୍ ଗାଲେ ଦୁନିଆ ଆରି ମକେ ଦେକିନାପାରେ । ମାତର୍ ତମେ ଦେକ୍ସା, କାଇକେ ବଇଲେ ମୁଇ ସବୁବେଲେ ଜିବନ୍ ରଇବି, ଆରି ତମେ ମିସା ଜିବନ୍ ରଇସା । ୨୦ସେ ଦିନ୍ ଆଇଲେ ତମେ ଜାନ୍ସା, ମୁଇ ବାବାର୍ ଲଗେ, ତମେ ମର୍ ଲଗେ, ଆରି ମୁଇ ତମର୍ ଲଗେ ସବୁବେଲେ ରଇବି ।
୨୧“ଜେ ମର୍ ଆଦେସ୍ ମାନ୍ସି, ସେ ଆକା ମକେ ଆଲାଦ୍ କର୍ସି । ଜେ ମକେ ଆଲାଦ୍ କର୍ସି, ମର୍ ବାବା ତାକେ ଆଲାଦ୍ କର୍ସି । ମୁଇ ମିସା ତାକେ ଆଲାଦ୍ କରି ନିଜ୍କେ ତାର୍ଟାନେ ଦେକାଇଅଇବି ।”
୨୨ତାର୍ ପଚେ ଜିଉଦା, ଇସ୍କାରିୟତ୍ ଜିଉଦା ନଏଁ, କଇଲା “ଏ ମାପ୍ରୁ ଏଟା କେନ୍ତି ଅଇସି ? ତମେ ନିଜ୍କେ ଦୁନିଆଇ ଦେକାଇ ନ ଅଇ ଆମର୍ ଲଗେ କେନ୍ତି ଦେକାଇଅଇସା ?”
୨୩ଜିସୁ ତାକେ କଇଲା, “ଜନ୍ ଲକ୍ ମକେ ଆଲାଦ୍ କର୍ସି ସେ ମୁଇ ସିକାଇବା ବାକିଅ ମାନ୍ସି । ସେନ୍ତି କଲେ ମର୍ ବାବା ପର୍ମେସର୍ ତାକେ ଆଲାଦ୍ କର୍ସି । ବାବା ଆରି ମୁଇ ଆସି ସେ ଲକର୍ ଟାନେ ରଇବୁ । ୨୪ଜେ ମକେ ଆଲାଦ୍ ନ କରେ, ସେ ମର୍ ବାକିଅ ନ ମାନେ । ଆରି ମୁଇ କଇବା ଏ କାତା ସବୁ ମର୍ତେଇ ଅନି ନଏଁ, ମାତର୍ ମକେ ପାଟାଇଲା ମର୍ ବାବାର୍ ତେଇଅନି କଇଲିନି ।”
୨୫ମୁଇ ତମର୍ ଲଗେ ରଇକରିସେ ଏ ସବୁ କାତା କଇଲିନି । ୨୬ମାତର୍ ପର୍ମେସର୍ ଜନ୍ ସାଇଜକାରିଆ ସୁକଲ୍ ଆତ୍ମାକେ ମର୍ ନାଉଁ ଦାରି ତମର୍ ଲଗେ ପାଟାଇସି, ସେ ତମ୍କେ ସବୁ ବିସଇ ସିକାଇଦେଇସି ଆରି ମୁଇ ଜନ୍ ଜନ୍ କାତା କଇଲିଆଚି ସେଟା ସବୁ ତମ୍କେ ଏତାଇ ଦେଇସି ।
୨୭“ମୁଇ ତମ୍କେ ସାନ୍ତି ଦେଇକରି ଗାଲିନି । ମର୍ ନିଜର୍ ସାନ୍ତି ତମ୍କେ ଦାନ୍ ଦେଇକରି ଗାଲିନି । ଏଟା ଦୁନିଆ ଦାନ୍ ଦେଲାପାରା ସାନ୍ତି ନଏଁ । ସେଟାର୍ ପାଇ ଚିନ୍ତା କରା ନାଇ କି କିଲ୍ବିଲ୍ ଅଇ ଡରା ନାଇ । ୨୮ମୁଇ ଜାଇଟା କଇରଇଲି, ସେଟା ସୁନିଆଚାସ୍ । ମୁଇ ଗାଲିନି ମାତର୍ ଆରି ତରେକ୍ ବାଉଡି ଆଇବି । ମକେ ଜଦି ଆଲାଦ୍ କର୍ତାସ୍ ବଇଲେ, ମୁଇ ବାବାର୍ ଲଗେ ଗାଲିନି ବଲି ସୁନି ସାର୍ଦା ଅଇତାସ୍, କାଇକେ ବଇଲେ ମର୍ ବାବା ମର୍ତେଇଅନି ବଡ୍ । ୨୯ଜାଇଟା ସବୁ ଗଟ୍ବାର୍ ଆଚେ ସେଟା ସବୁ ମୁଇ ତମ୍କେ ଆଗ୍ତୁ ଜାନାଇଦେଲି । ଜେନ୍ତିକି ସେଟା ସବୁ ଗଟ୍ଲେ, ତମେ ମକେ ବିସ୍ବାସ୍ କର୍ସା । ୩୦ମୁଇ ତମର୍ ସଙ୍ଗ୍ ଆରି ଅଦିକ୍ ପର୍ କାତାବାର୍ତା କରି ନାପାରି । କାଇକେ ବଇଲେ, ଏ ଦୁନିଆର୍ ସାସନ୍କାରିଆ ଆଇଲାନି । ଆରି ମର୍ଟାନେ ତାର୍ କାଇ ଅଦିକାର୍ ନାଇ । ୩୧ମୁଇ ମର୍ ବାବାକେ ଆଲାଦ୍ କଲିନି ଆରି ବାବାର୍ ଆଦେସ୍ ଇସାବେ କାମ୍ କଲିନି, ଏଟା ଦୁନିଆର୍ ଲକ୍ମନ୍ ଜାନତ୍ ବଲି ଏନ୍ତି ଗଟ୍ନା ଅଇଲାନି । ଜୁ, ଆମେ ଏ ଜାଗାଇଅନି ବାରଇ ଉଟି ଜୁ ।”