17
1 ମୋର ଆତ୍ମା ଭାଙ୍ଗି ଯାଇଛି। 
ମୁଁ ସବୁ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛି। 
ମୋର ଜୀବନ ପ୍ରାୟ ନଷ୍ଟ ହୋଇଯାଇଛି। 
ମୋ’ ପାଇଁ କବର ଅପେକ୍ଷା କରିଛି। 
2 ଲୋକମାନେ ମୋ’ ଗ୍ଭରିପାଖରେ ଛିଡ଼ା ହୋଇ ହସୁଛନ୍ତି। 
ମୁଁ ସେମାନଙ୍କୁ ଦେଖୁଛି ସେମାନେ ଯେତେବେଳେ ମୋତେ ପରିହାସ ଏବଂ ଅପମାନ କରୁଛନ୍ତି। 
3 “ହେ ପରମେଶ୍ୱର, ତୁମ୍ଭେ ମୋତେ ଦେଖାଇ ଦିଅ ଯେ ତୁମ୍ଭେ ପ୍ରକୃତରେ ମୋତେ ସମର୍ଥନ କର। 
ଅନ୍ୟ କେହି ମୋତେ ସମର୍ଥନ ଦେବେ ନାହିଁ। 
4 ତୁମ୍ଭେ ମୋର ବନ୍ଧୁମାନଙ୍କ ମନକୁ ବୁଝିବାକୁ ବାରଣ କରିଛ। 
ସେଥିପାଇଁ ସେମାନେ ଠିକ୍ ବୋଲି ତୁମ୍ଭେ ସେମାନଙ୍କୁ ଚିନ୍ତା କରିବାକୁ ଦେବ ନାହିଁ। 
5 ଯଦି କେହି ଗୋଟିଏ ପୁରସ୍କାର ପାଇଁ ସାଙ୍ଗ ବିରୁଦ୍ଧରେ କହେ, 
‘ତା’ର ପିଲାମାନଙ୍କର ଚକ୍ଷୁ ଫୁଟିଯାଉ।’ 
କିନ୍ତୁ ମୋର ବନ୍ଧୁଗଣ ମୋ’ ବିରୁଦ୍ଧରେ ଗଲେ। 
6 ପରମେଶ୍ୱର ମୋର ନାମକୁ ସମସ୍ତଙ୍କ ପାଇଁ ଏକ ଖରାପ ବାକ୍ୟ କରିଛନ୍ତି। 
ଲୋକେ ମୋ’ ମୁହଁରେ ଛେପ ପକାଉଛନ୍ତି। 
7 କାରଣ ମୋର ଦୁଃଖ ଯୋଗୁଁ ମୋର ଚକ୍ଷୁ ଅନ୍ଧ ପ୍ରାୟ ହୋଇଗଲାଣି। 
ମୋର ଶରୀର ଛାଇପରି କ୍ଷୀଣ ହୋଇଗଲାଣି। 
8 ଭାଇ ଲୋକମାନେ ଏ ବିଷୟରେ ସ୍ତମ୍ଭିତ ହୋଇଛନ୍ତି। 
ନିରୀହ ଲୋକମାନେ ସେହିମାନଙ୍କ ଉପରେ କ୍ଷୁବ୍ଧ ହୁଅନ୍ତି, ଯେଉଁମାନେ ପରମେଶ୍ୱରଙ୍କୁ ଖାତିରି କରନ୍ତି ନାହିଁ। 
9 କିନ୍ତୁ ଧାର୍ମିକ ଲୋକମାନେ କ୍ରମାଗତ ଭାବରେ ସତ୍ୟ ପଥରେ ରହିବେ। 
ନିରୀହ ଲୋକମାନେ ଆହୁରି ଶକ୍ତିଶାଳୀ ହେବେ। 
10 “ବର୍ତ୍ତମାନ ତୁମ୍ଭେମାନେ ସମସ୍ତେ ଫେରି ଆସ। 
ତୁମ୍ଭମାନଙ୍କ ଭିତରୁ କେହି ଜଣେ ଜ୍ଞାନୀ ଲୋକ ମୁଁ ପାଇ ପାରିବି ନାହିଁ। 
11 ମୋର ଜୀବନ ସରିସରି ଆସୁଛି। 
ମୋର ସମସ୍ତ ଯୋଜନା ପଣ୍ଡ ହୋଇଗଲା। 
ମୋର ସବୁ ଆଶା ଧୂଳିସାତ ହେଲା। 
12 ମୋର ମିତ୍ରଗଣ ସବୁ ସନ୍ଦେହରେ ଅଛନ୍ତି। 
ସେମାନେ ରାତିକୁ ଦିନ ବୋଲି ଭାବନ୍ତି। 
ସେମାନେ କହନ୍ତି, ଏହା ଶୀଘ୍ର ଆଲୋକିତ ହେବ, ଯେତେବେଳେ ଏହା ଅନ୍ଧକାର ହେଉଛି। 
13 “ମୁଁ ହୁଏତ କବରକୁ ମୋର ନୂଆ ଘର ବୋଲି ଆଶା କରିବି। 
ମୁଁ ଆଶା କରୁଛି, ମୋର ବିଛଣା ଅନ୍ଧକାର ବିବରଣ କରିବି। 
14 ମୁଁ ସେହି କବର ସ୍ଥାନକୁ ‘ମୋର ପିତା ବୋଲି ସମ୍ବୋଧନ କରିବି।’ 
ସେହି ଜିଆପୋକ ‘ମୋ’ ମା’ ଓ ‘ମୋ’ ଭଉଣୀ’ ଭାବିବି। 
15 ଯଦି ତାହା ହିଁ ମୋର ଗୋଟିଏ ଆଶା, ତେବେ ମୋର କୌଣସି ଆଶା ନାହିଁ। 
ଯଦି ତାହା ମୋର ଆଶା, ତେବେ ଲୋକ ମୋ’ଠାରେ କୌଣସି ଭରସା ପାଇବେ ନାହିଁ। 
16 ମୋର ଆଶା କ’ଣ ମୋ’ ସହିତ ମରିଯିବ? 
ଏହା ମଧ୍ୟ କ’ଣ ମୃତ୍ୟୁ ତଳକୁ ଯିବ? ଆମ୍ଭେ ମଧ୍ୟ କ’ଣ ମାଟି ତଳକୁ ଏକତ୍ରିତ ଯିବୁ?”