ବାଇବଲ ପ୍ରଶ୍ନଗୁଡିକର ଉତ୍ତର ଦିଆଯାଇଛି ଓଡିଆ
ଦିଆଯାଇଛି ଓଡିଆ
ପ୍ରଶ୍ନ: ଅନନ୍ତ ଜୀବନ ପ୍ରାପ୍ତ କରିଛନ୍ତି କି ?
ଉତ୍ତର:
ଅନନ୍ତ ଜୀବନ ପାଇଁ ବାଇବଲ ଗୋଟିଏ ସ୍ପଷ୍ଟ ମାର୍ଗ ପ୍ରଦର୍ଶନ କରେ | ପ୍ରଥମେ, ଆମକୁ ନିଶ୍ଚିତ ଭାବରେ ଚିହ୍ନିବାକୁ ପଡିବ ଯେ, ଆମେ ଈଶ୍ବରଙ୍କ ବିରୁଦ୍ଧରେ ପାପ କରିଅଛୁ: "ସମସ୍ତେ ତ ପାପ କରିଅଛନ୍ତି, ପୁଣି ଈଶ୍ବରଙ୍କ ଗୌରବରହିତ ହୋଇଅଛନ୍ତି" (ରୋମୀୟ ୩:୨୩) | ଆମେ ସମସ୍ତେ ଏପରି କର୍ମ କରିଅଛୁ ଯାହା ଈଶ୍ବରଙ୍କୁ ଅସନ୍ତୁଷ୍ଟ କରିଛି, ଯାହା ଆମକୁ ଦଣ୍ଡ ପାଇବା ନିମନ୍ତେ ଯୋଗ୍ୟ ବିବେଚିତ କରୁଛି | ଯେହେତୁ ଆମର ସମସ୍ତ କର୍ମ ପରିଶେଷରେ ଅନନ୍ତ ଈଶ୍ବରଙ୍କ ବିରୁଦ୍ଧରେ ଅଟେ, କେବଳ ଗୋଟିଏ ଅନନ୍ତ ଦଣ୍ଡ ହିଁ ଯଥେଷ୍ଟ ଅଟେ | "କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ବରଙ୍କ ଅନୁଗ୍ରହଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ" |
ତଥାପି, ଯୀଶୁ ଖ୍ରୀଷ୍ଟ, ପାପହୀନ (୧ ପିତର ୨:୨୨), ଈଶ୍ବରଙ୍କ ଅନନ୍ତ ସନ୍ତାନ ଜଣେ ମନୁଷ୍ୟ ହେଲେ (ଯୋହନ ୧:୧, ୧୪) ଏବଂ ଆମର ନିୟମ ଭଙ୍ଗର ଦଣ୍ଡର ପାଉଣା ଦେବା ପାଇଁ ମୃତ୍ୟୁବରଣ କଲେ | "କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ବର ଆମ୍ଭମାନଙ୍କପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି " (ରୋମୀୟ ୫:୮) | ଆମେ ଯେଉଁ ଦଣ୍ଡ ପାଇବା ଯୋଗ୍ୟ ତାହାକୁ ନେଇ (୨ କରିନ୍ଥୀୟ ୫:୨୧), ଯୀଶୁ ଖ୍ରୀଷ୍ଟ କୃଶ ଉପରେ ମୃତ୍ୟୁବରଣ କଲେ (ଯୋହନ ୧୯:୩୧-୪୨) | ପାପ ଏବଂ ମୃତ୍ୟୁରୁ ତାଙ୍କର ବିଜୟ ପ୍ରମାଣିତ କରି, ତିନିଦିନ ପଶ୍ଚାତରେ ସେ ମୃତ୍ୟୁରୁ ଉତ୍ଥିତ ହେଲେ (୧ କରିନ୍ଥିୟ ୧୫:୧-୪), | "ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ; ସେ ମୃତମାନଙ୍କ ମଧ୍ୟରୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ବାରା ଜୀବନଦାୟକ ଭରସା ପ୍ରାପ୍ତି ନିମନ୍ତେ" (୧ ପିତର ୧:୩) |
ପରିତ୍ରାଣ ପାଇବା ନିମନ୍ତେ – ବିଶ୍ବାସ ସହିତ, ଖ୍ରୀଷ୍ଟଙ୍କ ପ୍ରତି ଆମ ମନରେ ଥିବା ଧାରଣାକୁ ବଦଳେଇବାକୁ ପଡ଼ିବ ଯେ – ସେ କିଏ, ସେ କାହିଁକି ଓ କ’ଣ କରିଥିଲେ (ପ୍ରେରିତ ୩:୧୯) | ଯଦି ଆମେ ଆମର ବିଶ୍ବାସ ତାଙ୍କ ଉପରେ ସ୍ଥାପନ କରୁ, ଆମ ପାପର ପାଉଣା ଦେବା ପାଇଁ କୃଶ ଉପରେ ତାଙ୍କ ମୃତ୍ୟୁକୁ ବିଶ୍ବାସ କରୁ, ଆମେ କ୍ଷମା ପ୍ରାପ୍ତ କରି ପାରିବା ଏବଂ ସ୍ବର୍ଗରେ ଏକ ଅନନ୍ତ ଜୀବନର ପ୍ରତିଶ୍ରୁତି ପାଇ ପାରିବା | "କାରଣ ଈଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଏକମାତ୍ର ପୁତ୍ରଙ୍କୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ବାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ" (ଯୋହନ ୩:୧୬) | "ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ବୀକାର କରିବ, ଆଉ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଛନ୍ତି ବୋଲି ହୃଦୟରେ ବିଶ୍ବାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ" (ରୋମୀୟ ୧୦:୯) | କୃଶ ଉପରେ ଥିବା ଯୀଶୁଙ୍କର ସରିଥିବା କାର୍ଯ୍ୟରେ, କେବଳ ଏକମାତ୍ର ବିଶ୍ବାସ ହିଁ ଅନନ୍ତ ଜୀବନ ପାଇଁ ମାର୍ଗ ଅଟେ | "କାରଣ ଅନୁଗ୍ରହରେ ବିଶ୍ବାସ ଦ୍ବାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ; ତାହା ତୁମ୍ଭମାନଙ୍କ ନିଜଠାରୁ ହୋଇନାହିଁ, ତାହା ଈଶ୍ବରଙ୍କ ଦାନ, କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ" (ଏଫିସୀୟ ୨:୮-୯) |
ଯଦି ଆପଣ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣଙ୍କର ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବାକୁ ଇଚ୍ଛା କରନ୍ତି, ଏଇ ନିଅନ୍ତୁ ଗୋଟିଏ ସରଳ ପ୍ରାର୍ଥନା | ମନେରଖନ୍ତୁ, ଏହି ପ୍ରାର୍ଥନା କିମ୍ବା ଅନ୍ୟ କୌଣସି ପ୍ରାର୍ଥନା ଆପଣଙ୍କୁ ଉଦ୍ଧାର କରିବ ନାହିଁ | କେବଳ ଖ୍ରୀଷ୍ଟଙ୍କ ଉପରେ ବିଶ୍ବାସ ହିଁ ଆପଣଙ୍କୁ ପାପରୁ ଉଦ୍ଧାର କରିପାରିବ | ଈଶ୍ବରଙ୍କଠାରେ ଆପଣଙ୍କର ବିଶ୍ବାସର ଅଭିବ୍ୟକ୍ତି ଏବଂ ଆପଣଙ୍କର ପରିତ୍ରାଣ ନିମନ୍ତେ ତାଙ୍କୁ ଧନ୍ୟବାଦ ଦେବା ପାଇଁ ଏହି ପ୍ରାର୍ଥନା ଏକ ସାଧାରଣ ମାର୍ଗ ମାତ୍ର | "ହେ ଈଶ୍ବର ! ମୁଁ ଜାଣେ ଯେ ମୁଁ ଆପଣଙ୍କୁ ବିରୁଦ୍ଧରେ ପାପ କରିଅଛି ଓ ମୁଁ ଦଣ୍ଡ ପାଇବାର ଯୋଗ୍ୟ ଅଟେ | କିନ୍ତୁ ମୁଁ ଯେଉଁ ଦଣ୍ଡ ପାଇବାର ଥିଲା ତାହା ଯୀଶୁ ଖ୍ରୀଷ୍ଟ ନେଇଯାଇଛନ୍ତି | ତେଣୁକରି, ତାଙ୍କଠାରେ ଥିବା ମୋର ବିଶ୍ବାସ କାରଣରୁ ମୁଁ କ୍ଷମା ପ୍ରାପ୍ତ ହେବି | ମୋର ପରିତ୍ରାଣ ପାଇଁ ମୁଁ ଆପଣଙ୍କଠାରେ ମୋର ବିଶ୍ବାସ ସ୍ଥାପନ କରିଛି | ଆପଣଙ୍କର ସୁନ୍ଦର ଅନୁଗ୍ରହ ଓ କ୍ଷମାଶୀଳତା ପାଇଁ, ଯାହା ଅନନ୍ତ ଜୀବନର ଉପହାର ଅଟେ, ଆପଣଙ୍କୁ ଧନ୍ୟବାଦ ! ଆମିନ୍" !
ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି ? ଦୟାକରି ନିମ୍ନରେ ଥିବା "ମୁଁ ଆଜି ଖ୍ରୀଷ୍ଟଙ୍କୁ ଗ୍ରହଣ କଲି" ବୋତାମକୁ କ୍ଲିକ୍ କରନ୍ତୁ
ପ୍ରଶ୍ନ: କ୍ଷମା ପ୍ରାପ୍ତ ହୋଇଛନ୍ତି କି ? ମୁଁ କିପରି ଭାବରେ ଈଶ୍ବରଙ୍କଠାରୁ କ୍ଷମା ପ୍ରାପ୍ତି କରିବି ?
ଉତ୍ତର:
ପ୍ରେରିତ ୧୩:୩୮ କୁହେ, "ଅତଏବ, ହେ ଭାଇମାନେ, ଆପଣମାନେ ଏହା ଅବଗତ ହେଉନ୍ତୁ, ଏହି ବ୍ୟକ୍ତିଙ୍କ ଦ୍ବାରା ଆପଣମାନଙ୍କ ନିକଟରେ ପାପମୋଚନ ପ୍ରଚାର କରାଯାଉଛି" |
କ୍ଷମା ପ୍ରାପ୍ତି କ’ଣ ଅଟେ ଏବଂ ମୁଁ ତାହା କାହିଁକି ଆବଶ୍ୟକ କରିଥାଏ ?
କ୍ଷମା ଶବ୍ଦର ଅର୍ଥ ହେଉଛି, ସିଲଟକୁ ପୋଛି ସଫା କରିବା, ଆଇନ୍ଗତ ପରିଣାମରୁ ମୁକ୍ତ କରିବା, ଗୋଟିଏ ବାକି ରଦ୍ଦ କରିବା | ଯେତେବେଳେ ଆମେ କାହା ପ୍ରତି କିଛି ଭୁଲ କରେ, ସମ୍ପର୍କକୁ ପୁନର୍ଗଠନ କରିବା ପାଇଁ ଆମେ ତା’ଠାରୁ କ୍ଷମା ଭିକ୍ଷା କରିଥାଏ | କ୍ଷମା ଦାନ କରାଯାଏ ନାହିଁ କାରଣ ଜଣେ ଲୋକ କ୍ଷମା ପାଇବା ପାଇଁ ଯୋଗ୍ୟ ଅଟେ | କେହି ହେଲେ କ୍ଷମା ପାଇବା ପାଇଁ ଯୋଗ୍ୟ ଅଟନ୍ତି ନାହିଁ | କ୍ଷମା ପ୍ରେମ, ଦୟା ଓ ଅନୁଦାନର ଗୋଟିଏ କାର୍ଯ୍ୟ ଅଟେ | କ୍ଷମା ହେଉଛି ଏକ ନିଷ୍ପତ୍ତି ଯାହା ଅନ୍ୟ ଲୋକ ବିରୁଦ୍ଧରେ କିଛି ଧରି ରଖେ ନାହିଁ, ସେ ଆପଣଙ୍କ ପ୍ରତି ଯାହା କରିଥା’ନ୍ତୁ ନା କାହିଁକି |
ବାଇବଲ ଆମକୁ କୁହେ ଯେ, ଆମେ ସମସ୍ତେ ଈଶ୍ବରଙ୍କଠାରୁ କ୍ଷମା ଆବଶ୍ୟକ କରିଥାଉ | ଆମେ ସମସ୍ତେ ପାପ କରିଅଛୁ | ଉପଦେଶକ ୭:୨୦ କୁହେ ଯେ, " ପାପ ନ କରି ସତ୍କର୍ମ କରେ, ଏପରି ଜଣେ ଧାର୍ମିକ ନିଶ୍ଚୟ ପୃଥିବୀରେ ନାହିଁ" | ୧ ଯୋହନ ୧:୮ କୁହେ, "ଆମ୍ଭମାନଙ୍କର ପାପ ନାହିଁ, ଏହା ଯଦି କହୁ, ତାହାହେଲେ ଆପଣା ଆପଣାକୁ ପ୍ରବଞ୍ଚନା କରୁ, ପୁଣି ଆମ୍ଭମାନଙ୍କ୍ଠାରେ ସତ୍ୟ ନାହିଁ" | ସମସ୍ତ ପାପ, ସର୍ବଶେଷରେ, ଈଶ୍ବରଙ୍କ ବିରୁଦ୍ଧରେ ବିଦ୍ରୋହାଚରଣ ଅଟେ (ହିତୋପଦେଶ ୫୧:୪) | ପରିଣାମ ସ୍ବରୂପ, ଆମେ ହତାଶ ହୋଇ ଈଶ୍ବରଙ୍କଠାରୁ କ୍ଷମା ଭିକ୍ଷା କରିଥାଉ | ଯଦି ଆମ ପାପଗୁଡ଼ିକ କ୍ଷମା ଯୋଗ୍ୟ ନୁହେଁ, ତେବେ ଆମେ ଆମ ପାପର ପରିଣାମ ସ୍ବରୂପ ଅନନ୍ତ କାଳ ପର୍ଯ୍ୟନ୍ତ ଦୁର୍ଦଶା ଭୋଗୁଥିବା |
କ୍ଷମା ପ୍ରାପ୍ତି – ମୁଁ ଏହାକୁ କିପରି ଭାବରେ ପାଇପାରିବି ?
ଭାଗ୍ୟକୁ, ଈଶ୍ବର ହେଉଛନ୍ତି ସ୍ନେହୀ ଏବଂ ଦୟାଳୁ – ଆମ ପାପର କ୍ଷମା ଦେବା ପାଇଁ ସେ ବହୁତ ଇଚ୍ଛୁକ ଅଟନ୍ତି | ୨ ପିତର ୩:୯ ଆମକୁ କୁହେ, "…କିନ୍ତୁ ଯେପରି କେହି ବିନିଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି" | ଈଶ୍ବର ଆମକୁ କ୍ଷମା କରିଦେବା ପାଇଁ ଇଚ୍ଛା କରନ୍ତି, ତେଣୁ ଆମର କ୍ଷମା ପ୍ରାପ୍ତି ନିମନ୍ତେ ସେ ଯୋଗାଡ଼ କରିଦେଇଛନ୍ତି |
ଆମର ପାପ ନିମନ୍ତେ ଏକ ମାତ୍ର ଶସ୍ତି ହେଉଛି ମୃତ୍ୟୁ | ରୋମୀୟ ୬:୨୩ର ପ୍ରଥମାର୍ଧ କୁହେ ଯେ, "କାରଣ ପାପର ବେତନ ମୃତ୍ୟୁ…" | ଅନନ୍ତ ମୃତ୍ୟୁ ଯାହା ଆମେ ଆମର ପାପର ନିମନ୍ତେ ରୋଜଗାର କରିଛେ | ଈଶ୍ବର, ତାଙ୍କର ସଠିକ ଯୋଜନାରେ, ଜଣେ ମାନବ ହୋଇଛନ୍ତି – ଯୀଶୁ ଖ୍ରୀଷ୍ଟ (ଯୋହନ ୧:୧, ୧୪) | ଯୀଶୁ କୃଶରେ ମୃତ୍ୟୁଭୋଗ କଲେ, ଆମେ ପାଇବା ଯୋଗ୍ୟ ଦଣ୍ଡକୁ ନିଜେ ଗ୍ରହଣ କରି – ମୃତ୍ୟୁ | ୨ କରିନ୍ଥୀୟ ୫:୨୧ ଆମକୁ ଶିକ୍ଷା ଦିଏ ଯେ, "ଯାହାଙ୍କଠାରେ ପାପର ଲେଶମାତ୍ର ନ ଥିଲା, ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପସ୍ବରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ବାରା ଈଶ୍ବରଙ୍କର ଧାର୍ମିକତା ସ୍ବରୂପ ହେଉ" | ଯୀଶୁ କୃଶରେ ମୃତ୍ୟୁଭୋଗ କଲେ, ଆମେ ପାଇବା ଯୋଗ୍ୟ ଦଣ୍ଡକୁ ନିଜେ ଗ୍ରହଣ କରି | ଈଶ୍ବର ଭାବରେ, ଯୀଶୁଙ୍କ ମୃତ୍ୟୁ, ସମଗ୍ର ବିଶ୍ବର ପାପ ପାଇଁ କ୍ଷମା ପ୍ରାପ୍ତି ଯୋଗାଇଥିଲା | ୧ ଯୋହନ ୨:୨ କୁହେ ଯେ, "ଆଉ ସେ ଆମ୍ଭମାନଙ୍କ ପାପ ନିମନ୍ତେ, କେବଳ ଆମ୍ଭମାନଙ୍କ ପାପ ନିମନ୍ତେ ନୁହେଁ, ମାତ୍ର ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ ସ୍ବରୂପ ଅଟନ୍ତି" | ପାପ ଏବଂ ମୃତ୍ୟୁ ଉପରେ ତାଙ୍କର ବିଜୟ ଘୋଷଣା କରି, ଯୀଶୁ ମୃତ୍ୟୁରୁ ଉତ୍ଥିତ ହୁଅନ୍ତି (୧ କରିନ୍ଥୀୟ ୧୫:୧, ୨୮) | ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁ ଓ ପୁନରୁତ୍ଥାନ ମାଧ୍ୟମରେ, ଈଶ୍ବରଙ୍କର ଗୁଣଗାନ କରନ୍ତୁ | ରୋମୀୟ ୬:୨୩ର ଦ୍ବିତୀୟ ଭାଗ ସତ୍ୟ ଅଟେ, "…କିନ୍ତୁ ଈଶ୍ବରଙ୍କ ଅନୁଗ୍ରହଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ" |
ଆପଣ ଆପଣଙ୍କ ପାପଗୁଡ଼ିକର କ୍ଷମା ଚାହୁଁଛନ୍ତି କି ? ଆପଣଙ୍କୁ ଅବିରତ ଭାବରେ ଏହା ଅନୁଭବ ହେଉଛି କି ଯେ ଆପଣ ଆପଣଙ୍କ ଅପରାଧରୁ ଆଉ ବାହାରି ପାରିବେ ନାହିଁ ? ଆପଣଙ୍କର ପାପଗୁଡ଼ିକର କ୍ଷମା ପ୍ରାପ୍ତି ଉପଲବ୍ଧ ଅଛି, ଯଦି ଆପଣ ଆପଣଙ୍କର ତ୍ରାଣକର୍ତ୍ତା ଭାବରେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ ସ୍ଥାପନ କରିବେ | ଏଫିସୀୟ ୧:୭ କୁହେ, "ତାହାଙ୍କ ଅନୁଗ୍ରହ ରୂପ ନିଧି ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କଠାରେ ତାହାଙ୍କ ରକ୍ତ ଦ୍ବାରା ମୁକ୍ତି, ଅର୍ଥାତ୍, ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛୁ" | ଯୀଶୁ ଆମ ପାଇଁ ଆମର ବାକି ସବୁ ପରିଶୋଧ କରିସାରିଛନ୍ତି, ଯେଉଁଥିରୁ ଆମେ କ୍ଷମା ପ୍ରାପ୍ତ ହୋଇପାରିବା | ଆପଣଙ୍କୁ କେବଳ ଏହା କରିବାକୁ ହେବ ଯେ, ଆପଣଙ୍କର ପାପ ପାଇଁ ଯୀଶୁ ପାଉଣା ପରିଶୋଧ ରୂପରେ ମୃତ୍ୟୁ ବରଣ କରିଛନ୍ତି, ଏହି କଥାକୁ ବିଶ୍ବାସ କରି, ଆପଣ ଈଶ୍ବରଙ୍କଠାରୁ କ୍ଷମା ଭିକ୍ଷା କରିବେ ଏବଂ ସେ ଆପଣଙ୍କୁ କ୍ଷମା କରିଦେବେ | ଯୋହନ ୩:୧୬ – ୧୭ ରେ ଏହି ସୁନ୍ଦର ବାର୍ତ୍ତାଟି ରହିଅଛି, "କାରନ ଈଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ବିତୀୟ ପୁପ୍ତ୍ରଙ୍କୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ବାସ କରେ, ସେ ବିନିଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ | ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ବର ଆପଣା ପୁତ୍ରଙ୍କୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ବାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ" |
କ୍ଷମା ପ୍ରାପ୍ତି ଏହା କ’ଣ ପ୍ରକୃତରେ ଏତେ ସହଜ ?
ହଁ, ଏହା ସେତିକି ସହଜ | ଆପଣ ଈଶ୍ବରଙ୍କରୁ କ୍ଷମା ପ୍ରାପ୍ତି ଆମଦନୀ କରିପାରିବେ ନାହିଁ | ଈଶ୍ବରଙ୍କଠାରୁ ଆପଣଙ୍କର କ୍ଷମା ପ୍ରାପ୍ତି ପାଇଁ ଆପଣ ପାଉଣା ଦେଇ ପାରିବେ ନାହିଁ | ଆପଣ ତାହାକୁ କେବଳ ଈଶ୍ବରଙ୍କ ଅନୁଗ୍ରହ ଓ ଦୟା ମାଧ୍ୟମରେ, ବିଶ୍ବାସ ଦ୍ବାର ହିଁ ଗ୍ରହଣ କରିପାରିବେ | ଯଦି ଆପଣ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣଙ୍କର ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବାକୁ ଏବଂ ଈଶ୍ବରଙ୍କଠାରୁ କ୍ଷମା ପ୍ରାପ୍ତି, ପ୍ରାପ୍ତ କରିବାକୁ ଇଚ୍ଛା କରନ୍ତି, ଏଇ ନିଅନ୍ତୁ ଗୋଟିଏ ପ୍ରାର୍ଥନା ଯାହା ଆପଣ କରିପାରିବେ | ଏହି ପ୍ରାର୍ଥନା କିମ୍ବା ଅନ୍ୟ କୌଣସି ପ୍ରାର୍ଥନା ଆପଣଙ୍କୁ ଉଦ୍ଧାର କରିପାରିବ ନାହିଁ | କେବଳ ଖ୍ରୀଷ୍ଟଙ୍କ ଉପରେ ବିଶ୍ବାସ ହିଁ ଆପଣଙ୍କୁ ପାପର କ୍ଷମା ପ୍ରାପ୍ତି କରାଇ ପାରିବ | ଈଶ୍ବରଙ୍କଠାରେ ଆପଣଙ୍କର ବିଶ୍ବାସର ଅଭିବ୍ୟକ୍ତ ଏବଂ ଆପଣଙ୍କର ପରିତ୍ରାଣ ନିମନ୍ତେ ତାଙ୍କୁ ଧନ୍ୟବାଦ ଦେବା ପାଇଁ ଏହି ପ୍ରାର୍ଥନା ଏକ ସାଧାରଣ ମାର୍ଗ ମାତ୍ର | "ହେ ଈଶ୍ବର ! ମୁଁ ଜାଣେ ଯେ ମୁଁ ଆପଣଙ୍କୁ ବିରୁଦ୍ଧରେ ପାପ କରିଅଛି ଓ ମୁଁ ଦଣ୍ଡ ପାଇବାର ଯୋଗ୍ୟ ଅଟେ | କିନ୍ତୁ ମୁଁ ଯେଉଁ ଦଣ୍ଡ ପାଇବାର ଥିଲା ତାହା ଯୀଶୁ ଖ୍ରୀଷ୍ଟ ନେଇଯାଇଛନ୍ତି | ତେଣୁକରି, ତାଙ୍କଠାରେ ଥିବା ମୋର ବିଶ୍ବାସ କାରଣରୁ ମୁଁ କ୍ଷମା ପ୍ରାପ୍ତ ହେବି | ମୋର ପରିତ୍ରାଣ ପାଇଁ ମୁଁ ଆପଣଙ୍କଠାରେ ମୋର ବିଶ୍ବାସ ସ୍ଥାପନ କରିଛି | ଆପଣଙ୍କର ସୁନ୍ଦର ଅନୁଗ୍ରହ ଓ କ୍ଷମାଶୀଳତା ପାଇଁ, ଯାହା ଅନନ୍ତ ଜୀବନର ଉପହାର ଅଟେ, ଆପଣଙ୍କୁ ଧନ୍ୟବାଦ ! ଆମେନ୍" !
ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି ? ଦୟାକରି ନିମ୍ନରେ ଥିବା "ମୁଁ ଆଜି ଖ୍ରୀଷ୍ଟଙ୍କୁ ଗ୍ରହଣ କଲି" ବୋତାମକୁ କ୍ଲିକ୍ କରନ୍ତୁ
ପ୍ରଶ୍ନ: ଯୀଶୁଙ୍କୁ ଆପଣଙ୍କର ବ୍ୟକ୍ତିଗତ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିବାର ଅର୍ଥ କ’ଣ ଅଟେ ?
ଉତ୍ତର:
ଯୀଶୁଙ୍କୁ ଆପଣଙ୍କର ବ୍ୟକ୍ତିଗତ ତ୍ରାଣକର୍ତ୍ତା ଭାବରେ ଆପଣ କେବେ ଗ୍ରହଣ କରିଛନ୍ତି କି ? ଆପଣ ଉତ୍ତର ଦେବା ପୂର୍ବରୁ, ମୋତେ ପ୍ରଶ୍ନଟିକୁ ବ୍ୟାଖ୍ୟା କରିବାକୁ ଦିଅନ୍ତୁ | ଏହି ପ୍ରଶ୍ନକୁ ସଠିକ୍ ଭାବରେ ବୁଝିବାକୁ ହେଲେ, ପ୍ରଥମେ ଆପଣଙ୍କୁ "ଯୀଶୁ ଖ୍ରୀଷ୍ଟ", "ବ୍ୟକ୍ତିଗତ" ଏବଂ "ତ୍ରାଣକର୍ତ୍ତା"କୁ ସଠିକ୍ ଭାବରେ ବୁଝିବାକୁ ପଡ଼ିବ |
ଯୀଶୁଖ୍ରୀଷ୍ଟ କିଏ ? ଅନେକ ଲୋକ ଯୀଶୁ ଖ୍ରୀଷ୍ଟଙ୍କୁ ଜଣେ ଭଲ ଲୋକ, ଉତ୍ତମ ଶିକ୍ଷକ କିମ୍ବା ଈଶ୍ବରଙ୍କର ଜଣେ ପ୍ରବକ୍ତା ଭାବରେ ମଧ୍ୟ ସ୍ବୀକାର କରିଥା’ନ୍ତି | ଯୀଶୁଙ୍କଠାରେ ଏହି ସବୁ ଜିନିଷ ନିଶ୍ଚିତ ଭାବରେ ସତ୍ୟ ଅଟେ, କିନ୍ତୁ ସେଗୁଡ଼ିକ ପ୍ରକୃତରେ ଯୀଶୁ କିଏ ତାହା ବ୍ୟାଖ୍ୟା କରେ ନାହିଁ | ବାଇବଲ ଆମକୁ କୁହେ ଯେ ଯୀଶୁ, ରକ୍ତ, ମାଂସରେ ଥିବା ଈଶ୍ବର, ଈଶ୍ବର ଜଣେ ମନୁଷ୍ୟରେ ପରିବର୍ତ୍ତିତ ହୋଇଛନ୍ତି (ଯୋହନ ୧:୧, ୧୪ ଦେଖନ୍ତୁ) | ଈଶ୍ବର ପୃଥିବୀକୁ ଆସିଥିଲେ ଆମକୁ ଶିକ୍ଷା ଦେବାକୁ, ଆମକୁ ଉପଶମ କରିବାକୁ, ଆମକୁ ସଂଶୋଧନ କରିବାକୁ, ଆମକୁ କ୍ଷମା କରିବାକୁ – ଏବଂ ଆମ ପାଇଁ ମୃତ୍ୟୁ ବରଣ କରିବାକୁ ! ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ଈଶ୍ବର, ସୃଷ୍ଟିକର୍ତ୍ତା, ସର୍ବୋଚ୍ଚ ଈଶ୍ବର | ଆପଣ ଏହି ଯୀଶୁଙ୍କୁ ଗ୍ରହଣ କରିଛନ୍ତି କି ?
ଗୋଟିଏ ତ୍ରାଣକର୍ତ୍ତା କ’ଣ ଏବଂ ଆମେ କାହିଁକି ଜଣେ ତ୍ରାଣକର୍ତ୍ତାଙ୍କର ଆବଶ୍ୟକ କରିଥାଉ ? ବାଇବଲ ଆମକୁ କୁହେ ଯେ ଆମେ ସମସ୍ତେ ପାପ କରିଅଛୁ, ଆମେ ସମସ୍ତେ ଅପ୍ରୀତିକର କାର୍ଯ୍ୟ କରିଅଛୁ (ରୋମୀୟ ୩:୧୦-୧୮) | ଆମର ପାପର ପରିଣାମରେ, ଆମେମାନେ ଈଶ୍ବରଙ୍କର କ୍ରୋଧ ଏବଂ ବିଚାରର ଯୋଗ୍ୟ ଅଟୁ | ଅଶେଷ ଓ ଅନନ୍ତ ଈଶ୍ବରଙ୍କ ବିରୁଦ୍ଧରେ ଆମେ କରିଥିବା ପାପର ଶାସ୍ତି ହେଉଛି ଗୋଟିଏ ଅନନ୍ତ ଦଣ୍ଡ (ରୋମୀଯ ୬:୨୩; ପ୍ରକାଶିତ ବାକ୍ୟ ୨୦:୧୧-୧୫) | ସେଥିପାଇଁ ଆମେ ଜଣେ ତ୍ରାଣକର୍ତ୍ତାଙ୍କର ଆବଶ୍ୟକତା କରିଥାଉ |
ଯୀଶୁ ଖ୍ରୀଷ୍ଟ ପୃଥିବୀପୃଷ୍ଠକୁ ଆସି ଆମ ଗହଣରେ, ଆମ ସ୍ଥାନରେ ମୃତ୍ୟୁ ବରଣ କରିଥିଲେ | ଯୀଶୁଙ୍କର ମୃତ୍ୟୁ, ଯେହେତୁ ଈଶ୍ବର ମାନବ ଶରୀରରେ ଥିଲେ, ହେଉଛି ଆମ ପାପଗୁଡ଼ିକ ପାଇଁ ବିଶାଳ ପାଉଣା (୨ କରିନ୍ଥୀୟ ୫:୨୧) | ଯୀଶୁ ଆମ ପାପର ପାଉଣା ପରିଶୋଧ କରିବା ପାଇଁ ମୃତ୍ୟୁ ବରଣ କରିଥିଲେ (ରୋମୀୟ ୫:୮) | ଯୀଶୁ ପାଉଣା ଦେଇଥିଲେ, ତେଣୁକରି ଆମକୁ ଆଉ ଦେବାକୁ ପଡ଼ିବ ନାହିଁ | ଯୀଶୁଙ୍କର ପୁନରୁତ୍ଥାନ ପ୍ରମାଣିତ କରିଛି ଯେ, ତାଙ୍କ ମୃତ୍ୟୁ, ଆମ ପାପଗୁଡ଼ିକର ପାଉଣା ପରିଶୋଧ କରିବା ପାଇଁ ଯଥେଷ୍ଟ ଅଟେ | ସେଥିପାଇଁ ଯୀଶୁ ହେଉଛନ୍ତି କେବଳ ଓ ଏକମାତ୍ର ତ୍ରାଣକର୍ତ୍ତା (ଯୋହନ ୧୪:୬; ପ୍ରେରିତ ୪:୧୨) | ଆପଣଙ୍କର ତ୍ରାଣକର୍ତ୍ତା ଭାବରେ ଆପଣ ଯୀଶୁଙ୍କୁ ବିଶ୍ବାସ କରନ୍ତି କି ?
ଯୀଶୁ ଆପଣଙ୍କର "ବ୍ୟକ୍ତିଗତ" ତ୍ରାଣକର୍ତ୍ତା କି ? ଅନେକ ଲୋକ, ଖ୍ରୀଷ୍ଟ ଧର୍ମକୁ, ଗୀର୍ଜାରେ ଉପସ୍ଥିତ ହେବା, ନୀତି ପାଳନ କରିବା, କୌଣସି ନିର୍ଦିଷ୍ଟ ପାପ ନକରିବା, ଭାବରେ ବୁଝିଥା’ନ୍ତି | ତାହା ଖ୍ରୀଷ୍ଟ ଧର୍ମ ନୁହେଁ | ପ୍ରକୃତ ଖ୍ରୀଷ୍ଟ ଧର୍ମ ହେଉଛି ଯୀଶୁ ଖ୍ରୀଷ୍ଟଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରିବା | ଯୀଶୁଙ୍କୁ ଆପଣଙ୍କର ବ୍ୟକ୍ତିଗତ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିବାର ଅର୍ଥ ହେଉଛି ଆପଣଙ୍କର ନିଜର ବ୍ୟକ୍ତିଗତ ବିଶ୍ବାସକୁ ତାଙ୍କଠାରେ ସ୍ଥାପନ କରିବା ଏବଂ ତାଙ୍କୁ ବିଶ୍ବାସ କରିବା | ଅନ୍ୟମାନଙ୍କ ବିଶ୍ବାସରେ କେହି ହେଲେ ଉଦ୍ଧାର ପାଇନାହାନ୍ତି | ନିର୍ଦିଷ୍ଟ କିଛି କାର୍ଯ୍ୟ କରି କେହି ହେଲେ କ୍ଷମା ପ୍ରାପ୍ତ କରିନାହାନ୍ତି | ଉଦ୍ଧାର ପ୍ରାପ୍ତି ନିମନ୍ତେ କେବଳ ଗୋଟିଏ ମାତ୍ର ମାର୍ଗ ହେଉଛି, ବ୍ୟକ୍ତିଗତ ଭାବରେ ଯୀଶୁଙ୍କୁ ନିଜର ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିବା, ତାଙ୍କ ମୃତ୍ୟୁ, ଆପଣଙ୍କର ପାପଗୁଡ଼ିକର ପାଉଣା ବୋଲି ବିଶ୍ବାସ କରିବା, ଏବଂ ତାଙ୍କର ପୁନରୁତ୍ଥାନ ହେଉଛି ଆପଣଙ୍କ ଅନନ୍ତ ଜୀବନର ପ୍ରତିଶ୍ରୁତି (ଯୋହନ ୩:୧୬) | ଯୀଶୁ ଆପଣଙ୍କର ବ୍ୟକ୍ତିଗତ ତ୍ରାଣକର୍ତ୍ତା କି ?
ଯଦି ଆପଣ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣଙ୍କର ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବାକୁ ଇଚ୍ଛା କରନ୍ତି, ଏଇ ନିଅନ୍ତୁ ଗୋଟିଏ ସରଳ ପ୍ରାର୍ଥନା | ମନେରଖନ୍ତୁ, ଏହି ପ୍ରାର୍ଥନା କିମ୍ବା ଅନ୍ୟ କୌଣସି ପ୍ରାର୍ଥନା ଆପଣଙ୍କୁ ଉଦ୍ଧାର କରିବ ନାହିଁ | କେବଳ ଖ୍ରୀଷ୍ଟଙ୍କ ଉପରେ ବିଶ୍ବାସ ହିଁ ଆପଣଙ୍କୁ ପାପରୁ ଉଦ୍ଧାର କରିପାରିବ | ଈଶ୍ବରଙ୍କଠାରେ ଆପଣଙ୍କର ବିଶ୍ବାସର ଅଭିବ୍ୟକ୍ତ ଏବଂ ଆପଣଙ୍କର ପରିତ୍ରାଣ ନିମନ୍ତେ ତାଙ୍କୁ ଧନ୍ୟବାଦ ଦେବା ପାଇଁ ଏହି ପ୍ରାର୍ଥନା ଏକ ସାଧାରଣ ମାର୍ଗ ମାତ୍ର | "ହେ ଈଶ୍ବର ! ମୁଁ ଜାଣେ ଯେ ମୁଁ ଆପଣଙ୍କୁ ବିରୁଦ୍ଧରେ ପାପ କରିଅଛି ଓ ମୁଁ ଦଣ୍ଡ ପାଇବାର ଯୋଗ୍ୟ ଅଟେ | କିନ୍ତୁ ମୁଁ ଯେଉଁ ଦଣ୍ଡ ପାଇବାର ଥିଲା ତାହା ଯୀଶୁ ଖ୍ରୀଷ୍ଟ ନେଇଯାଇଛନ୍ତି | ତେଣୁକରି, ତାଙ୍କଠାରେ ଥିବା ମୋର ବିଶ୍ବାସ କାରଣରୁ ମୁଁ କ୍ଷମା ପ୍ରାପ୍ତ ହେବି | ମୋର ପରିତ୍ରାଣ ପାଇଁ ମୁଁ ଆପଣଙ୍କଠାରେ ମୋର ବିଶ୍ବାସ ସ୍ଥାପନ କରିଛି | ଆପଣଙ୍କର ସୁନ୍ଦର ଅନୁଗ୍ରହ ଓ କ୍ଷମାଶୀଳତା ପାଇଁ, ଯାହା ଅନନ୍ତ ଜୀବନର ଉପହାର ଅଟେ, ଆପଣଙ୍କୁ ଧନ୍ୟବାଦ ! ଆମେନ୍" !
ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି ? ଦୟାକରି ନିମ୍ନରେ ଥିବା "ମୁଁ ଆଜି ଖ୍ରୀଷ୍ଟଙ୍କୁ ଗ୍ରହଣ କଲି" ବୋତାମକୁ କ୍ଲିକ୍ କରନ୍ତୁ
ପ୍ରଶ୍ନ: ପରିତ୍ରାଣର ଯୋଜନା/ମାର୍ଗ କ’ଣ ଅଟେ ?
ଉତ୍ତର:
ଆପଣଙ୍କୁ ଭୋକ ଲାଗୁଛି କି ? ଶାରୀରିକ ଭୋକ ନୁହେଁ, କିନ୍ତୁ ଆପଣଙ୍କର ଜୀବନରୁ ଆହୁରି କିଛି ଅଧିକ ପାଇବାର ଭୋକ ଅଛି କି ? ଆପଣଙ୍କ ଭିତରେ ଏପରି କିଛି ଅଛି କି, ଯିଏ କେବେ ବି ସନ୍ତୁଷ୍ଟ ହୁଏ ନାହିଁ ? ଯଦି ତାହା, ତେବେ ଯୀଶୁ ହେଉଛନ୍ତି ମାର୍ଗ ! ସେଥିରେ ଯୀଶୁ ସେମାନଙ୍କୁ କହିଲେ, "ମୁଁ ସେହି ଜୀବନଦାୟକ ଆହାର; ଯେ ମୋ ନିକଟକୁ ଆସେ, ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋ’ଠାରେ ବିଶ୍ବାସ କରେ, ସେ କଦାପି ତୃଷିତ ହେବ ନାହିଁ" (ଯୋହନ ୬:୩୫) |
ଆପଣ ବିଚଳିତ କି ? ଆପଣ ଜୀବନରେ ଆଦୌ ରାସ୍ତା କିମ୍ବା ଉଦ୍ଯେଶ୍ୟ ପାଇପାରୁ ନାହାନ୍ତି କି ? କେହି ଜଣେ ଆଲୁଅ ବନ୍ଦ କରିଦେଇଛି ଏବଂ ଆପଣ ସୁଇଚ ପାଉନାହାନ୍ତି, ଏପରି ଲାଗୁଛି କି ? ଯଦି ତାହା, ତେବେ ଯୀଶୁ ହେଉଛନ୍ତି ମାର୍ଗ ! ଯୀଶୁ ପୁନର୍ବାର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ "ମୁଁ ଜଗତର ଜ୍ୟୋତିଃ; ଯେ ମୋହର ଅନୁଗମନ କରେ, ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତିଃ ପାଇବ" (ଯୋହନ ୮:୧୨) |
ଜୀବନରେ ଆପଣ ବନ୍ଧି ହେବା ପରି ଅନୁଭବ କରୁଛନ୍ତି କି ? ଆପଣ ବହୁତ ଦ୍ବାର ଖୋଲିବାକୁ ଚେଷ୍ଟା କରିଛନ୍ତି, କେବଳ ଏହା ଜାଣିବା ପାଇଁ ଯେ ସେଗୁଡ଼ିକ ପଛରେ କ’ଣ ଅଛି, ସେଗୁଡ଼ିକ ଖାଲି ଏବଂ ଅର୍ଥହୀନ ଅଟେ କି ? ଆପଣ ଗୋଟିଏ ପରିପୂର୍ଣ ଜୀବନରେ ପ୍ରବେଶ କରିବାକୁ ଚହୁଁଛନ୍ତି କି ? ଯଦି ତାହା, ତେବେ ଯୀଶୁ ହେଉଛନ୍ତି ମାର୍ଗ ! ଯୀଶୁ କହିଲେ, "ମୁଁ ଦ୍ବାର, ଯଦି କେହି ମୋ’ଦେଇ ପ୍ରବେଶ କରେ, ତାହାହେଲେ ସେ ରକ୍ଷା ପାଇବ ଏବଂ ଭିତରକୁ ଆସି ଓ ବାହାରକୁ ଯାଇ ଚରାପାଇବ" (ଯୋହନ ୧୦:୯) |
ଅନ୍ୟ ଲୋକମାନେ ସର୍ବଦା ଆପଣଙ୍କୁ ତଳକୁ ଖସାଇଥା’ନ୍ତି କି ? ଆପଣଙ୍କର ସମ୍ପର୍କଗୁଡ଼ିକ ତୁଚ୍ଛ ଓ ଖାଲି ହୋଇଯାଉଛି କି ? ସମସ୍ତେ ଆପଣଙ୍କଠାରୁ ଫାଇଦା ଉଠାଇବା ପରି ଲାଗୁଛି କି ? ଯଦି ତାହା, ତେବେ ଯୀଶୁ ହେଉଛନ୍ତି ମାର୍ଗ ! ଯୀଶୁ କହିଲେ, "ମୁଁ ଉତ୍ତମ ମେଷପାଳକ, ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ ; ମୁଁ ଉତ୍ତମ ମେଷପାଳକ, ପିତା ଯେପରି ମୋତେ ଜାଣନ୍ତି ଓ ମୁଁ ପିତାଙ୍କୁ ଜାଣେ" (ଯୋହନ ୧୦:୧୧, ୧୪) |
ଏହି ଜୀବନ ପରେ କ’ଣ ହେବ ଆପଣ ଚିନ୍ତା କରୁଛନ୍ତି କି ? ଆପଣଙ୍କ ଜୀବନରେ କେବଳ ନଷ୍ଟ ଓ କଳଙ୍କି ଲଗା ଜିନିଷ ବ୍ୟବହାର କରି ଥକି ଗଲେଣି କି ? ଏହି ଜୀବନର କୌଣସି ଅର୍ଥ ଅଛି କି ନାହିଁ, ତାହା ପାଇଁ ଆପଣ ମଝିରେ ମଝିରେ ସନ୍ଦେହ କରୁଛନ୍ତି କି ? ଆପଣ, ଆପଣଙ୍କ ମୃତ୍ୟୁ ପରେ ମଧ୍ୟ ବଞ୍ଚିବାକୁ ଚାହୁଁଛନ୍ତି କି ? ଯଦି ତାହା, ତେବେ ଯୀଶୁ ହେଉଛନ୍ତି ମାର୍ଗ ! ଯୀଶୁ ତାଙ୍କୁ କହିଲେ, "ମୁଁ ପୁନରୁତ୍ଥାନ ଓ ଜୀବନ, ଯେ ମୋ’ଠାରେ ବିଶ୍ବାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ ; ପୁଣି ଯେ କେହି ବଞ୍ଚେ ଓ ମୋ’ଠାରେ ବିଶ୍ବାସ କରେ, ସେ କଦାପି କେବେ ହେଁ ମରିବ ନାହିଁ" (ଯୋହନ ୧୧:୨୫ – ୨୬) |
ମାର୍ଗ କ’ଣ ଅତେ ? ସତ୍ୟ କ’ଣ ଅଟେ ? ଜୀବନ କ’ଣ ଅଟେ ? ଯୀଶୁ ତାଙ୍କୁ କହିଲେ "ମୁଁ ପଥ, ସତ୍ୟ ଓ ଜୀବନ; ମୋ’ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ" (ଯୋହନ ୧୪:୬) |
ଯେଉଁ ଭୋକ ଆପଣ ଅନୁଭବ କରୁଛନ୍ତି ତାହା ହେଉଛି ଗୋଟିଏ ଆତ୍ମିକ ଭୋକ ଏବଂ ତାହା କେବଳ ଯୀଶୁଙ୍କ ଦ୍ବାରା ହିଁ ପୂର୍ଣ ହୋଇପାରିବ | ଯୀଶୁ ହେଉଛନ୍ତି କେବଳ ଜଣେ ମାତ୍ର ଯିଏ ଅନ୍ଧକାରକୁ ଦୂର କରିପାରିବେ | ଗୋଟିଏ ସନ୍ତୋଷଜନକ ଜୀବନର, ଯୀଶୁ ହେଉଛନ୍ତି ଦ୍ବାର | ଯୀଶୁ ହେଉଛନ୍ତି ବନ୍ଧୁ ଓ ମେଷପାଳକ ଯାହାଙ୍କୁ ଆପଣ ଖୋଜୁଥିଲେ | ଯୀଶୁ ହେଉଛନ୍ତି ଜୀବନ – ଏହି ବିଶ୍ବର ଏବଂ ତାହା ପରର ମଧ୍ୟ | ଯୀଶୁ ହେଉଛନ୍ତି ପରିତ୍ରାଣର ମାର୍ଗ |
ଆପଣ ଭୋକିଲା ଅନୁଭବ କରୁଥିବାର କାରଣ, ଆପଣ ଅନ୍ଧାରରେ ହଜିଯିବା ପରି ଅନୁଭବ କରୁଥିବାର କାରଣ, ଆପଣ ଜୀବନର ଅର୍ଥ ପାଉନଥିବାର କାରଣ, ହେଉଛି ଯେ ଆପଣ ଈଶ୍ବରଙ୍କଠାରୁ ଅଲଗା ହୋଇଯାଇଛନ୍ତି | ବାଇବଲ ଆମକୁ କୁହେ ଯେ ଆମେ ସମସ୍ତେ ପାପ କରିଛେ, ଏବଂ ସେଥିପାଇଁ ଈଶ୍ବରଙ୍କଠାରୁ ଅଲଗା ହୋଇଛେ (ଉପଦେଶକ ୭:୨୦; ରୋମୀୟ ୩:୨୩) | ଆପଣ ଆପଣଙ୍କ ହୃଦୟରେ ଯେଉଁ ଶୁନ୍ୟତା ଅନୁଭବ କରୁଛନ୍ତି ତାହାର କାରଣ ହେଉଛି ଯେ, ଈଶ୍ବର ଆପଣଙ୍କ ଜୀବନରୁ ହଜି ଯାଇଛନ୍ତି | ଆମେ ଈଶ୍ବରଙ୍କ ସହିତ ଏକ ମଧୁର ସମ୍ପର୍କ ରଖିବା ପାଇଁ ସୃଷ୍ଟି ହୋଇଛେ | ଆମର ପାପ କାରଣରୁ ଆମେ ସେହି ସମ୍ପର୍କଠାରୁ ଦୁରେଇ ଯାଇଛେ | ଆହୁରି ମଧ୍ୟ ଦୁର୍ଭାଗ୍ୟର କଥା ଯେ, ଈଶ୍ବରଙ୍କଠାରୁ ସଦାସର୍ବଦା, ଏହି ଜୀବନରେ ଓ ପରବର୍ତ୍ତୀ ଜୀବନରେ ମଧ୍ୟ, ଦୁରେଇ ଯିବା ପାଇଁ ଆମର ପାପ ହିଁ କାରଣ ହେବ (ରୋମୀୟ ୬:୨୩; ଯୋହନ ୩:୩୬) |
ଏହି ସମସ୍ୟାର ସମାଧାନ କିପରି ହେବ ? ଯୀଶୁ ହିଁ ମାର୍ଗ | ଯୀଶୁ ଆମର ପାପକୁ ତାଙ୍କ ଉପରେ ନେଇଯାଇଥିଲେ (୨ କରିନ୍ଥୀୟ ୫:୨୧) | ଆମେ ପାଇବା ଯୋଗ୍ୟ ଦଣ୍ଡକୁ ନିଜ ଉପରେ ନେଇ, ଯୀଶୁ ଆମ ନିମନ୍ତେ ମୃତ୍ୟୁଭୋଗ କଲେ (ରୋମୀୟ ୫:୮) | ତିନିଦିନ ପରେ, ପାପ ଓ ମୃତ୍ୟୁ ଉପରେ ତାଙ୍କର ବିଜୟକୁ ପ୍ରମାଣିତ କରି, ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହେଲେ (ରୋମୀୟ ୬:୪ – ୫) | ସେ ଏପରି କାହିଁକି କଲେ ? ଏହାର ଉତ୍ତର ଯୀଶୁ ନିଜେ ହିଁ ଦେଇଛନ୍ତି, "ଆପଣା ବନ୍ଧୁମାନଙ୍କ ନିମନ୍ତେ ନିଜ ପ୍ରାଣ ଦାନ କରିବା ଅପେକ୍ଷା କାହାରି ଆଉ ଅଧିକ ଶ୍ରେଷ୍ଠ ପ୍ରେମ ନାହିଁ (ଯୋହନ ୧୫:୧୩) | ଆମେ ବଞ୍ଚିବା, ସେଥିପାଇଁ ଯୀଶୁ ମୃତ୍ୟୁବରଣ କଲେ | ଯଦି ଆମେ ଯୀଶୁଙ୍କଠାରେ ଆମ ବିଶ୍ବାସ ସ୍ଥାପନ କରିବା, ଆମ ପାପର ପାଉଣା ପରିଶୋଧ ନିମନ୍ତେ ତାଙ୍କ ମୃତ୍ୟୁକୁ ବିଶ୍ବାସ କରିବା, ତେବେ ଆମର ସମସ୍ତ ପାପର କ୍ଷମା ମିଳିଯିବ ଓ ସେସବୁ ଧୋଇ ହୋଇଯିବ | ତାହାପରେ ଯାଇ ଆମ ଆତ୍ମିକ ଭୋକକୁ ସନ୍ତୁଷ୍ଟି ମିଳିବ | ସମସ୍ତ ଆଲୋକ ପ୍ରଜ୍ବଳିତ ହୋଇଉଠିବ | ଆମେ ଏକ ପରିପୂର୍ଣ ଜୀବନ ପାଇବାରେ ସକ୍ଷମ ହୋଇପାରିବା | ଆମେ ଆମର ପ୍ରକୃତ ବନ୍ଧୁ ଓ ମେଷପାଳକଙ୍କୁ ଜାଣି ପାରିବା | ଆମେ ଜାଣି ପାରିବା ଯେ, ଆମେ ମୃତ୍ୟୁ ପରେ ଗୋଟିଏ ଜୀବନ ପାଇପାରିବା ବୋଲି – ଅନନ୍ତ କାଳ ପର୍ଯ୍ୟନ୍ତ ଯୀଶୁଙ୍କ ସହିତ ଏକ ପୁନରୁତ୍ଥିତ ଜୀବନ |
"କାରଣ ଈଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ବିତୀୟ ପୁତ୍ରକୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ବାସ କରେ, ସେ ବିନିଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ" (ଯୋହନ ୩:୧୬) |
ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି ? ଦୟାକରି ନିମ୍ନରେ ଥିବା "ମୁଁ ଆଜି ଖ୍ରୀଷ୍ଟଙ୍କୁ ଗ୍ରହଣ କଲି" ବୋତାମକୁ କ୍ଲିକ୍ କରନ୍ତୁ
ପ୍ରଶ୍ନ: ଗୋଟିଏ ଖ୍ରୀଷ୍ଟିୟାନ କ’ଣ ?
ଉତ୍ତର:
ୱେବଷ୍ଟର ଶବ୍ଦକୋଷ ଜଣେ ଖ୍ରୀଷ୍ଟିୟାନକୁ ଏହିପରି ଭାବରେ ବର୍ଣନା କରେ, "ଜଣେ ଲୋକ ଖ୍ରୀଷ୍ଟ ଭାବରେ ଯୀଶୁଙ୍କଠାରେ କିମ୍ବା ଧର୍ମ ଉପରେ ଯୀଶୁଙ୍କର ଶିକ୍ଷାକୁ ଭିତ୍ତି କରି ବିଶ୍ବାସ ଦାବି କରେ" | ଅନେକ ପାର୍ଥିବ ବ୍ୟାଖ୍ୟା ପରି, ଜଣେ ଖ୍ରୀଷ୍ଟିୟାନ କ’ଣ ବୁଝିବା ପାଇଁ ଏହା ଏକ ଉତ୍ତମ ଆରମ୍ଭ ହୋଇଥିବା ବେଳେ, ଗୋଟିଏ ଖ୍ରୀଷ୍ଟିୟାନର ଅର୍ଥ କ’ଣ, ବାଇବଲର ଏହି ସତ୍ୟତା ସହିତ ଯୋଗାଯୋଗ କରିବା ସମୟରେ, ଏହା ପ୍ରକୃତରେ ଧରାଶାୟୀ ହୋଇଯାଏ |
ନୂତନ ନିୟମରେ, ଖ୍ରୀଷ୍ଟିୟାନ ଶବ୍ଦ ତିନିଥର ବ୍ୟବହାର ହୋଇଛି (ପ୍ରେରିତ ୧୧:୨୬; ପ୍ରେରିତ ୨୬:୨୮; ୧ ପିତର ୪:୧୬) | ଯୀଶୁ ଖ୍ରୀଷ୍ଟଙ୍କ ଅନୁଚରମାନଙ୍କୁ, ଆନ୍ତିୟଖିଆରେ (ପ୍ରେରିତ ୧୧:୨୬) ପ୍ରଥମେ "ଖ୍ରୀଷ୍ଟିୟାନ" ଭାବରେ ଡକାଯାଉଥିଲା, କାରଣ ସେମାନଙ୍କର ବ୍ୟବହାର, ଚାଲି ଚଳନ ଏବଂ କଥାବାର୍ତ୍ତା ଠିକ୍ ଖ୍ରୀଷ୍ଟଙ୍କ ପରି ଥିଲା | ଖ୍ରୀଷ୍ଟିୟାନମାନଙ୍କ ଥଟ୍ଟା କରିବା ପାଇଁ, ଏହି ପ୍ରକାରର ଘୃଣାସୂଚକ ନାମ, ମୂଳତଃ ଆନ୍ତିୟଖିଆର ଉଦ୍ଧାର ପାଇ ନଥିବା ଲୋକମାନଙ୍କ ଦ୍ବାରା ବ୍ୟବହାର କରାଯାଉଥିକ୍ଲା | ଏହାର ସାହିତ୍ୟିକ ଅର୍ଥ ହେଉଛି "ଖ୍ରୀଷ୍ଟଙ୍କ ଦଳ ସହିତ ସମ୍ପର୍କ ଥିବା" କିମ୍ବା "ଖ୍ରୀଷ୍ଟଙ୍କର ଜଣେ ସମର୍ଥକ ବା ଅନୁଗାମୀ" ଅଟେ, ଏହା ୱେବଷ୍ଟର ଶବ୍ଦକୋଷ ବ୍ୟାଖ୍ୟା କରିଥିବା ଅର୍ଥ ସହିତ ସମାନ ଅଟେ |
ଦୁର୍ଭାଗ୍ୟବଶତଃ ସମୟାନୁସାରେ, "ଖ୍ରୀଷ୍ଟିୟାନ" ଶବ୍ଦଟି ତାହାର ଗୁରୁତ୍ବ ହରାଇ ବସିଲା ଏବଂ ଖ୍ରୀଷ୍ଟଙ୍କର ପ୍ରକୃତ ଅନୁଗାମୀ ପରିବର୍ତ୍ତେ, ବେଳେବେଳେ, କେହି ଜଣେ ଧାର୍ମିକ କିମ୍ବା ଉଚ୍ଚ ନୈତିକ ମୂଲ୍ୟ ଥିବା ଲୋକଙ୍କ ପାଖରେ ବ୍ୟବହାର କରାଗଲା | ଅନେକ ଲୋକ ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ବାସ କରୁ ନଥିଲେ, ସେମାନେ ନିଜକୁ ନିଜ ଖ୍ରୀଷ୍ଟିୟାନ ବୋଲି ସମ୍ବୋଧିତ କଲେ କାରଣ ସେମାନେ ମଣ୍ଡଳୀକୁ ଯାଉଥିଲେ କିମ୍ବା ଗୋଟିଏ "ଖ୍ରୀଷ୍ଟିୟାନ" ଦେଶରେ ବାସ କରୁଥିଲେ | କିନ୍ତୁ ମଣ୍ଡଳୀକୁ ଯିବା, ଆପଣଙ୍କଠାରୁ କମ ଭାବ୍ୟବାନ ଲୋକଙ୍କର ସେବା କରିବା କିମ୍ବା ଜେଣେ ଭଲ ଲୋକ ହେବା ଆପଣଙ୍କୁ ଖ୍ରୀଷ୍ଟିୟାନ କରିବ ନାହିଁ | ଯେପରି ଜେଣେ ଧର୍ମ ପ୍ରଚାରକ ଥରେ କହିଥିଲେ, "ଗୋଟିଏ ଗ୍ଯାରେଜକୁ ଯାଇ ଗୋଟିଏ ଅଟୋମୋବାଇଲ କରିବା ଅପେକ୍ଷା ମଣ୍ଡଳୀକୁ ଯିବା, ଜଣେଙ୍କୁ ଆଉ ଖ୍ରୀଷ୍ଟିୟାନ କରିବ ନାହିଁ" | ଗୋଟିଏ ମଣ୍ଡଳୀର ସଦସ୍ୟ ହେବା, ନିୟମିତ ଭାବରେ ସେବାରେ ଉପସ୍ଥିତ ହେବା ଏବଂ ମଣ୍ଡଳୀର କାର୍ଯ୍ୟ ସମାପନ କରିବା ଆପଣଙ୍କୁ ଜଣେ ଖ୍ରୀଷ୍ଟିୟାନ କରିପାରିବ ନାହିଁ |
ବାଇବଲ ଆମକୁ ଏହା ଶିକ୍ଷା ଦିଏ ଯେ, ଆମେ ଯେତେ ଭଲ କାମ କଲେ ସୁଦ୍ଧା ଈଶ୍ବରଙ୍କ ଦ୍ବାରା ଆମେ ଗ୍ର୍ହଣଯୋଗ୍ୟ ହୋଇପାରିବା ନାହିଁ | ତୀତସ୍ ୩:୫ ଆମକୁ କୁହେ ଯେ, "ସେତେବେଳେ ସେ ଆମ୍ଭମାନଙ୍କ କୃତ ଧର୍ମକର୍ମ ସକାଶେ ନୁହେଁ, ମାତ୍ର ଆପଣାର ଦୟାନୁସାରେ ପୁନର୍ଜନ୍ମର ପ୍ରକ୍ଷାଳନ ଓ ପବିତ୍ରଆତ୍ମାଙ୍କ ନୂତନୀକରଣ ଦ୍ବାରା ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି" | ତେଣୁ, ଜଣେ ଖ୍ରୀଷ୍ଟିୟାନ ହେଉଛନ୍ତି ସେହିଜଣେ ଯିଏ ଈଶ୍ବରଙ୍କ ଦ୍ବାରା ପୁନର୍ଜନ୍ମ ପ୍ରାପ୍ତ ହୋଇଛନ୍ତି (ଯୋହନ ୩:୩; ଯୋହନ ୩:୭; ୧ ପିତର ୧:୨୩) ଏବଂ ଯୀଶୁ ଖ୍ରୀଷ୍ଟଙ୍କଠାରେ ତାହାଙ୍କ ବିଶ୍ବାସ ସ୍ଥାପିତ କରିଛନ୍ତି | ଏଫିସୀୟ ୨:୮ ଆମକୁ କୁହେ ଯେ ଏହା ହେଉଛି, "…କାରଣ ଅନୁଗ୍ରହରେ ବିଶ୍ବାସ ଦ୍ବାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ; ତାହା ତୁମ୍ଭମାନଙ୍କ ନିଜଠାରୁ ହୋଇ ନାହିଁ, ତାହା ଈଶ୍ବରଙ୍କ ଦାନ" | ଜଣେ ପ୍ରକୃତ ଖ୍ରୀଷ୍ଟିୟାନ ହେଉଛି ସେହିଜଣେ ଯିଏ ତାହାର ପାପ ନିମନ୍ତେ ଅନୁତପ୍ତ ହୋଇ କେବଳ ଯୀଶୁଙ୍କଠାରେ ନିଜର ବିଶ୍ବାସ ସ୍ଥାପନ କରିଛି | ତାହାଙ୍କର ବିଶ୍ବାସ, କୌଣସି ଧର୍ମ, ନୈତିକ ନିୟମ କିମ୍ବା କ’ଣ କରିବେ ଓ କ’ଣ କରିବେ ନାହିଁ ର ତାଲିକାକୁ ଅନୁସରଣ କରେ ନାହିଁ |
ଜଣେ ପ୍ରକୃତ ଖ୍ରୀଷ୍ଟିୟାନ ହେଉଛନ୍ତି ଜଣେ ବ୍ୟକ୍ତି ଯିଏ ନିଜର ବିଶ୍ବାସକୁ ଯୀଶୁ ଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ବଠାରେ ସ୍ଥାପିତ କରିଛନ୍ତି ଏବଂ ସତ୍ୟତା ହେଉଛି ଯେ, ଯୀଶୁ ପାପ ପାଇଁ ପାଉଣା ସ୍ବରୂପ କୃଶ ଉପରେ ମୃତ୍ୟୁଭୋଗ କରିଥିଲେ ଏବଂ ସେ ତୃତୀୟ ଦିବସରେ ପୁନରୁତ୍ଥିତ ହୋଇ ମୃତ୍ୟୁ ଉପରେ ତାଙ୍କର ବିଜୟ ଦର୍ଶାଇ, ଯେଉଁମାନେ ତାଙ୍କଠାରେ ବିଶ୍ବାସ ସ୍ଥାପନ କରିଥିଲେ, ସେମାନଙ୍କୁ ଅନନ୍ତ ଜୀବନ ଦାନ କରିଥିଲେ | ଯୋହନ ୧:୧୨ ଆମକୁ କୁହେ ଯେ, "ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ବାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ବରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ" | ଜଣେ ପ୍ରକୃତ ଖ୍ରୀଷ୍ଟିୟାନ ନିଶ୍ଚିତରେ ହେଉଛି ଈଶ୍ବରଙ୍କ ସନ୍ତାନ, ଈଶ୍ବରଙ୍କ ସତ୍ୟ ପରିବାରର ଜଣେ ସଦସ୍ୟ, ଏବଂ ଜଣେ, ଯାହାଙ୍କୁ ଖ୍ରୀଷ୍ଟଙ୍କଠାରେ ନୂତନ ଜୀବନ ପ୍ରଦାନ କରାଯାଇଛି | ଜଣେ ପ୍ରକୃତ ଖ୍ରୀଷ୍ଟିୟାନର ଚିହ୍ନ ହେଉଛି, ଅନ୍ୟଙ୍କୁ ପ୍ରେମ କରିବା ଓ ଈଶ୍ବରଙ୍କ ବାକ୍ୟକୁ ଅକ୍ଷରେ ଅକ୍ଷରେ ପାଳନ କରିବା ( ୧ ଯୋହନ ୨:୪; ୧ ଯୋହନ ୨:୧୦) |
ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି ? ଦୟାକରି ନିମ୍ନରେ ଥିବା "ମୁଁ ଆଜି ଖ୍ରୀଷ୍ଟଙ୍କୁ ଗ୍ରହଣ କଲି" ବୋତାମକୁ କ୍ଲିକ୍ କରନ୍ତୁ
୧. ପରିତ୍ରାଣକୁ ଆପଣ ବୁଝିଛନ୍ତି, ତାହା ସୁନିଶ୍ଚିତ କରନ୍ତୁ |
୧ ଯୋହନ ୫:୧୩ ଆମକୁ କୁହେ, "ଈଶ୍ବରଙ୍କ ପୁତ୍ରଙ୍କ ନାମରେ ବିଶ୍ବାସ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଯେପରି ଜାଣ ଯେ, ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି" | ଈଶ୍ବର ଚାହନ୍ତି ଯେ ଆମେ ପରିତ୍ରାଣକୁ ବୁଝୁ | ଈଶ୍ବର ଚାହାନ୍ତି ଯେ, ଆତ୍ମବିଶ୍ବାସର ସହ, ଆମେ ଉଦ୍ଧାର ପାଇଛେ ବୋଲି ଆମେ ନିଶ୍ଚିତ ହେବା | ସଂକ୍ଷିପ୍ତରେ, ଆସନ୍ତୁ, ପରିତ୍ରାଣର ମୁଖ୍ୟ ବିଷୟବସ୍ତୁ ଉପରକୁ ଯିବା:
(କ) ସମସ୍ତେ ତ ପାପ କରିଅଛନ୍ତି, ପୁଣି ଈଶ୍ବରଙ୍କ ଗୌରବରହିତ ହୋଇଅଛନ୍ତି (ରୋମୀଯ ୩:୨୩) |
(ଖ) କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ବରଙ୍କ ଅନୁଗ୍ରହଦାନ ଆମ୍ଭମାନଙ୍କପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ (ଯୋହନ ୬:୨୩) |
(ଗ) ଯୀଶୁ କୃଶ ଉପରେ ଆମର ପାପ ନିମନ୍ତେ ମୃତ୍ୟୁ ଭୋଗ କଲେ (ଯୋହନ ୫:୮; ୨ କରିନ୍ଥିୟ ୫:୨୧) | ଆମେ ପାଇବାଯୋଗ୍ୟ ଦଣ୍ଡକୁ ନିଜେ ନେଇ, ସେ ଆମ ସ୍ଥାନରେ ମୃତ୍ୟୁଭୋଗ କଲେ | ତାଙ୍କର ପୁନରୁତ୍ଥାନ ପ୍ରମାଣିତ କରେ ଯେ ଯୀଶୁଙ୍କର ମୃତ୍ୟୁ ଆମ ପାପର ପାଉଣା ଦେବା ପାଇଁ ଯଥେଷ୍ଟ ଅଟେ |
(ଘ) ଯୀଶୁଙ୍କଠାରେ ନିଜର ବିଶ୍ବାସ ସ୍ଥାପନ କରିଥିବା – ତାଙ୍କ ମୃତ୍ୟୁକୁ ଆମ ପାପର ପାଉଣା ଭାବରେ ବିଶ୍ବାସ କରୁଥିବା ଲୋକମାନଙ୍କୁ ଈଶ୍ବର କ୍ଷମା ଓ ପରିତ୍ରାଣ ଦାନ କରିଥା’ନ୍ତି (ଯୋହନ ୩:୧୬; ରୋମୀୟ ୫:୧; ୮:୧) |
ତାହା ହେଉଛି ପରିତ୍ରାଣ ବାର୍ତ୍ତା ! ଆପଣଙ୍କର ତ୍ରାଣକର୍ତ୍ତା ଭାବରେ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ଯଦି ଆପଣ ଆପଣଙ୍କର ବିଶ୍ବାସ ସ୍ଥାପନ କରିଛନ୍ତି, ତେବେ ଆପଣ ଉଦ୍ଧାର ପ୍ରାପ୍ତ | ଆପଣଙ୍କର ସମସ୍ତ ପାପ କ୍ଷମା କରିଦିଆଯିବ, ଏବଂ ଈଶ୍ବର ଆପଣଙ୍କୁ ଆଦୌ ପରିତ୍ୟାଗ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥା’ନ୍ତି (ରୋମୀୟ ୮:୩୮ – ୩୯; ମାଥିଉ ୨୮:୨୦) | ମନେରଖନ୍ତୁ, ଆପଣଙ୍କର ପରିତ୍ରାଣ ଯୀଶୁ ଖ୍ରୀଷ୍ଟଙ୍କ ପାଖରେ ସୁରକ୍ଷିତ ଅଛି (ଯୋହନ ୧୦:୨୮ – ୨୯) | ଆପଣଙ୍କର ତ୍ରାଣକର୍ତ୍ତା ଭାବରେ ଯଦି ଆପଣ କେବଳ ଯୀଶୁଙ୍କ ଉପରେ ଭରଷା କରିଥା’ନ୍ତି, ଆପଣଙ୍କର ଦୃଢ଼ ବିଶ୍ବାସ ରହିବା ଦରକାର ଯେ ଆପଣ ସ୍ବର୍ଗରେ ଈଶ୍ବରଙ୍କ ସହିତ ଅନନ୍ତ କାଳ କଟାଇବେ |
୨. ଗୋଟିଏ ଉତ୍ତମ ମଣ୍ଡଳୀ (ଗୀର୍ଜା) ଖୋଜନ୍ତୁ ଯାହା ବାଇବଲ ଶିକ୍ଷା ଦେଉଥିବ |
ମଣ୍ଡଳୀକୁ ଗୋଟିଏ ଘର ଭାବରେ ଚିନ୍ତା କରନ୍ତୁ ନାହିଁ | ଲୋକମାନଙ୍କ ଗହଣକୁ ମଣ୍ଡଳୀ କୁହାଯାଏ | ଯୀଶୁ ଖ୍ରୀଷ୍ଟଙ୍କ ବିଶ୍ବାସୀମାନେ ନିଜ ନିଜ ଭିତରେ ବନ୍ଧୁତ୍ବପୂର୍ଣ ସମ୍ପର୍କ ରଖିବା ଅତ୍ୟନ୍ତ ଜରୁରୀ ଅଟେ | ମଣ୍ଡଳୀର ଉଦ୍ଯେଶ୍ୟମାନଙ୍କ ମଧ୍ୟରୁ ତାହା ହେଉଛି ମୁଖ୍ୟ ଉଦ୍ଯେଶ୍ୟ | ବର୍ତ୍ତମାନ ଯେତେବେଳେ ଆପଣ, ଯୀଶୁ ଖ୍ରୀଷ୍ଟ ଉପରେ ଆପଣଙ୍କର ବିଶ୍ବାସ ସ୍ଥାପନ କରିସାରିଛନ୍ତି, ଆପଣଙ୍କର ଅଞ୍ଚଳରେ ବାଇବଲ ବିଶ୍ବାସୀ ମଣ୍ଡଳୀ ଖୋଜି, ତାହାର ଧର୍ମଯାଜକଙ୍କ ସହିତ କଥା ହେବା ପାଇଁ ଆମେ ଆପଣଙ୍କୁ ଦୃଢ଼ ଭାବରେ ଉତ୍ସାହିତ କରିବୁ | ଯୀଶୁ ଖ୍ରୀଷ୍ଟଙ୍କ ଉପରେ ଆପଣଙ୍କର ନୂତନ ବିଶ୍ବାସ ସମ୍ପର୍କରେ ତାଙ୍କୁ ଜାଣିବାକୁ ଦିଅନ୍ତୁ |
ବାଇବଲ ଶିକ୍ଷା ଦେବା ହେଉଛି ମଣ୍ଡଳୀର ଦ୍ବିତୀୟ ଉଦ୍ଯେଶ୍ୟ | ଆପଣଙ୍କ ଜୀବନରେ ଈଶ୍ବରଙ୍କ ଆଦେଶକୁ କିପରି ଭାବରେ ଲାଗୁ କରିବେ ତାହା ଶିକ୍ଷା ଲାଭ କରିବେ | ଗୋଟିଏ ସଫଳ ଓ ଶକ୍ତିଶାଳୀ ଖ୍ରୀଷ୍ଟିଆନ ଜୀବନ ବଞ୍ଚିବାର ମୁଖ୍ୟ ଉଦ୍ଯେଶ୍ୟ ହେଉଛି ବାଇବଲକୁ ବିଝିବା | ୨ ତୀମଥି ୩:୧୬ – ୧୭ କୁହେ, "ସମସ୍ତ ଶାସ୍ତ୍ର ଈଶ୍ବରନିଶ୍ବସିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ | ଯେପରି ଈଶ୍ବରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ" |
ମଣ୍ଡଳୀର ତୃତୀୟ ଉଦ୍ଦେଶ୍ୟ ହେଉଛି ଆରାଧନା କରିବା | ଆରାଧନା ହେଉଛି, ଈଶ୍ବରଙ୍କୁ, ଯାହା ସବୁ ସେ ଆମମାନଙ୍କ ପାଇଁ କରିଛନ୍ତି, ସେଥିପାଇଁ ଧନ୍ୟବାଦ ଦେବା | ଈଶ୍ବର ଆମକୁ ଉଦ୍ଧାର କରିଛନ୍ତି | ଈଶ୍ବର ଆମକୁ ପ୍ରେମ କରୁଛନ୍ତି, ଈଶ୍ବର ଆମ ପାଇଁ ଯୋଗାଇ ଦେଉଛନ୍ତି ଏବଂ ଆମକୁ ନିର୍ଦେଶିତ କରୁଛନ୍ତି | ଆମେ କିପରି ଭାବରେ ତାଙ୍କୁ ଧନ୍ୟବାଦ ନଦେବା ? ଈଶ୍ବର ହେଉଛନ୍ତି ପବିତ୍ର, ସଚ୍ଚରିତ୍ର, ଦୟାଳୁ ଏବଂ ଅନୁଗ୍ରହରେ ପରିପୂର୍ଣ | ପ୍ରକାଶିତ ବାକ୍ୟ ୪:୧୧ ଏହା କୁହେ ଯେ, "ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ବର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ସୁଭାଜନ ଅଟ, ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ ସେହିସବୁ ସତ୍ତ୍ବ ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି" |
୩. ପ୍ରତ୍ୟେକ ଦିନ ଈଶ୍ବରଙ୍କ ବିଷୟରେ ଚିନ୍ତା କରିବାକୁ ସମୟ କାଢ଼ି ରଖନ୍ତୁ |
ପ୍ରତ୍ୟେକଦିନ ଈଶ୍ବରଙ୍କ ବିଷୟରେ ଚିନ୍ତା କରି ସମୟ ଅତିବାହିତ କରିବା ଆମ ନିମନ୍ତେ ଜରୁରୀ ଅଟେ | କେତେଜଣ ଏହକୁ "ନୀରବ ସମୟ" କୁହନ୍ତି | ଆନ୍ୟମାନେ ଏହାକୁ "ଭକ୍ତି" କହିଥା’ନ୍ତି, କାରଣ ଏହା ହିଁ ସମୟ ଯେତେବେଳେ ଆମେ ଆମ ନିଜକୁ ଈଶ୍ବରଙ୍କ ପାଖରେ ଉତ୍ସର୍ଗ କରିତାଉ | କିଛି ଲୋକ ସକାଳବେଳରେ ସମୟ କାଢ଼ିଥିବା ବେଳେ ଅନ୍ୟମାନେ ସଂନ୍ଧ୍ୟାବେଳେ ସମୟ କାଢ଼ିଥା’ନ୍ତି | ଏହି ସମୟକୁ ଆପଣ କ’ଣ କହିଥା’ନ୍ତି କିମ୍ବା ଏହାକୁ କେତେବେଳେ କରିଥା’ନ୍ତି ଏହାର କୌଣସି ମୂଲ୍ୟ ନଥାଏ | ଆପଣ ନିୟମିତ ଭାବରେ ଈଶ୍ବରଙ୍କ ସହିତ ସମୟ କଟାଉଛନ୍ତି ତାହାର ହିଁ ମୂଲ୍ୟ ଥାଏ | କେଉଁ ଘଟଣା ଈଶ୍ବରଙ୍କ ସହିତ ଆମ ସମୟକୁ ନିରୂପଣ କରେ ?
(କ) ପ୍ରାର୍ଥନା | ସାଧାରଣ ଭାବରେ ଈଶ୍ବରଙ୍କ ସହିତ କଥାବାର୍ତ୍ତା ହେବାକୁ ପ୍ରାର୍ଥନା କୁହାଯାଏ | ଆପଣଙ୍କର ସଂପୃକ୍ତତା ଓ ସମସ୍ୟା ବିଷୟରେ ଈଶ୍ବରଙ୍କ ସହିତ କଥା ହୁଅନ୍ତୁ | ଆପଣଙ୍କୁ ବୁଦ୍ଧି ଓ ମାର୍ଗଦର୍ଶନ ଦେବା ପାଇଁ ଈଶ୍ବରଙ୍କୁ କୁହନ୍ତୁ | ଆପଣଙ୍କ ଆବଶ୍ୟକତାକୁ ପୁରଣ କରିବା ପାଇଁ ଈଶ୍ବରଙ୍କୁ କୁହନ୍ତୁ | ଆପଣ ଈଶ୍ବରଙ୍କୁ କେତେ ଭଲ ପାଆନ୍ତି ତାହା କୁହନ୍ତୁ ଏବଂ ସେ ଯାହା ସବୁ ଆପଣଙ୍କ ପାଇଁ କରିଛନ୍ତି ସେଥିପାଇଁ ତାଙ୍କୁ ଧନ୍ୟବାଦ ଦିଅନ୍ତୁ | ତାହକୁ ହିଁ ପ୍ରାର୍ଥନା କୁହାଯାଏ |
(ଖ) ବାଇବଲ ପଠନ | ମଣ୍ଡଳୀରେ, ରବିବାର ସ୍କୁଲରେ, ଏବଂ/କିମ୍ବା ବାଇବଲ ପଠନ କାର୍ଯ୍ୟକ୍ରମରେ, ବାଇବଲ ଶିକ୍ଷା ଗ୍ରହଣ କରିବା ସହିତ – ଆପଣ ନିଜେ ନିଜେ ବାଇବଲ ପଢ଼ିବା ଆବଶ୍ୟକ | ଗୋଟିଏ ସଫଳ ଖ୍ରୀଷ୍ଟିଆନ ଜୀବନ ବଞ୍ଚିବା ପାଇଁ ଆପଣଙ୍କୁ ଯାହା ସବୁ ଜାଣିବାକୁ ଆବଶ୍ୟକ ହୋଇଥାଏ, ବାଇବଲରେ ସେ ସମସ୍ତ ବିଷୟ ରହିଅଛି | ଏଥିରେ ଆପଣ କିପରି ଭାବରେ ଚତୁର ନିଷ୍ପତ୍ତି ନେଇପାରିବେ, କିପରି ଭାବରେ ଈଶ୍ବରଙ୍କ ଇଚ୍ଛା ଜାଣି ପାରିବେ, କିପରି ଅନ୍ୟମାନଙ୍କର ସେବା କରିପାରିବେ, ଏବଂ ଆତ୍ମିକ ଭାବରେ କିପରି ଉନ୍ନତି କରି ପାରିବେ, ସେସବୁ ଉପରେ ଈଶ୍ବରଙ୍କ ମାର୍ଗଦର୍ଶନ ରହିଅଛି | ବାଇବଲ ହେଉଛି ଆମ ପ୍ରତି ଈଶ୍ବରଙ୍କର ବାକ୍ୟ | ନିଶ୍ଚିତ ଭାବରେ ବାଇବଲ ହେଉଛି ଈଶ୍ବରଙ୍କ ମାର୍ଗଦର୍ଶିକା ପୁସ୍ତକ, ଯେଉଁଥିରେ ରହିଅଛି, କିପରି ଭାବରେ ଆମେ ଏପରି ଜୀବନ ବଞ୍ଚିବା ଯାହା ଈଶ୍ବରଙ୍କୁ ଖୁସି କରିବ ଓ ଆମକୁ ସନ୍ତୁଷ୍ଟି ଦେବ |
୪. ଯେଉଁମାନେ ଆପଣଙ୍କୁ ଆତ୍ମିକ ଭାବ୍ରେ ସାହାଯ୍ୟ କରିପାରିବେ ସେମାନଙ୍କ ସହିତ ସମ୍ପର୍କ ବିକାଶ କରନ୍ତୁ |
୧ କରିନ୍ଥୀୟ ୧୫:୩୩ ଆମକୁ କୁହେ, "ଭ୍ରାନ୍ତ ନ ହୁଅ, କୁସଂସର୍ଗ ଶିଷ୍ଟାଚାର ନଷ୍ଟ କରେ" | ଆମ ଉପରେ "ମନ୍ଦ" ଲୋକମାନଙ୍କର ପ୍ରଭାବ ବିଷୟରେ ସମ୍ପୁର୍ଣ ସତର୍କବାଣୀ, ବାଇବଲରେ ରହିଅଛି | ଯେଉଁମାନେ ପାପପୂର୍ଣ କାର୍ଯ୍ୟକଳାପରେ ସଂପୃକ୍ତ ଅଛନ୍ତି, ସେମାନଙ୍କ ସହିତ ସମୟ ଅତିବାହିତ କଲେ ଆମ ମନରେ ମଧ୍ୟ ସେହି କାର୍ଯ୍ୟ କରିବା ପାଇଁ ଲାଳସା ଜାଗ୍ରତ ହେବ | ଆମ ଚତୁର୍ପାର୍ଶ୍ବରେ ଥିବା ଏହିସବୁ ଚରିତ୍ର ଆମକୁ "ଲୁଟି" ନେବେ | ସେଥିପାଇଁ ଏହା ଜରୁରୀ ଯେ ଆମେ ନିଜ ଚତୁର୍ପାର୍ଶ୍ବରେ ଏହିପରି ଲୋକମାନଙ୍କ ପରିବେଷ୍ଟନୀ ସୃଷ୍ଟି କରିବା ଯେଉଁମାନେ ଈଶ୍ବରଙ୍କୁ ପ୍ରେମ କରୁଥିବେ ଓ ତାଙ୍କଠାରେ ପ୍ରତିଶ୍ରୁତିବଦ୍ଧ ଥିବେ |
ଆପଣଙ୍କ ମଣ୍ଡଳୀରୁ ଜଣେ କିମ୍ବା ଦୁଇଜଣ ସାଙ୍ଗଙ୍କୁ ଖୋଜି ବାହାର କରିବା ପାଇଁ ଚେଷ୍ଟା କରନ୍ତୁ ଯେଉଁମାନେ ଆପଣଙ୍କୁ ସାହାଯ୍ୟ ଏବଂ ଉତ୍ସାହିତ କରିପାରିବେ (ଏବ୍ରୀ ୩:୧୩; ୧୦:୨୪) | ଆପଣଙ୍କର ନିରବ ସମୟ, ଆପଣଙ୍କର କାର୍ଯ୍ୟକଳାପ ଏବଂ ଈଶ୍ବରଙ୍କ ସହିତ ଆପଣଙ୍କ ପଦଚାଳନା ବିଷୟରେ ଆପଣଙ୍କୁ ବୁଝାଇବା ପାଇଁ, ଆପଣଙ୍କର ସାଙ୍ଗମାନଙ୍କୁ କୁହନ୍ତୁ | ସେହିସବୁ ଜିନିଷ ଆପଣ ତାଙ୍କ ପାଇଁ କରିପାରିବେ କି ତାହା ସେମାନଙ୍କୁ ପଚାରନ୍ତୁ | ତାହାମାନେ ନୁହଁ ଯେ ଆପଣ ଆପଣଙ୍କର ସେହି ସମସ୍ତ ସାଙ୍ଗମାନଙ୍କୁ ଛାଡ଼ି ଦେବେ ଯେଉଁମାନେ, ପ୍ରଭୁ ଯୀଶୁ ସେମାନଙ୍କର ତ୍ରାଣକର୍ତ୍ତା ବୋଲି ଜାଣି ନାହାନ୍ତି | ସେମାନଙ୍କ ସହିତ ସାଙ୍ଗ ହେଉଥା’ନ୍ତୁ ଓ ତାଙ୍କୁ ପ୍ରେମ କରୁଥା’ନ୍ତୁ | ସେମାନଙ୍କୁ ସରଳ ଭାବରେ ବୁଝାଇ ଦିଆନ୍ତୁ ଯେ ଯୀଶୁ ଆପଣଙ୍କର ଜୀବନ ପରିବର୍ତ୍ତନ କରିସାରିଛନ୍ତି ଏବଂ ଯେଉଁ ସବୁ କାମ ଆପଣ ଆଗରୁ କରୁଥିଲେ, ସେସବୁ ଆଉ କରି ପାରିବେ ନାହିଁ | ଆପଣ ଈଶ୍ବରଙ୍କଠାରେ ନିବେଦନ କରନ୍ତୁ ଯେ ସେ ଆପଣଙ୍କୁ, ଆପଣଙ୍କ ସାଙ୍ଗମାନଙ୍କ ସହ ଯୀଶୁଙ୍କୁ ବାଣ୍ଟିବା ପାଇଁ ସୁଯୋଗ ଦେବେ |
୫. ବ୍ଯାପ୍ଟାଇଜ ହୁଅନ୍ତୁ
ଅନେକ ଲୋକଙ୍କର ବ୍ଯାପ୍ଟିଜ୍ମ ଉପରେ ଭୁଲ ଧାରଣା ରହିଅଛି | "ପ୍ଯାପ୍ଟିଜ୍ମ" ଶବ୍ଦର ଅର୍ଥ ହେଉଛି ଜଳଦୀକ୍ଷା ଗ୍ରହଣ କରିବା | ବ୍ଯାପ୍ଟିଜ୍ମ ହେଉଛି ବାଇବଲର ଏକ ମାର୍ଗ ଯାହା, ଯୀଶୁଙ୍କଠାରେ ଆପଣଙ୍କ ବିଶ୍ବାସ ଏବଂ ତାଙ୍କୁ ଅନୁସରଣ କରିବାର ଆପଣଙ୍କ ପ୍ରତିଶ୍ରୁତିକୁ ସର୍ବସାଧାରଣରେ ଘୋଷଣା କରିଥାଏ | ପାଣିରେ ବୁଡ଼ିବାର କାର୍ଯ୍ୟ, ଯୀଶୁଙ୍କ ସହିତ କବରସ୍ଥ ହେବାକୁ ଏବଂ ପାଣିରୁ ବାହାରିବାର କାର୍ଯ୍ୟ ଖ୍ରୀଷ୍ଟଙ୍କ ପୁନରୁତ୍ଥାନକୁ ଚିତ୍ରଣ କରିଥାଏ | ବ୍ଯାପ୍ଟାଇଜ ହେବା, ଯୀଶୁଙ୍କର ମୃତ୍ୟୁ, କବରସ୍ଥ, ଏବଂ ପୁନରୁତ୍ଥାନକୁ ଆପଣଙ୍କ ସହିତ ଚିହ୍ନିତ କରାଇଥାଏ |
ବ୍ଯାପ୍ଟିଜ୍ମ ଆପଣଙ୍କୁ ଉଦ୍ଧାର କରୁନାହିଁ | ବ୍ଯାପ୍ଟିଜ୍ମ ଆପଣଙ୍କର ପାପକୁ ଧୋଉନାହିଁ | ବ୍ଯାପ୍ଟିଜ୍ମ ହେଉଛି, ପରିତ୍ରାଣ ପାଇଁ କେବଳ ଖ୍ରୀଷ୍ଟଙ୍କଠାରେ ଆପଣଙ୍କ ବିଶ୍ବାସର, ସର୍ବସାଧାରଣ ଘୋଷଣାର, ଏକ ସରଳ ବିନୀତ ପଦକ୍ଷେପ | ବ୍ଯାପ୍ଟିଜ୍ମ ଜରୁରୀ ଅଟେ କାରଣ ଏହା ଯୀଶୁଙ୍କଠାରେ ଆପଣଙ୍କ ବିଶ୍ବାସ ଏବଂ ତାଙ୍କୁ ଅନୁସରଣ କରିବାର ଆପଣଙ୍କ ପ୍ରତିଶ୍ରୁତିକୁ ସର୍ବସାଧାରଣରେ ଘୋଷଣାର ଏକ ସରଳ ଓ ବିନୀତ ପଦକ୍ଷେପ ଅଟେ | ଯଦି ଆପଣ ବ୍ଯାପ୍ଟାଇଜ ହେବାକୁ ପ୍ରସ୍ତୁତ ଅଛନ୍ତି, ତେବେ ଆପଣଙ୍କର ଜଣେ ଧର୍ମଯାଜକଙ୍କ ସହ କଥା ହେବା ଉଚିତ |
ପ୍ରଶ୍ନ: ଜଗତରେ ଈଶ୍ବରଙ୍କର ଅବସ୍ଥିତି ଅଛି କି ? ଈଶ୍ବରଙ୍କର ଅବସ୍ଥିତିର କୌଣସି ପ୍ରମାଣ ଅଛି କି ?
ଉତ୍ତର:
ଜଗତରେ ଈଶ୍ବରଙ୍କର ଅବସ୍ଥିତି ଅଛି କି ? ଏହା କୌତୁହଳପୂର୍ଣ ଯେ ଏହି ବକ୍ତୃତା ପ୍ରତି ବହୁତ ଧ୍ୟାନ ଦିଆଯାଇଛି | ସାମ୍ପ୍ରତିକ ସର୍ବେକ୍ଷଣ ଆମକୁ କୁହେ ଯେ ଆଜି ପୃଥିବୀର ୯୦% ଲୋକ ଜଗତରେ ଈଶ୍ବରଙ୍କର ଅବସ୍ଥିତି କିମ୍ବା କୌଣସି ଉଚ୍ଚତର ଶକ୍ତିକୁ ବିଶ୍ବାସ କରନ୍ତି | ତଥାପି କୌଣସି ପ୍ରକାରରେ, ଯେଉଁମାନେ ଈଶ୍ବରଙ୍କର ଅବସ୍ଥିତିକୁ ବିଶ୍ବାସ କରନ୍ତି, ସେମାନଙ୍କୁ ଈଶ୍ବରଙ୍କର ଅବସ୍ଥିତି ଅଛି ବୋଲି କିଛି ପରିମାଣରେ ପ୍ରମାଣିତ କରିବା ପାଇଁ, ଦାୟିତ୍ବ ନ୍ୟସ୍ତ କରାଯାଇଛି | ଯଦି ଏହାର କୌଣସି ଅନ୍ୟ ଥାଏ ତାହାହେଲେ ଅଧିକ ଯୁକ୍ତିଯୁକ୍ତ ହେବ |
ତାହାସତ୍ବେ, ଜଗତରେ ଈଶ୍ବରଙ୍କର ଅବସ୍ଥିତିକୁ ପ୍ରମାଣିତ କରିହେବ ନାହିଁ କିମ୍ବା ଅଗ୍ରାହ୍ୟ କରିହେବ ନାହିଁ | ବାଇବଲ ମଧ୍ୟ କୁହେ ଯେ ଈଶ୍ବର ଅଛନ୍ତି ବୋଲି ସତ୍ୟତାକୁ ଆମକୁ ବିଶ୍ବାସ ଦ୍ବାରା ହିଁ ଗ୍ରହଣ କରିବାକୁ ପଡ଼ିବ, "ଆଉ ବିଶ୍ବାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, କାରଣ ଈଶ୍ବର ଯେ ଅଛନ୍ତି, ଆଉ ସେ ଯେ ତାହାଙ୍କ ଅନ୍ବେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ବାସ କରିବା ଆବଶ୍ୟକ" (ଏବ୍ରୀ ୧୧:୬) | ଯଦି ଈଶ୍ବର ଏହିପରି ଚାହୁଁଥା’ନ୍ତେ, ତେବେ ସେ କେବଳ ମାତ୍ର ଆବିର୍ଭାବ ହୋଇ ଜଗତକୁ, ତାଙ୍କର ଅବସ୍ଥିତି ପ୍ରମାଣିତ କରିପାରିଥା’ନ୍ତେ | ଯଦି ସେ ଏହିପରି କରିଥା’ନ୍ତେ ତେବେ ଆଉ ବିଶ୍ବାସର କୌଣସି ଆବଶ୍ୟକତା ରହି ନଥା’ନ୍ତା | "ଯୀଶୁ ତାଙ୍କୁ କହିଲେ, ତୁମ୍ଭେ ମୋତେ ଦେଖିବାରୁ ବିଶ୍ବାସ କରିଅଛ ? ଯେଉଁମାନେ ନ ଦେଖି ବିଶ୍ବାସ କରିଅଛନ୍ତି ସେମାନେ ଧନ୍ୟ" (ଯୋହନ ୨୦:୨୯) |
ତାହାମାନେ ନୁହଁ ଯେ, ଜଗତରେ ଈଶ୍ବରଙ୍କର ଅବସ୍ଥିତିର କୌଣସି ପ୍ରମାଣ ନାହିଁ | ବାଇବଲ ଏଠାରେ କୁହେ "ଆକାଶମଣ୍ଡଳ ପରମେଶ୍ବରଙ୍କ ଗୌରବ ବର୍ଣନା କରେ; ଶୂନ୍ୟମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ | ଦିବସ ଦିବସ ପ୍ରତି ବାକ୍ୟ ଉଚ୍ଚାରଣ କରେ ଓ ରାତ୍ରି ରାତ୍ରି ପ୍ରତି ଜ୍ଞାନ ପ୍ରକାଶ କରେ | କୌଣସି ବାକ୍ୟ କି ଭାଷା ନ ଥାଏ; ସେମାନଙ୍କ ରବ ଶୁଣାଯାଇ ନ ପାରେ | ସେମାନଙ୍କର ରଜ୍ଜୁ ସମୁଦାୟ ପୃଥିବୀରେ ଓ ସେମାନଙ୍କର ବାକ୍ୟଜଗତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ" (ଗୀତସଂହିତା ୧୯:୧-୪) | ତାରାମାନଙ୍କୁ ଦେଖିଲେ, ଜଗତର ବିଶାଳତାକୁ ବୁଝିଲେ, ପ୍ରକୃତିର ବିସ୍ମୟକୁ ଅନୁଭବ କରିଲେ, ଗୋଟିଏ ସୂର୍ଯ୍ୟାସ୍ତର ସୌନ୍ଦର୍ଯ୍ୟକୁ ଦେଖିଲେ – ଏହିସବୁ ଜିନିଷ ଗୋଟିଏ ସୃଷ୍ଟିକର୍ତ୍ତା ଈଶ୍ବରଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦେଶ କରେ | ଯଦି ଏହିଗୁଡ଼ିକ ଯଥେଷ୍ଟ ନ ହୁଏ, ତେବେ ଆମମାନଙ୍କ ହୃଦୟରେ ମଧ୍ୟ ଈଶ୍ବରଙ୍କର ଅବସ୍ଥିତିର ପ୍ରମାଣ ମିଳିପାରେ | ଉପଦେଶକ ୩:୧୧ ଆମକୁ କୁହେ ଯେ, "….. ମଧ୍ୟ ସେ ସେମାନଙ୍କ ହୃଦୟରେ ଅନନ୍ତ କାଳ ରଖିଅଛନ୍ତି….." | ଆମ ଭିତରେ ଏପରି କିଛି ଗଭୀରତା ଅଛି ଯାହା, ଏହି ଜୀବନ ପରେ ଆହୁରି କିଛି ଅଛି ବୋଲି ଏବଂ ଏହି ଜଗତରୁ ଆଗକୁ ଆଉ କେହି ଅଛି ବୋଲି ଚିହ୍ନଟ କରିଥାଏ | ମାନସିକ ସ୍ତରରେ ଆମେ ଏହି ଜ୍ଞାନକୁ ଅସ୍ବୀକାର କରିପାରିବା, କିନ୍ତୁ ଆମ ଭିତରେ ଏବଂ ଆମ ମାଧ୍ୟମରେ ଈଶ୍ବରଙ୍କ ଅବସ୍ଥିତି ତଥାପି ରହିଅଛି | ଏହିସବୁ ସତ୍ବେ, ବାଇବଲ ଆମକୁ ସତର୍କ କରାଇଦିଏ ଯେ, କେହି ଜଣେ ଅଛି ଯିଏ ଈଶ୍ବରଙ୍କ ଅବସ୍ଥିତିକୁ ଅସ୍ବୀକାର କରେ, "ମୂଢ଼ ମନେ ମନେ କହିଅଛି, ପରମେଶ୍ବର ନାହାନ୍ତି" (ଗୀତସଂହିତା ୧୪:୧) | ଯେହେତୁ, ସମ୍ପୁର୍ଣ ଇତିହାସରେ, ସମସ୍ତ ସଂସ୍କୃତିରେ, ସମସ୍ତ ମାନବ ସଭ୍ୟତାରେ, ସମସ୍ତ ମହାଦେଶଗୁଡ଼ିକରେ, ୯୮%ରୁ ଅଧିକ ଲୋକ, କୌଣସି ପ୍ରକାରର ଈଶ୍ବରଙ୍କ ଅବସ୍ଥିତି ଉପରେ ବିଶ୍ବାସ କରିଥା’ନ୍ତି, କୌଣସି ବସ୍ତୁ (କିମ୍ବା କୌଣସି ବ୍ୟକ୍ତି) ଏହି ବିଶ୍ବାସକୁ ଜାଗୃତ କରାଇଥାଏ |
ଈଶ୍ବରଙ୍କର ଅବସ୍ଥିତି ନେଇ ବାଇବଲ ତର୍କ ସହିତ ଯୁକ୍ତିଯୁକ୍ତ ତର୍କ ମଧ୍ଯ ରହିଅଛି | ପ୍ରଥମେ, ଜୀବସତ୍ତାବିଦ୍ୟା ତର୍କ ଅଛି | ଈଶ୍ବରଙ୍କ ଅବସ୍ଥିତି ପ୍ରମାଣିତ କରିବା ପାଇଁ, ଜୀବସତ୍ତାବିଦ୍ୟା ତର୍କ, ଈଶ୍ବରଙ୍କ ଚିନ୍ତାକଳ୍ପ ପରି ସୁବିଖ୍ୟାତ ମାଧ୍ୟମକୁ ବ୍ୟବହାର କରିଥାଏ | ଏହା, "ତାହା ପରେ ଆଉ କୌଣସି ମହାପୁରୁଷ ଜନ୍ମ ନେଇପାରି ନାହାନ୍ତି" ପରି ଈଶ୍ବରଙ୍କର ସଂଜ୍ଞା ସହିତ ଆରମ୍ଭ କରିଥାଏ | ଏହା, ଅନବସ୍ଥିତିଠାରୁ ଅବସ୍ଥିତି ବୃହତ୍ ବୋଲି ତର୍କ କରିଥାଏ ଏବଂ ସେଥିପାଇଁ ସର୍ବବୃହତ୍ କଳ୍ପନାତ୍ମକର ଅବସ୍ଥିତି ନିଶ୍ଚିତ ରହିବା ଦରକାର | ଯଦି ଈଶ୍ବରଙ୍କର ଅବସ୍ଥିତି ନଥା’ନ୍ତା ତେବେ ଈଶ୍ବର ସର୍ବବୃହତ୍ କଳ୍ପନାତ୍ମକ ହୋଇନଥା’ନ୍ତେ, କିନ୍ତୁ ତାହା ଈଶ୍ବରଙ୍କ ସଂଜ୍ଞାକୁ ଖଣ୍ଡନ କରିପାରେ | ଦ୍ବିତୀୟ ତର୍କ ହେଉଛି ଉଦ୍ଯେଶ୍ୟବାଦୀ ତର୍କ | ଉଦ୍ଯେଶ୍ୟବାଦୀ ତର୍କ ହେଉଛି ଯେ, ଯେହେତୁ ପୃଥିବୀ ଏପରି ଏକ ବିସ୍ମୟକର ପରିକଳ୍ପନାର ପ୍ରଦର୍ଶନ କରୁଛି, ତାହାର ନିଶ୍ଚିତ ଭାବରେ କେହି ଜଣେ ସ୍ବର୍ଗୀୟ ରୂପକାର ଥିବେ | ଉଦାହରଣ ସ୍ବରୂପ, ଯଦି ପୃଥିବୀ ସୂର୍ଯ୍ୟଙ୍କର କିଛି ଶହ ମାଇଲ ପାଖରେ କିମ୍ବା ବହୁତ ଦୂରରେ ଥା’ନ୍ତା ତେବେ ବର୍ତ୍ତମାନ ପୃଥିବୀରେ ଯେଉଁ ଜୀବନମାନ ରହିଅଛି, ସେହି ଜୀବନଗୁଡ଼ିକୁ ପୃଥିବୀ ସହାୟତା କରିବାରେ ସକ୍ଷମ ହୋଇପାରିନଥା’ନ୍ତା | ଯଦି ଆମ ବାତାବରଣର ଉପାଦାନଗୁଡ଼ିକରେ କିଛି ପରିମାଣର ପରିବର୍ତ୍ତନ ଆସିଯିବ, ତେବେ ପୃଥିବୀରେ ଥିବା ପ୍ରତ୍ୟେକ ଜୀବିତ ବସ୍ତୁର ମୃତ୍ୟୁ ହୋଇଯିବ | ୧୦୨୪୩ ରେ ୧ ସମ୍ଭାବନା ଦ୍ବାରା ଗୋଟିଏ ପୁଷ୍ଟିସାରର ଅଣୁ ଅନୁପାତ ତିଆରି ହୋଇଥାଏ (ତାହା ହେଉଛି ୧୦ ପରେ ୨୪୩ ଶୁନ୍ଯ ଗୁଡ଼ିକ ଆସିଥାଏ) | ଗୋଟିଏ ଜୀବକୋଷରେ ଅସଂଖ୍ୟ ପୁଷ୍ଟିସାର ଅଣୁ ଅନ୍ତର୍ଭୁକ୍ତ ଥାଏ |
ଈଶ୍ବରଙ୍କ ଅବସ୍ଥିତି ସମ୍ପର୍କରେ ତୃତୀୟ ତର୍କକୁ ବିଶ୍ବତତ୍ବ ତର୍କ କୁହାଯାଏ | ପ୍ରତ୍ୟେକ ପ୍ରଭାବର ଗୋଟିଏ କାରଣ ଅଛି | ଏହି ବିଶ୍ବ ଏବଂ ଏହା ମଧ୍ଯରେ ଥିବା ସମସ୍ତ ବସ୍ତୁମାନଙ୍କର କିଛି ନା କିଛି ପ୍ରଭାବ ରର୍ହିଛି | ଇହଜଗତକୁ ସମସ୍ତ ଜିନିଷ ଆଣିବାରେ କିଛି ନା କିଛି କାରଣ ଅନ୍ତର୍ନିହିତ ଅଛି | ଇହଜଗତକୁ ଅନ୍ୟ ସମସ୍ତ ଜିନିଷ ଆଣିବାରେ କିଛି ନା କିଛି "ଅ-କାରଣ" ଅନ୍ତର୍ନିହିତ ଅଛି | ଏହି "ଅ-କାରଣ" ହେଉଛନ୍ତି ଈଶ୍ବର | ଚତୁର୍ଥ କାରଣଟି ମୌଖୀକ ବିତର୍କ ଭାବରେ ଜଣା | ସମଗ୍ର ଇତିହାସରେ ସମସ୍ତ ସଂସ୍କୃତିର କିଛି ନିୟମ ରହିଅଛି | ସମସ୍ତଙ୍କ ପାଖରେ ଠିକ୍ ଓ ଭୂଲର ଚେତନା ରହିଅଛି | ହତ୍ୟା, ମିଥ୍ୟା, ଚୋରି ଏବଂ ଅବିନଶ୍ବରତାଗୁଡ଼ିକ ସର୍ବଥା ପରିତ୍ଯାଜ୍ୟ ହୋଇସାରିଛି | ଯଦି ପବିତ୍ର ଈଶ୍ବରଙ୍କଠାରୁ ଆସିନାହିଁ ତେବେ ଏହି ସବୁ ଠିକ୍ ଓ ଭୂଲର ଚେତନା କେଉଁଠାରୁ ଆସିଅଛି |
ଏହାସବୁ ସତ୍ବେ, ବାଇବଲ ଆମକୁ କହେ ଯେ, ଲୋକମାନେ ସ୍ପଷ୍ଟ ଏବଂ ଅନଗ୍ରାହ୍ୟଯୋଗ୍ୟ ଈଶ୍ବରଙ୍କ ଜ୍ଞାନକୁ ପରିତ୍ୟାଗ କରି ଗୋଟିଏ ମିଥ୍ୟାକୁ ବିଶ୍ବାସ କରନ୍ତି | ରୋମୀୟ ୧:୨୫ କୁହେ: "କାରଣ ସେମାନେ ଈଶ୍ବରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସ୍ରଷ୍ଟାଙ୍କ ପରିବର୍ତ୍ତେ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ; ସେ ଯୁଗେ ଯୁଗେ ଧନ୍ୟ | ଆମେନ୍ |" ବାଇବଲ ମଧ୍ୟ ପ୍ରକାଶ କରେ ଯେ, ଲୋକମାନେ ଈଶ୍ବରଙ୍କୁ କାହିଁକି ବିଶ୍ବାସ କରନ୍ତି ନାହିଁ ତାହାର ଉତ୍ତର ଦେଇପାରନ୍ତି ନାହିଁ, "ଜଗତର ସୃଷ୍ଟିକାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ବରତ୍ବ, ସୃଷ୍ଟ ବସ୍ତୁଗୁଡ଼ିକ ଦ୍ବାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନ ଥାଏ" (ରୋମୀୟ ୧:୨୦) |
ଈଶ୍ବରଙ୍କ ଉପରେ ବିଶ୍ବାସ ନ କରିବାକୁ ନେଇ ଲୋକମାନେ ଦାବି କରନ୍ତି ଯେ "ଏହାର ବୈଜ୍ଞାନିକ କାରଣ ନାହିଁ" କିମ୍ବା "ତାହାର କୌଣସି ପ୍ରମାଣ ନାହିଁ" | ପ୍ରକୃତ କାରଣ ହେଉଛି ଯେ, ଥରେ ଯଦି ଲୋକମାନେ ଜଣେ ଈଶ୍ବର ଅଛନ୍ତି ବୋଲି ମାନି ନିଅନ୍ତି, ସେମାନେ ଏହା ମଧ୍ୟ ହୃଦୟଙ୍ଗମ କରିବା ଆବଶ୍ୟକ ଯେ ସେମାନେ ଈଶ୍ବରଙ୍କ ପ୍ରତି ଦାୟିତ୍ବବାନ ଅଟନ୍ତି ଏବଂ ସେମାନେ ତାଙ୍କଠାରୁ କ୍ଷମା ଭିକ୍ଷା ଚାହିଁଥା’ନ୍ତି (ରୋମୀୟ ୩:୨୩; ୬:୨୩) | ଯଦି ଈଶ୍ବର ବିଦ୍ୟମାନ ଅଛନ୍ତି, ତେବେ ତାଙ୍କ ପ୍ରତି ଆମ କୃତକର୍ମର ହିସାବ ଦେବାକୁ ଆମେ ବାଧ୍ୟ ଅଟୁ | ଯଦି ଈଶ୍ବରଙ୍କର ଅବସ୍ଥିତି ନାହିଁ, ତେବେ, ଈଶ୍ବର ଆମର ବିଚାର କରିବେ, ଏହି ଚିନ୍ତା ଛାଡ଼ି, ଆମେ ଆମ ମନ ଇଚ୍ଛା କାମ କରିପାରିବା | ତେଣୁକରି ଆମ ସମାଜରେ ବହୁତ ଜଣଙ୍କ ଦ୍ବାରା – ଲୋକମାନଙ୍କୁ ସୃଷ୍ଟିକର୍ତ୍ତା ଈଶ୍ବରଙ୍କର ଏକ ବିକଳ୍ପ ଦେବା ପାଇଁ, ବିବର୍ତ୍ତନକୁ ଦୃଢ଼ ଭାବରେ ଆବଦ୍ଧ କରାଯାଇଛି | ଈଶ୍ବର ବିଦ୍ୟମାନ ଅଛନ୍ତି ଏବଂ ସର୍ବଶେଷରେ ସମସ୍ତେ ଜାଣନ୍ତି ଯେ ଈଶ୍ବର ବିଦ୍ୟମାନ ଅଛନ୍ତି ବୋଲି | ପ୍ରକୃତ ସତ୍ୟତା ଏହି କି ଯେ ତାଙ୍କର ବିଦ୍ୟମାନତାକୁ ଅଗ୍ରାହ୍ୟ କରି ଉଗ୍ର ଭାବରେ ଯେଉଁ ସବୁ ପଦକ୍ଷେପ ନିଆଯାଉଛି ତାହା ପ୍ରକୃତରେ ତାଙ୍କର ବିଦ୍ୟମାନତାର ତର୍କ ଅଟେ |
ଈଶ୍ବରଙ୍କର ବିଦ୍ୟମାନତା ନେଇ ଗୋଟିଏ ଶେଷ ତର୍କ ପ୍ରସ୍ତୁତ କରିବା ପାଇଁ ଅନୁମତି ଦିଅନ୍ତୁ | ଈଶ୍ବରଙ୍କ ଅବସ୍ଥିତି ଅଛି ବୋଲି ଆମେ କିପରି ଜାଣିବା ? ଖ୍ରୀଷ୍ଟିଆନ୍ ଭାବରେ, ଆମେ ଜାଣୁ ଈଶ୍ବର ଅଛନ୍ତି ବୋଲି କାରଣ ଆମେ ପ୍ରତିଦିନ ତାଙ୍କ ସହିତ କଥା ହେଉ | ସେ ଆମକୁ ପ୍ରତିକଥା କହିବାର ଆମେ ଶୁଣିପାରୁ ନାହୁଁ, କିନ୍ତୁ ତାଙ୍କ ଉପସ୍ଥିତିକୁ ଆମେ ଜାଣି ପାରୁ | ଆମେ ତାଙ୍କ ନେତୃତ୍ବକୁ ଅନୁଭବ କରିପାରୁ, ଆମେ ତାଙ୍କ ପ୍ରେମକୁ ଜାଣୁ, ଆମେ ତାଙ୍କ ଅନୁଗ୍ରହ ଆବଶ୍ୟକ କରୁ | ଆମ ଜୀବନରେ ଯାହାସବୁ ଘଟିଯାଉଛି, ସେସବୁ ଈଶ୍ବରଙ୍କର ସମ୍ଭାବ୍ୟ ବ୍ୟାଖ୍ୟା ବ୍ୟତୀତ ଅନ୍ୟ କିଛି ନୁହେଁ | ଈଶ୍ବର ଅଲୌକିକ ଭାବରେ ଏହିପରି ଭାବରେ ଆମକୁ ଉଦ୍ଧାର କରି ଆମର ଜୀବନ ପରିବର୍ତ୍ତନ କରନ୍ତି ଯେ ତାଙ୍କର ଉପସ୍ଥିତିକୁ ସ୍ବୀକାର ଏବଂ ଗୁଣଗାନ କରିବା ବ୍ୟତୀତ ଆମ ପାଖରେ ଅନ୍ୟ ରାସ୍ତା ନାହିଁ | ଏହିପରି ସ୍ପଷ୍ଟ ସତ୍ୟତାକୁ ଅସ୍ବୀକାର କରୁଥିବା ଲୋକମାନଙ୍କ ପ୍ରତି ଏହିସବୁ ତର୍କ, କୌଣସିଟି କାମ ଦେବ ନାହିଁ | ପରିଶେଷରେ, ଈଶ୍ବରଙ୍କର ବିଦ୍ୟମାନତାକୁ ବିଶ୍ବାସ ଦ୍ବାରା ହିଁ ଗ୍ରହଣ କରିହେବ (ଏବ୍ରୀ ୧୧:୬) | ଅନ୍ଧ ଭାବରେ ଅନ୍ଧାରକୁ ଲମ୍ଫ ପ୍ରଦାନ କରିବାକୁ ଈଶ୍ବରଙ୍କ ଉପରେ ବିଶ୍ବାସ କୁହାଯିବ ନାହିଁ; ଏହା, ଉତ୍ତମ ଭାବରେ ଆଲୋକିତ ଏକ ଘରକୁ ସୁରକ୍ଷିତ ପଦକ୍ଷେପ ଅଟେ, ଯେଉଁଠାରେ ୯୦% ଲୋକ ଆଗରୁ ଠିଆ ହୋଇଛନ୍ତି |
ପ୍ରଶ୍ନ: ଯୀଶୁ ଖ୍ରୀଷ୍ଟ କିଏ ?
ଉତ୍ତର:
ଯୀଶୁ ଖ୍ରୀଷ୍ଟ କିଏ ? "ଈଶ୍ବରଙ୍କର ଅବସ୍ଥିତି ଅଛି କି ?" ପ୍ରଶ୍ନ ତୁଳନାରେ ଭିନ୍ନ ଅଟେ | ଯୀଶୁ ଖ୍ରୀଷ୍ଟଙ୍କର ଅବସ୍ଥିତି ଅଛି କି ନାହିଁ, ଏହି ପ୍ରଶ୍ନ ବହୁତ କମ ଲୋକ ପଚାରିଛନ୍ତି | ଏହା ସର୍ବଗୃହିତ ଯେ, ଯୀଶୁ ପ୍ରକୃତରେ ଜଣେ ଲୋକ ଥିଲେ ଯିଏ ପ୍ରାୟ ୨୦୦୦ ବର୍ଷ ପୂର୍ବେ ଇସ୍ରାଏଲ୍ର ଭୂମିରେ ଚଲାବୁଲା କରୁଥିଲେ | ଏହି ବକ୍ତୃତା ଆରମ୍ଭ ହେଲା ଯେତେବେଳେ ଯୀଶୁଙ୍କର ପୂର୍ଣ ପରିଚୟ, ବିଷୟ ଆଲୋଚନା ହୋଇଥିଲା | ପ୍ରାୟ ପ୍ରତ୍ୟେକ ମୁଖ୍ୟ ଧର୍ମ ଏହା ଶିକ୍ଷା ଦିଏ ଯେ ଯୀଶୁ ଜଣେ ଧର୍ମଯାଜକ କିମ୍ବା ଜଣେ ଭଲ ଶିକ୍ଷକ କିମ୍ବା ଜଣେ ଈଶ୍ବରୀୟ ମାନବ ଥିଲେ | ସମସ୍ୟା ଏହି କି ଯେ, ବାଇବଲ ଆମକୁ ଶିକ୍ଷା ଦିଏ ଯେ, ଯୀଶୁ ଜଣେ ଧର୍ମଯାଜକ, ଜଣେ ଭଲ ଶିକ୍ଷକ କିମ୍ବା ଜଣେ ଈଶ୍ବରୀୟ ମାନବଠାରୁ ଅସୀମ ଦୂରରେ ଥିଲେ |
ମିଅର୍ କ୍ରିଷ୍ଟିଆନିଟି ବହିର ଲେଖକ ସି.ଏସ୍. ଲେଉୟିସ୍ ଏହି ନିନ୍ମଲିଖିତ ଲେଖାକୁ ତାଙ୍କ ବହିରେ ଲେଖିଛନ୍ତି, "ଲୋକମାନେ ଅନେକ ସମୟରେ ତାଙ୍କ (ଯୀଶୁ ଖ୍ରୀଷ୍ଟ) ବିଷୟରେ ପ୍ରକୃତରେ ଯେଉଁ ସବୁ ମୁର୍ଖାମି କଥାଗୁଡ଼ିକ କୁହନ୍ତି, କେହି ତାହା ନ କୁହନ୍ତୁ, ଏହା ରୋକିବା ପାଇଁ ମୁଁ ଏଠାରେ ଚେଷ୍ଟା କରୁଛି: ମୁଁ ଯୀଶୁଙ୍କୁ ଜଣେ ବୌଦ୍ଧିକ ଶିକ୍ଷକ ଭାବରେ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି, କିନ୍ତୁ ମୁଁ, ଈଶ୍ବର ବୋଲି ତାଙ୍କର ଦାବିକୁ ଗ୍ରହଣ କରିପାରିବି ନାହିଁ" | ତାହା ହେଉଛି ଗୋଟିଏ କଥା ଯାହା ଆମେ ନିଶ୍ଚିତରେ କହିବା କଥା ନୁହଁ | ଜଣେ ଲୋକ ଯିଏ କେବଳ ମାତ୍ର ଜଣେ ସାମାନ୍ୟ ଲୋକ ଅଟେ ଏବଂ ସେ ଏପ୍ରକାରର କଥା କହେ ଯେପରି ଯୀଶୁ କହିଥିଲେ, କେବେ ବି ଜଣେ ବଡ଼ ବୌଦ୍ଧିକ ଶିକ୍ଷକ ହୋଇପାରେନା | ଯେପରି ଜଣେ, ଯିଏ କହେ, ସେ ଗୋଟିଏ ପୋଚା ଅଣ୍ଡା ଅଟନ୍ତି- ସେହିପରି ସ୍ତରର, ସେ ଜଣେ ପାଗଳ ହୋଇପାରେ କିମ୍ବା ସେ ନର୍କର ଶୟତାନ ମଧ୍ୟ ହୋଇପାରେ | ଆପଣ ଆପଣଙ୍କର ପସନ୍ଦ କରିବା ଦରକାର | ଏହି ଲୋକ, ଈଶ୍ବରଙ୍କ ସନ୍ତାନ ଥିଲେ ଓ ଅଛନ୍ତି କି ନା ନାହାନ୍ତି କିମ୍ବା ଜଣେ ପାଗଳ ଲୋକ କିମ୍ବା ଆହୁରି କିଛି ଅଧିକ ଖରାପ ହୋଇପାରନ୍ତି | ବୋକା ବନାଉଥିବା ପାଇଁ ଆପଣ ତାଙ୍କ ମୁହଁ ବନ୍ଦ କରିଦେଇ ପାରନ୍ତି, ଆପଣ ତାଙ୍କ ଉପରକୁ ଛେପ ପକାଇ ପାରନ୍ତି ଏବଂ ଗୋଟିଏ ପିଶାଚ ବୋଲି ତାଙ୍କୁ ହତ୍ୟା କରିପାରନ୍ତି; କିମ୍ବା ଆପଣ ତାଙ୍କ ପାଦ ତଳେ ପଡ଼ି ତାଙ୍କୁ ପ୍ରଭୁ ଓ ଈଶ୍ବର ବୋଲି ଡାକି ପାରନ୍ତି | କିନ୍ତୁ ତାଙ୍କର ଜଣେ ବିରାଟ ମାନବ ଶିକ୍ଷକର ଭାବମୁର୍ତ୍ତି ବିରୁଦ୍ଧରେ କୌଣସି ପ୍ରକାରର ଅସଂଗତ ପୃଷ୍ଠପୋଷକତା ସହିତ, ଆମର ଆସିବା ଉଚିତ୍ ନୁହଁ | ସେ ତାହାର ବିକଳ୍ପ ଆମ ନିମନ୍ତେ ଛାଡ଼ି ନାହାନ୍ତି | ସେ ଇଚ୍ଛା ମଧ୍ୟ କରି ନଥିଲେ |
ତାହାହେଲେ, ଯୀଶୁ ନିଜକୁ କ’ଣ ବୋଲି ଦାବି କରୁଥିଲେ? ବାଇବଲ ତାଙ୍କୁ, ସେ କ’ଣ ଥିଲେ ବୋଲି କୁହେ ? ପ୍ରଥମେ, ଆସନ୍ତୁ, ଯୋହନ ୧୦:୩୦ରେ ଥିବା ଯୀଶୁଙ୍କ ଭାଷାକୁ ଦେଖିବା, "ମୁଁ ଓ ପିତା ଏକ" | ପ୍ରଥମ ନଜରରେ, ଏହା ଈଶ୍ବର ବୋଲି ଦାବି ପରି ଜଣା ପଡୁ ନାହିଁ | ତଥାପି, ତାଙ୍କର ବକ୍ତବ୍ୟ ପାଇଁ ଇହୂଦି ମାନଙ୍କର ପ୍ରତିକ୍ରିୟାକୁ ଦେଖନ୍ତୁ, "ଇହୂଦିମାନେ ତାହାଙ୍କୁ ଉତ୍ତର ଦେଲେ, ଉତ୍ତମ କର୍ମ ନିମନ୍ତେ ଆମ୍ଭେମାନେ ତୋତେ ପଥର ଫୋପାଡୁ ନାହୁଁ, କିନ୍ତୁ ଈଶ୍ବର ନିନ୍ଦା ନିମନ୍ତେ, ପୁଣି ତୁ ମନୁଷ୍ୟ ହୋଇ ଆପଣାକୁ ଈଶ୍ବର ବୋଲାଉଥିବାରୁ" (ଯୋହନ ୧୦:୩୩) | ଯୀଶୁଙ୍କର ମନ୍ତବ୍ୟକୁ, ଇହୂଦିମାନେ, ଈଶ୍ବର ବୋଲି ଗୋଟିଏ ଦାବି ପରି ଭାବିଲେ | ନିମ୍ନଲିଖିତ ବାକ୍ୟାଂଶରେ, ଯୀଶୁ, "ମୁଁ ଈଶ୍ବର ବୋଲି ଦାବି କରୁନାହିଁ" ବୋଲି କହି, ଇହୂଦିମାନଙ୍କର ଭୁଲକୁ ଆଦୌ ସଂଶୋଧନ କରିନାହାନ୍ତି | ତାହା ସୂଚିତ କରେ ଯେ, ଯୀଶୁ, "ମୁଁ ଓ ପିତା ଏକ" (ଯୋହନ ୧୦:୩୦) ବୋଲି ଘୋଷଣା କରି, ପ୍ରକୃତରେ ସେ ଈଶ୍ବର ବୋଲି କହୁଛନ୍ତି | ଯୋହନ ୮:୫୮ ହେଉଛି ଆଉ ଗୋଟିଏ ଉଦାହରଣ | ଯୀଶୁ ସେମାନଙ୍କୁ କହିଲେ "ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅବ୍ରାହମଙ୍କ ଜନ୍ମ ପୂର୍ବରୁ ମୁଁ ଅଛି" (ଯୋହନ ୮:୫୮) | ପୁନଶ୍ଚ, ସେଥିରେ ସେମାନେ ତାହାଙ୍କ ଉପରକୁ ଫୋପାଡ଼ିବା ନିମନ୍ତେ ପଥର ଉଠାଇଲେ (ଯୋହନ ୮:୫୯) | କାହିଁକି ଇହୂଦିମାନେ ଯୀଶୁଙ୍କୁ ପଥର ଫୋପାଡ଼ିବାକୁ ଇଚ୍ଛା କରିଥିଲେ, ଯଦି ସେ ସେପରି କିଛି କହିନଥିଲେ, ଯାହା ସେମାନେ ଈଶ୍ବରଙ୍କ ପ୍ରତି ଅପବାଦଜନକ କଥା ବୋଲି ବିଶ୍ବାସ କରୁଥିଲେ, ଯେପରି, ଈଶ୍ବର ବୋଲି ଗୋଟିଏ ଦାବି କରିବା ?
ଯୋହନ ୧:୧ କୁହେ ଯେ, "ସେହି ବାକ୍ୟ ଈଶ୍ବର ଥିଲେ" | ଯୋହନ ୧:୧୪ କୁହେ ଯେ, "ସେହି ବାକ୍ୟ ଦେହବନ୍ତ ହେଲେ" | ଏଥିରୁ ସ୍ପଷ୍ଟ ଜଣା ପଡ଼େ ଯେ, ଯୀଶୁ ଦେହବନ୍ତ ରୂପୀ ଈଶ୍ବର ଥିଲେ | ଥୋମା, ସେବକ, ଯୀଶୁଙ୍କ ନିମନ୍ତେ ଘୋଷଣା କରିଥିଲେ, "ମୋହର ପ୍ରଭୁ, ମୋହର ଈଶ୍ବର" (ଯୋହନ ୨୦:୨୮) | ଯୀଶୁ ତାଙ୍କୁ ସଂଶୋଧନ କରି ନଥିଲେ | ପାଉଲ ତାଙ୍କୁ ଏହିପରି ବ୍ୟାଖ୍ୟା କରିଥିଲେ, "…ଆମର ପ୍ରଭୁ ଓ ତ୍ରାଣକର୍ତ୍ତା – ଯୀଶୁ ଖ୍ରୀଷ୍ଟ" (ତୀତସ ୨:୧୩) | ପିତର ମଧ୍ୟ ସେହି ଏକା ପ୍ରକାରର କଥା କହିଥିଲେ, "…ଆମର ପ୍ରଭୁ ଓ ତ୍ରାଣକର୍ତ୍ତା – ଯୀଶୁ ଖ୍ରୀଷ୍ଟ" (୨ ପିତର ୧:୧) | ପିତା ଈଶ୍ବର ମଧ୍ଯ ଯୀଶୁଙ୍କର ପୂର୍ଣ ପରିଚୟର ସାକ୍ଷ ଦିଅନ୍ତି, "ଅନ୍ୟ ପକ୍ଷରେ ସେ ପୁତ୍ରଙ୍କ ବିଷୟରେ କହନ୍ତି, "ହେ ଈଶ୍ବର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି ନ୍ୟାୟର ଦଣ୍ଡ ତୁମ୍ଭର ରାଜଦଣ୍ଡ ଅଟେ" (ଏବ୍ରୀ ୧:୮) | ଯୀଶୁଙ୍କର ପୁରତନ ନିୟମ ଧର୍ମବାଣୀ, ତାଙ୍କର ଦେବତ୍ବ ବିଷୟରେ କୁହେ, "କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତ୍ବୁତ୍ବଭାର ଥୁଆଯିବ; ପୁଣି, ତାହାଙ୍କ ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ଅନନ୍ତକାଳୀନ ପିତା, ଶାନ୍ତିରାଜା ହେବ" (ଯିଶାଇୟ ୯:୬) |
ତେଣୁ, ଯେପରି ସି.ଏସ୍. ଲେଉୟିସ୍ ଯୁକ୍ତି କରିଥିଲେ, ଯୀଶୁଙ୍କୁ ଜଣେ ଭଲ ଶିକ୍ଷକ ଭାବରେ ବିଶ୍ବାସ କରିବା ଗୋଟିଏ ବିକଳ୍ପ ନୁହଁ | ଯୀଶୁ ସ୍ପଷ୍ଟ ଭାବରେ ଏବଂ ନିଃସନ୍ଦେହରେ ଈଶ୍ବର ବୋଲି ଦାବି କରାଯିବା ଦରକାର | ଯଦି ସେ ଈଶ୍ବର ନୁହଁନ୍ତି, ତେବେ ସେ ଜଣେ ମିଥ୍ୟାବାଦୀ ଏବଂ ସେଥିପାଇଁ ସେ ଜଣେ ଧର୍ମଯାଜକ, ଜଣେ ଭଲ ଶିକ୍ଷକ କିମ୍ବା ଜଣେ ଈଶ୍ବରୀୟ ଲୋକ ବି ନୁହଁନ୍ତି | ଯୀଶୁଙ୍କର ବାକ୍ୟକୁ ବ୍ୟାଖ୍ୟା କରିବା ଚେଷ୍ଟାରେ, ଆଧୁନିକ "ବିଦ୍ବାନମାନେ" ଦାବି କରନ୍ତି ଯେ, "ପ୍ରକୃତ ଐତିହାସିକ ଯୀଶୁ", ଯାହା ବାଇବଲ, ସେ କହିଥିଲେ ବୋଲି କୁହେ, ତାହା ମଧ୍ୟରୁ ବହୁତଗୁଡ଼ିଏ କଥା କହି ନଥିଲେ | ଯୀଶୁ କ’ଣ କହିଥିଲେ କିମ୍ବା କ’ଣ କହି ନଥିଲେ ସେ ସମ୍ପର୍କରେ ଈଶ୍ବରଙ୍କ ବାକ୍ୟ ସହିତ ଯୁକ୍ତି କରିବାକୁ ଆମେସବୁ କିଏ ? ଯେଉଁମାନେ ଯୀଶୁଙ୍କ ସହିତ ରହିଥିଲେ, ଖାଇଥିଲେ ଏବଂ ତାଙ୍କଠାରୁ ଶିକ୍ଷା ଗ୍ରହଣ କରିଥିଲେ, ସେମାନଙ୍କ ଅପେକ୍ଷା କିପରି ଭାବରେ ଜଣେ "ବିଦ୍ବାନ", ଦୁଇ ହଜାର ବର୍ଷ ଯୀଶୁଙ୍କଠାରୁ ଛଡ଼ାଇ ଆଣି, ସେ କ’ଣ କହିଥିଲେ କିମ୍ବା କ’ଣ କହି ନଥିଲେ, ସେ ବିଷୟରେ ଉତ୍ତମ ଅନ୍ତର୍ଦୃଷ୍ଟି ଆଣିପାରିବ ? (ଯୋହନ ୧୪:୨୬)
ଯୀଶୁଙ୍କର ପ୍ରକୃତ ପରିଚୟ ଉପରେ ପ୍ରଶ୍ନ ଏତେ ଜରୁରୀ କାହିଁକି ? ଯୀଶୁ ଈଶ୍ବର ଥିଲେ କି ନଥିଲେ ଏହା ଏତେ ପ୍ରାଧାନ୍ୟଯୁକ୍ତ କହିଁକି ? ଅତ୍ୟନ୍ତ ଜରୁରୀ କାରଣ ହେଲା ଯେ ଯୀଶୁ ଈଶ୍ବର ହେବା କଥା, କହିଁକିନା, ଯଦି ସେ ଈଶ୍ବର ନୁହଁନ୍ତି, ତେବେ, ଜଗତର ପାପର ପ୍ରାୟଶ୍ଚିତ ପାଇଁ, ମୃତ୍ୟୁ ରୂପି ତାଙ୍କର ପାଉଣା ଯଥେଷ୍ଟ ହୋଇନଥା’ନ୍ତା (୧ ଯୋହନ ୨:୨) | କେବଳ ଈଶ୍ବର ହିଁ ଏହିପରି ଅସୀମ ପାଉଣା ଦେଇପାରନ୍ତି (ରୋମୀୟ ୫:୮; ୨ କରିନ୍ଥୀୟ ୫:୨୧) | ଆମର ଋଣ ପରିଶୋଧ କରିଥିବା କାରଣରୁ ଯୀଶୁ ନିଶ୍ଚିତ ଭାବରେ ଈଶ୍ବର ହେବା କଥା | ଯୀଶୁ ନିଶ୍ଚିତ ଭାବରେ ମନୁଷ୍ୟ ହେବା କଥା, ଯେଉଁଥିରୁ ସେ ମୃତ୍ୟୁଭୋଗ କରି ପାରିବେ | କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ ସ୍ଥାପନ ମାଧ୍ୟମରେ ହିଁ ପରିତ୍ରାଣ ଉପଲବ୍ଧ ଅଛି | "ଯୀଶୁ ତାଙ୍କୁ କହିଲେ, "ମୁଁ ପଥ, ସତ୍ୟ ଓ ଜୀବନ; ମୋ’ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ" (ଯୋହନ ୧୦:୬) |
ପ୍ରଶ୍ନ: ଯୀଶୁ ଈଶ୍ବର କି ? ଯୀଶୁ କେବେ ବି ଈଶ୍ବର ବୋଲି ଦାବି କରିଛନ୍ତି କି ?
ଉତ୍ତର:
ବାଇବଲରେ, ଯୀଶୁ, "ମୁଁ ହେଉଛି ଈଶ୍ବର" ବୋଲି କହିବାର ଲିପିବଦ୍ଧ ହୋଇନାହିଁ | ତଥାପି, ତାହାମାନେ ନୁହଁ ଯେ, ସେ ଘୋଷଣା କରି ନାହାନ୍ତି ଯେ, ସେ ଈଶ୍ବର ବୋଲି | ଉଦାହରଣ ସ୍ବରୂପ, ଯୋହନ ୧୦:୩୦ରେ ଥିବା ଯୀଶୁଙ୍କ ଭାଷାରେ, "ମୁଁ ଓ ପିତା ଏକ" | ପ୍ରଥମ ନଜରରେ, ଏହା ଈଶ୍ବର ବୋଲି ଦାବି ପରି ଜଣା ପଡୁ ନାହିଁ | ତଥାପି, ତାଙ୍କର ବକ୍ତବ୍ୟ ପାଇଁ ଇହୂଦୀମାନଙ୍କର ପ୍ରତିକ୍ରିୟାକୁ ଦେଖନ୍ତୁ, "ଇହୂଦିମାନେ ତାହାଙ୍କୁ ଉତ୍ତର ଦେଲେ, ଉତ୍ତମ କର୍ମ ନିମନ୍ତେ ଆମ୍ଭେମାନେ ତୋତେ ପଥର ଫୋପାଡୁ ନାହୁଁ, କିନ୍ତୁ ଈଶ୍ବର ନିନ୍ଦା ନିମନ୍ତେ, ପୁଣି ତୁ ମନୁଷ୍ୟ ହୋଇ ଆପଣାକୁ ଈଶ୍ବର ବୋଲାଉଥିବାରୁ" (ଯୋହନ ୧୦:୩୩) | ଯୀଶୁଙ୍କର ମନ୍ତବ୍ୟକୁ, ଇହୂଦିମାନେ, ଈଶ୍ବର ବୋଲି ଗୋଟିଏ ଦାବି ପରି ଭାବିଲେ | ନିମ୍ନଲିଖିତ ବାକ୍ୟାଂଶରେ, ଯୀଶୁ, "ମୁଁ ଈଶ୍ବର ବୋଲି ଦାବି କରୁନାହିଁ" ବୋଲି କହି, ଇହୂଦିମାନଙ୍କର ଭୁଲକୁ ଆଦୌ ସଂଶୋଧନ କରିନାହାନ୍ତି | ତାହା ସୂଚିତ କରେ ଯେ, ଯୀଶୁ, "ମୁଁ ଓ ପିତା ଏକ" (ଯୋହନ ୧୦:୩୦) ବୋଲି ଘୋଷଣା କରି, ପ୍ରକୃତରେ ସେ ଈଶ୍ବର ବୋଲି କହୁଛନ୍ତି | ଯୋହନ ୮:୫୮ ହେଉଛି ଆଉ ଗୋଟିଏ ଉଦାହରଣ | ଯୀଶୁ ସେମାନଙ୍କୁ କହିଲେ "ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅବ୍ରାହମଙ୍କ ଜନ୍ମ ପୂର୍ବରୁ ମୁଁ ଅଛି" (ଯୋହନ ୮:୫୮) | ପୁନଶ୍ଚ, ସେଥିରେ ସେମାନେ ତାହାଙ୍କ ଉପରକୁ ଫୋପାଡ଼ିବା ନିମନ୍ତେ ପଥର ଉଠାଇଲେ (ଯୋହନ ୮:୫୯) | କାହିଁକି ଇହୂଦିମାନେ ଯୀଶୁଙ୍କୁ ପଥର ଫୋପାଡ଼ିବାକୁ ଇଚ୍ଛା କରିଥିଲେ, ଯଦି ସେ ସେପରି କିଛି କହିନଥିଲେ, ଯାହା ସେମାନେ ଈଶ୍ବରଙ୍କ ପ୍ରତି ଅପବାଦଜନକ କଥା ବୋଲି ବିଶ୍ବାସ କରୁଥିଲେ, ଯେପରି, ଈଶ୍ବର ବୋଲି ଗୋଟିଏ ଦାବି କରିବା ?
ଯୋହନ ୧:୧ କୁହେ ଯେ, "ସେହି ବାକ୍ୟ ଈଶ୍ବର ଥିଲେ" | ଯୋହନ ୧:୧୪ କୁହେ ଯେ, "ସେହି ବାକ୍ୟ ଦେହବନ୍ତ ହେଲେ" | ଏଥିରୁ ସ୍ପଷ୍ଟ ଜଣା ପଡ଼େ ଯେ, ଯୀଶୁ ଦେହବନ୍ତ ରୂପୀ ଈଶ୍ବର ଥିଲେ | ପ୍ରେରିତ ପୁସ୍ତକ ୨୦:୨୮ ଆମକୁ କୁହେ ଯେ, "….. ଯେସମସ୍ତ ପଲ ମଧ୍ୟରେ ତୁମ୍ଭମାନଙ୍କୁ ମଣ୍ଡଳୀରେ ଅଧ୍ୟକ୍ଷ ରୂପେ ନିଯୁକ୍ତ କରିଅଛନ୍ତି, ଯାହା ସେ ଆପଣା ନିଜ ରକ୍ତରେ କ୍ରୟ କରିଅଛନ୍ତି" | କିଏ ମଣ୍ଡଳୀକୁ ନିଜ ରକ୍ତରେ କ୍ରୟ କରିଅଛନ୍ତି ? ଯୀଶୁ ଖ୍ରୀଷ୍ଟ | ପ୍ରେରିତ ପୁସ୍ତକ ୨୦:୨୮ ଘୋଷଣା କରେ ଯେ, ଈଶ୍ବର, ନିଜ ରକ୍ତରେ ମଣ୍ଡଳୀକୁ କ୍ରୟ କରିଅଛନ୍ତି | ତେଣୁକରି, ଯୀଶୁ ହିଁ ଈଶ୍ବର ଅଟନ୍ତି|
ଥୋମା, ସେବକ, ଯୀଶୁଙ୍କ ନିମନ୍ତେ ଘୋଷଣା କରିଥିଲେ, "ମୋହର ପ୍ରଭୁ, ମୋହର ଈଶ୍ବର" (ଯୋହନ ୨୦:୨୮) | ତୀତସ ୨:୧୩, ଆମକୁ ଆମର ପ୍ରଭୁ ଓ ତ୍ରାଣକର୍ତ୍ତା – ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ନିମନ୍ତେ ଅପେକ୍ଷା କରିବା ପାଇଁ ଉତ୍ସାହିତ କରେ (୨ ପିତର ୧:୧ ମଧ୍ୟ ଦେଖନ୍ତୁ) | ଏବ୍ରୀ ୧:୮ରେ, ପିତା ଯୀଶୁଙ୍କ ନିମନ୍ତେ ଘୋଷଣା କରିଆଛନ୍ତି, "ଅନ୍ୟ ପକ୍ଷରେ ସେ ପୁତ୍ରଙ୍କ ବିଷୟରେ କହନ୍ତି "ହେ ଈଶ୍ବର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି ନ୍ୟାୟର ଦଣ୍ଡ ତୁମ୍ଭର ରାଜଦଣ୍ଡ ଅଟେ" |
ପ୍ରକାଶିତ ପୁସ୍ତକରେ, ଜଣେ ଦେବଦୂତ, ପ୍ରେରିତ ଯୋହନଙ୍କୁ କେବଳ ଈଶ୍ବରଙ୍କୁ ଆରାଧନା କରିବା ପାଇଁ ନିର୍ଦେଶ ଦେଉଛନ୍ତି (ପ୍ରକାସିତ ପୁସ୍ତକ ୧୯:୧୦) | ଏହି ଧର୍ମଗ୍ରନ୍ଥରେ ଯୀଶୁ ବହୁତଥର ଆରାଧନା ଗ୍ରହଣ କରିଛନ୍ତି (ମାଥିଉ ୨:୧୧; ୧୪:୩୩; ୨୮:୯, ୧୭; ଲୁକ ୨୪:୫୨; ଯୋହନ ୯:୩୮) | ସେ କେବେ ବି ଲୋକମାନଙ୍କୁ ତାଙ୍କର ଆରାଧନା କରୁଥିବା ପାଇଁ ଗାଳି ଦେଇନାହାନ୍ତି, ସେହିପରି ଯେପରି ପ୍ରକାଶିତ ପୁସ୍ତକର ଦେବଦୂତ | ଧର୍ମଗ୍ରନ୍ଥର ଆହୁରି ଅନେକ ବାକ୍ୟାଂଶ ଅଛି ଯାହା ଯୀଶୁଙ୍କର ଭାବମୂର୍ତି ନେଇ ତର୍କ କରିଅଛି |
ସବୁଠାରୁ ଜରୁରୀ କାରଣ ଏହି କି ଯେ ଯୀଶୁ ଈଶ୍ବର ଅଟନ୍ତି | ଯଦି ସେ ଈଶ୍ବର ନୁହନ୍ତି, ତେବେ ତାଙ୍କ ମୃତ୍ୟୁ, ସମଗ୍ର ଜଗତର ପାପଗୁଡ଼ିକର ପ୍ରାୟଶ୍ଚିତ କରିବା ପାଇଁ ଯଥେଷ୍ଟ ନୁହେଁ (୧ ଯୋହନ ୨:୨) | କେବଳ ଈଶ୍ବର ହିଁ ଏହିପରି ଅଶେଷ ପ୍ରାୟଶ୍ଚିତ କରି ପାରନ୍ତି | ପାପ ଓ ମୃତ୍ୟୁ ଉପରେ ନିଜର ବିଜୟକୁ ପ୍ରମାଣିତ କରି - କେବଳ ଈଶ୍ବର ହିଁ ଜଗତର ପାପକୁ ବହନ କରି ପାରନ୍ତି (୨ କରିନ୍ଥୀୟ ୫:୨୧), ମୃତ୍ୟୁ ବରଣ କରି ପାରନ୍ତି ଏବଂ ପୁନରୁତ୍ଥୀତ ହୋଇପାରନ୍ତି |