18
ଯେ ଆପଣାକୁ ପୃଥକ କରେ, ସେ ଆପଣା ଇଷ୍ଟ ଚେଷ୍ଟା କରେ ଓ ସର୍ବପ୍ରକାର ତତ୍ତ୍ୱଜ୍ଞାନ ପ୍ରତ୍ୟାଖାନ କରେ।
ମୂର୍ଖ ଲୋକ ଅନ୍ୟଠାରୁ ଶିକ୍ଷା ପାଇଁ ଭଲ ପାଏ ନାହିଁ। କେବଳ ଆପଣା ମନର କଥା ପ୍ରକାଶ କରିବାରେ ସନ୍ତୋଷ ପାଏ।
ଦୁଷ୍ଟ ଆସିଲେ ଅବଜ୍ଞା ଆସେ। ପୁଣି ଅପମାନ ସଙ୍ଗେ ଦୁର୍ନାମ ଆସେ।
ମନୁଷ୍ୟର ମୁଖର ବାକ୍ୟ ଗଭୀର ଜଳତୁଲ୍ୟ। ପୁଣି ଜ୍ଞାନରେ ଉତ୍ପତ୍ତି ସ୍ଥାନ ଜଳସ୍ରୋତ ସଦୃଶ।
ଦୁଷ୍ଟର କଥାକୁ ଅପେକ୍ଷା କରିବା ଅବା ବିଗ୍ଭରରେ ଧାର୍ମିକ ପ୍ରତି ଅନ୍ୟାୟ କରିବା ଭଲ ନୁହେଁ।
ମୂର୍ଖର କଥା ବିବାଦରେ ପ୍ରବର୍ତ୍ତେ। ପୁଣି ତା’ର କଥା ମାଡ଼ ଖାଇବାକୁ ଡାକେ।
ମୂର୍ଖର କଥା ତା’ର ବିନାଶର କାରଣ। ପୁଣି ତା’ର ବାକ୍ୟ ପ୍ରାଣର ଫାନ୍ଦ ସ୍ୱରୂପ।
ନିନ୍ଦାର ବାକ୍ୟଗୁଡ଼ିକ, ସୁଷମ ଖାଦ୍ୟ ପରି ଅଟେ, ଯାହା ପାକସ୍ଥଳି ତଳକୁ ଯାଏ।
ଆପଣା କାର୍ଯ୍ୟରେ ଯେ ଅଳସ, ସେ ବିନାଶକର ଭାଇ।
10 ସଦାପ୍ରଭୁଙ୍କର ନାମ ଦୃଢ଼ଗଡ଼ ସଦୃଶ। ଧାର୍ମିକ ଲୋକମାନେ ସେଠାକୁ ଯାଇ ରକ୍ଷା ପାଆନ୍ତି।
11 ଧନବାନର ଧନ ତାହାର ଦୃଢ଼ ନଗର। ପୁଣି ତାହାର ଜ୍ଞାତରେ ଏହା ଉଚ୍ଚ ପ୍ରାଚୀର ସ୍ୱରୂପ, ଯେକେହି ହେଲେ ଚଢ଼ି ପାରିବେ ନାହିଁ।
12 ଗର୍ବିତ ମନୁଷ୍ୟର ମନ ବିନାଶ ସମ୍ମୁଖରେ ଥାଏ। ପୁଣି ନମ୍ରତା ସମ୍ଭ୍ରମର ସମ୍ମୁଖବର୍ତ୍ତୀ।
13 ଯେ ଶୁଣିବା ପୂର୍ବରୁ ଉତ୍ତର କରେ, ଗୋଟିଏ ଅଜ୍ଞାନତା ପରି ସିଏ ବିବେଚନା ହୁଏ ଓ ଲଜ୍ଜିତର କାରଣ ହୁଏ।
14 ଯେତେବେଳେ ଜଣେ ମନୁଷ୍ୟ ଅସୁସ୍ଥ ହୁଏ ତା’ର ଆତ୍ମା ତା’ର ଅସୁସ୍ଥତାକୁ ସହିପାରେ, କିନ୍ତୁ କେହି ହେଲେ ଗୋଟିଏ ରୋଗଗ୍ରସ୍ତ ଆତ୍ମାକୁ ସହିପାରେ ନାହିଁ।
15 ବୁଦ୍ଧିମାନର ମନ ଜ୍ଞାନ ଉପାର୍ଜନ କରେ। ପୁଣି ଜ୍ଞାନୀର କର୍ଣ୍ଣ ଜ୍ଞାନ ଶୁଣିବାକୁ ଆଗ୍ରହ ପ୍ରକାଶ କରେ।
16 ମନୁଷ୍ୟର ଭେଟୀ ତାକୁ ପ୍ରବେଶ ଦିଏ। ପ୍ରଭାବଶାଳୀ ଲୋକମାନଙ୍କର ଉପସ୍ଥିତ ଭିତରକୁ।
17 ଯେଉଁ ଲୋକ ପ୍ରଥମେ ଆପଣା ଘଟଣା ଉପସ୍ଥାପନା କରେ ଓ ବିବାଦ ଜଣାଏ, ସେ ଧାର୍ମିକ। ଯେପର୍ଯ୍ୟନ୍ତ ସେ ଅନ୍ୟ ଲୋକ ଦ୍ୱାରା ପରୀକ୍ଷା ହୋଇ ନାହିଁ।
18 ଗୁଲିବାଣ୍ଟ ବିରୋଧ ମେଣ୍ଟାଇ ଦିଏ ଓ ବଳବାନମାନଙ୍କୁ ପୃଥକ କରେ।
19 ବିରକ୍ତ ଭାଇ ଦୃଢ଼ ନଗର ଅପେକ୍ଷା କଷ୍ଟକର। ଏରୂପ ବିବାଦ ଗଡ଼ର ଅର୍ଗଳ ସ୍ୱରୂପ।
20 ମନୁଷ୍ୟର ଉଦର ତା’ର ମୁଖ ଫଳରେ ପୂର୍ଣ୍ଣ ହୁଏ। କିନ୍ତୁ ସେ ଆପଣା ଓଷ୍ଠର କଥାରେ ତୃପ୍ତ ହୁଏ।
21 ମରଣ ଓ ଜୀବନ ଜିହ୍ୱାର ଅଧୀନ। ଯେଉଁମାନେ କଥା କହିବାକୁ ଭଲ ଜାଣନ୍ତି, ଏହାର ଫଳ ଭୋଗିବେ।
22 ଯେଉଁ ଲୋକ ଭାର୍ଯ୍ୟା ପାଏ, ସେ ଉତ୍ତମ ବସ୍ତୁ ପାଏ ଓ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଏ।
23 ଦରିଦ୍ର ଲୋକ ବିନୟ କରେ। ମାତ୍ର ଧନବାନ କଠିନ ଉତ୍ତର ଦିଏ।
24 ଯେ ଅନେକ ମିତ୍ର କରେ, ସେମାନେ ତାଙ୍କର ବିନାଶର କାରଣ ହୋଇପାରନ୍ତି। ମାତ୍ର ଜଣେ ପ୍ରେମକାରୀ ଅଛନ୍ତି ଯେ ଭାଇ ଅପେକ୍ଷା ଅଧିକ ଘନିଷ୍ଟ ହୋଇ ରହନ୍ତି।